‘ଆୟୁଷ୍ମାନ’ କାର୍ଡରେ ଆଗୁଆ ଟଙ୍କା ଜମା ନ ଦେଲେ ହେଉନି ଆଡମିଶନ୍‌, ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

The Sakala Picture
Published On

ଭୁବନେଶ୍ୱର  : ବିଏସ୍‌କେୱାଇକୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଯୋଜନା ପ୍ରଣୟନ ହେବାର ଦିନ ଦଶଟା ଯାଇ ନାହିଁ; ରୋଗୀ ଓ ତାଙ୍କର ସମ୍ପର୍କୀୟ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଲେଣି। ରାଜ୍ୟ ସରକାରଙ୍କ ନୂତନ ପ୍ରବର୍ତ୍ତିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏକ ସଙ୍ଗରେ ଲାଗୁ ହୋଇଥିବାରୁ ଡବଲ ଫାଇଦା ମିଳିବ ବୋଲି ଚାଲିଥିବା ପ୍ରଚାର ମିଛ ସାବ୍ୟସ୍ତ ହୋଇଛି। ପଞ୍ଜିକରଣ ପାଇଁ ରୋଗୀ ଡାକ୍ତରଖାନା ଦୁଆରେ ପଡି ଛଟପଟ […]

ଭୁବନେଶ୍ୱର  : ବିଏସ୍‌କେୱାଇକୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଯୋଜନା ପ୍ରଣୟନ ହେବାର ଦିନ ଦଶଟା ଯାଇ ନାହିଁ; ରୋଗୀ ଓ ତାଙ୍କର ସମ୍ପର୍କୀୟ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଲେଣି। ରାଜ୍ୟ ସରକାରଙ୍କ ନୂତନ ପ୍ରବର୍ତ୍ତିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏକ ସଙ୍ଗରେ ଲାଗୁ ହୋଇଥିବାରୁ ଡବଲ ଫାଇଦା ମିଳିବ ବୋଲି ଚାଲିଥିବା ପ୍ରଚାର ମିଛ ସାବ୍ୟସ୍ତ ହୋଇଛି। ପଞ୍ଜିକରଣ ପାଇଁ ରୋଗୀ ଡାକ୍ତରଖାନା ଦୁଆରେ ପଡି ଛଟପଟ ହେଉଥିବା ବେଳେ ଓଡ଼ିଶା ବାହାରେ ଥିବା ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ ହେଉଥିବା ମାଳ ମାଳ ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ସମ୍ବଲପୁରର ଜଣେ କର୍କଟ ପୀଡିତ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପୂର୍ବରୁ ସମ୍ବଲପୁରର ରୋଗୀମାନେ ଏହି ଡାକ୍ତରଖାନାରେ ବିଏସ୍‌କେୱାଇରେ ବିନା ମୂଲ୍ୟରେ ଚିକିତ୍ସିତ ହେଉଥିବାରୁ ସମ୍ପୃକ୍ତ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ବିଏସ୍‌କେୱାଇ ପରିବର୍ତ୍ତେ ରୋଗୀ ଆୟୁଷ୍ମାନ କାର୍ଡ ଦେବାରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଆଗୁଆ ୫୦% ଚିକିତ୍ସା ଖର୍ଚ୍ଚ ଦାଖଲ କରିବାକୁ କହିଥିଲେ। ଯାହାକୁ ନେଇ ସଂପୃକ୍ତ ରୋଗୀ ଓ ତାଙ୍କର ସମ୍ପର୍କୀୟ କ୍ଷୁବ୍ଧ ହୋଇଛନ୍ତି। ବିଏସ୍‌କେୱାଇରେ ମାଗଣା ଚିକିତ୍ସା ମିଳୁଥିବାବେଳେ ଏହାକୁ ଆୟୁଷ୍ମାନକୁ ପରିବର୍ତ୍ତନ କରାଯିବା ଏତେ ମହଙ୍ଗା ପଡ଼ିବ ବୋଲି ସେମାନେ କଳ୍ପନା କରିନାହାନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ସେହିପରି ମହେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କର ଆୟୁଷ୍ମାନ ଅଭିଜ୍ଞତା ସାମାଜିକ ଗଣମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ଖୋଦ ରାଜଧାନୀରେ ଘଟିଛି ଏହି ଘଟଣା। ଆୟୁଷ୍ମାନ କାର୍ଡ ଧରି ନିଜ ଭଣଜାର ଚିକିତ୍ସା ପାଇଁ ଗୋଟିଏ ଡାକ୍ତରଖାନାର ଗୋଟିଏ କାଉଣ୍ଟରରୁ ଆଉ ଗୋଟିଏ କାଉଣ୍ଟରକୁ ଘଣ୍ଟାଏ କାଳ ଦୌଡ଼ିବା ପରେ ବି ତାଙ୍କର ଆଡମିଶନ୍‌ ହୋଇପାରିଲା ନାହିଁ। ତାଙ୍କ ଭଳି ଅନେକ ଲୋକ ଏପରି ହତାଶ ହୋଇଛନ୍ତି। ସବୁଠି ରୋଗୀ ଲୁହ ଝରାଉଛନ୍ତି। ସବୁ ସ୍ଥାନରେ ରୋଗୀମାନେ ନବୀନ ପଟ୍ଟନାୟକଙ୍କୁ ଓ ବିଏସ୍‌କେୱାଇକୁ ଝୁରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ‘ସକାଳ’ ଓ ‘ନନ୍ଦିଘୋଷ ଟିଭି' ପକ୍ଷରୁ ଦୁଇ ଦିନିଆ କନ୍‌କ୍ଲେଭ୍‌ ‘ଓଡ଼ିଶା ଅଭ୍ୟୁଦୟ’କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି

ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ନିଜ ଭାଇଙ୍କ ଚିକିତ୍ସା କରାଇଥିବା ଜଣେ ବ୍ୟକ୍ତି କହିଛନ୍ତି, ଆୟୁଷ୍ମାନ ଏକ ଜଟିଳ ବ୍ୟବସ୍ଥା। କେବଳ ଆଡମିଶନ୍‌ ନୁହେଁ, ଡିସ୍‌ଚାର୍ଜ କରିବା ମଧ୍ୟ ସହଜ ନୁହେଁ। ରୋଗୀଙ୍କ ଫଟୋ ଉଠାଇବାକୁ ହେଉଛି, ଯେତେ କାଗଜପତ୍ର ଅଛି ସବୁର ଅନୁସନ୍ଧାନ କରାଯାଉଛି, ବାରମ୍ବାର ପଞ୍ଜିକରଣ କରିବାକୁ ପଡୁଛି, ଓଟିପି ଝାମେଲାରେ ଲୋକେ ଘାଣ୍ଟି ହେଉଛନ୍ତି। ବହୁତ ସମୟ ଯାଉଛି। ପୂର୍ବରୁ ବିଏସ୍‌କେୱାଇରେ ଏସବୁ ସମସ୍ୟା ନଥିଲା। ତୁରନ୍ତ ଆଡମିଶନ୍‌ ଓ ଡିସଚାର୍ଜ ହୋଇଯାଉଥିଲା। ପରିବାରର କୌଣସି ସଦସ୍ୟଙ୍କ ଭେରିଫିକେସନ୍‌ ହୋଇଗଲେ ଚଳୁଥିଲା। କିନ୍ତୁ ଏବେ ରୋଗୀ ଯେଉଁ ଅବସ୍ଥାରେ ଥିଲେ ବି ଭେରିଫିକେସନ୍‌ ବାଧ୍ୟତାମୂଳକ ରହୁଛି। ଅପରପକ୍ଷେ ଚିକିତ୍ସା ପ୍ୟାକେଜ୍‌ରେ ତାରତମ୍ୟ ଆଉ ଏକ ଜଟିଳ ସମସ୍ୟା ସୃଷ୍ଟି କରୁଛି। ଦୁଇଟି ଯୋଜନା ଗୋଟିଏ କାର୍ଡରେ ଉପଲବ୍ଧ ଥିବାରୁ କିଏ କେଉଁ ଯୋଜନାରୁ ଚିକିତ୍ସା ପାଇବ ତାକୁ ନେଇ ଦ୍ୱନ୍ଦ ଦୂର ହେଉନି।

ଆୟୁଷ୍ମାନ ଭାରତରେ ଚିକିତ୍ସା ପୂର୍ବରୁ ଅନୁମୋଦନ ନେବାକୁ ହେଉଛି। କିନ୍ତୁ ବିଏସ୍‌କେୱାଇରେ ସେପରି କିଛି ସର୍ତ୍ତ ନଥିବାରୁ ଲୋକେ ବିନା ବାଧାରେ ଚିକିତ୍ସା ପାଉଥିଲେ। ଅନେକ ପ୍ରକାର ଚିକିତ୍ସା ଏଥିରୁ ବାଦ୍‌ ଦିଆଯାଇ ଥିବାରୁ ରୋଗୀ ଶୋଷଣ ବଢ଼ିବ ବୋଲି ଲୋକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଘରୋଇ ଡାକ୍ତରଖାନା ସଂଘ ମଧ୍ୟ ତିବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରଙ୍କର ତୁରନ୍ତ ହସ୍ତକ୍ଷେପ ଦାବି କରିଛି।
ବିଏସ୍‌କେୱାଇରେ ପାରଦର୍ଶୀତା ଓ ସମସ୍ୟାମୁକ୍ତ ଚିକିତ୍ସା ଥିଲା ମୂଳମନ୍ତ୍ର। ଡାକ୍ତରଖାନାରେ କେବଳ କାର୍ଡ ଦେଇ ପରିବାର ସଦସ୍ୟଙ୍କ ଆଖି ସ୍କାନ୍‌ କରିଦେଲେ ଚିକିତ୍ସା ଆରମ୍ଭ ହୋଇଯାଉଥିଲା। ଆବଶ୍ୟକତା ଓ ବ୍ୟୟଭାରକୁ ବିଚାର କରି ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଥିଲା। ସେଥିପାଇଁ ବିଏସ୍‌କେୱାଇକୁ ନେଇ ଅଭିଯୋଗ ଆଦୌ ନଥିଲା। ମାତ୍ର ଆୟୁଷ୍ମାନରେ ଏବେ ଯେତେ ଜଟିଳ ବ୍ୟବସ୍ଥା ଆରମ୍ଭ ହୋଇଛି, ତାହା ରୋଗୀମାନଙ୍କ ପାଇଁ ଅଧିକ ଯନ୍ତ୍ରଣାପ୍ରଦ ହୋଇଛି ।

21 Apr 2025 By The Sakala

‘ଆୟୁଷ୍ମାନ’ କାର୍ଡରେ ଆଗୁଆ ଟଙ୍କା ଜମା ନ ଦେଲେ ହେଉନି ଆଡମିଶନ୍‌, ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର  : ବିଏସ୍‌କେୱାଇକୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଯୋଜନା ପ୍ରଣୟନ ହେବାର ଦିନ ଦଶଟା ଯାଇ ନାହିଁ; ରୋଗୀ ଓ ତାଙ୍କର ସମ୍ପର୍କୀୟ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଲେଣି। ରାଜ୍ୟ ସରକାରଙ୍କ ନୂତନ ପ୍ରବର୍ତ୍ତିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଏକ ସଙ୍ଗରେ ଲାଗୁ ହୋଇଥିବାରୁ ଡବଲ ଫାଇଦା ମିଳିବ ବୋଲି ଚାଲିଥିବା ପ୍ରଚାର ମିଛ ସାବ୍ୟସ୍ତ ହୋଇଛି। ପଞ୍ଜିକରଣ ପାଇଁ ରୋଗୀ ଡାକ୍ତରଖାନା ଦୁଆରେ ପଡି ଛଟପଟ ହେଉଥିବା ବେଳେ ଓଡ଼ିଶା ବାହାରେ ଥିବା ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ ହେଉଥିବା ମାଳ ମାଳ ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ସମ୍ବଲପୁରର ଜଣେ କର୍କଟ ପୀଡିତ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପୂର୍ବରୁ ସମ୍ବଲପୁରର ରୋଗୀମାନେ ଏହି ଡାକ୍ତରଖାନାରେ ବିଏସ୍‌କେୱାଇରେ ବିନା ମୂଲ୍ୟରେ ଚିକିତ୍ସିତ ହେଉଥିବାରୁ ସମ୍ପୃକ୍ତ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ବିଏସ୍‌କେୱାଇ ପରିବର୍ତ୍ତେ ରୋଗୀ ଆୟୁଷ୍ମାନ କାର୍ଡ ଦେବାରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଆଗୁଆ ୫୦% ଚିକିତ୍ସା ଖର୍ଚ୍ଚ ଦାଖଲ କରିବାକୁ କହିଥିଲେ। ଯାହାକୁ ନେଇ ସଂପୃକ୍ତ ରୋଗୀ ଓ ତାଙ୍କର ସମ୍ପର୍କୀୟ କ୍ଷୁବ୍ଧ ହୋଇଛନ୍ତି। ବିଏସ୍‌କେୱାଇରେ ମାଗଣା ଚିକିତ୍ସା ମିଳୁଥିବାବେଳେ ଏହାକୁ ଆୟୁଷ୍ମାନକୁ ପରିବର୍ତ୍ତନ କରାଯିବା ଏତେ ମହଙ୍ଗା ପଡ଼ିବ ବୋଲି ସେମାନେ କଳ୍ପନା କରିନାହାନ୍ତି।

ସେହିପରି ମହେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କର ଆୟୁଷ୍ମାନ ଅଭିଜ୍ଞତା ସାମାଜିକ ଗଣମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ଖୋଦ ରାଜଧାନୀରେ ଘଟିଛି ଏହି ଘଟଣା। ଆୟୁଷ୍ମାନ କାର୍ଡ ଧରି ନିଜ ଭଣଜାର ଚିକିତ୍ସା ପାଇଁ ଗୋଟିଏ ଡାକ୍ତରଖାନାର ଗୋଟିଏ କାଉଣ୍ଟରରୁ ଆଉ ଗୋଟିଏ କାଉଣ୍ଟରକୁ ଘଣ୍ଟାଏ କାଳ ଦୌଡ଼ିବା ପରେ ବି ତାଙ୍କର ଆଡମିଶନ୍‌ ହୋଇପାରିଲା ନାହିଁ। ତାଙ୍କ ଭଳି ଅନେକ ଲୋକ ଏପରି ହତାଶ ହୋଇଛନ୍ତି। ସବୁଠି ରୋଗୀ ଲୁହ ଝରାଉଛନ୍ତି। ସବୁ ସ୍ଥାନରେ ରୋଗୀମାନେ ନବୀନ ପଟ୍ଟନାୟକଙ୍କୁ ଓ ବିଏସ୍‌କେୱାଇକୁ ଝୁରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି।

ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ନିଜ ଭାଇଙ୍କ ଚିକିତ୍ସା କରାଇଥିବା ଜଣେ ବ୍ୟକ୍ତି କହିଛନ୍ତି, ଆୟୁଷ୍ମାନ ଏକ ଜଟିଳ ବ୍ୟବସ୍ଥା। କେବଳ ଆଡମିଶନ୍‌ ନୁହେଁ, ଡିସ୍‌ଚାର୍ଜ କରିବା ମଧ୍ୟ ସହଜ ନୁହେଁ। ରୋଗୀଙ୍କ ଫଟୋ ଉଠାଇବାକୁ ହେଉଛି, ଯେତେ କାଗଜପତ୍ର ଅଛି ସବୁର ଅନୁସନ୍ଧାନ କରାଯାଉଛି, ବାରମ୍ବାର ପଞ୍ଜିକରଣ କରିବାକୁ ପଡୁଛି, ଓଟିପି ଝାମେଲାରେ ଲୋକେ ଘାଣ୍ଟି ହେଉଛନ୍ତି। ବହୁତ ସମୟ ଯାଉଛି। ପୂର୍ବରୁ ବିଏସ୍‌କେୱାଇରେ ଏସବୁ ସମସ୍ୟା ନଥିଲା। ତୁରନ୍ତ ଆଡମିଶନ୍‌ ଓ ଡିସଚାର୍ଜ ହୋଇଯାଉଥିଲା। ପରିବାରର କୌଣସି ସଦସ୍ୟଙ୍କ ଭେରିଫିକେସନ୍‌ ହୋଇଗଲେ ଚଳୁଥିଲା। କିନ୍ତୁ ଏବେ ରୋଗୀ ଯେଉଁ ଅବସ୍ଥାରେ ଥିଲେ ବି ଭେରିଫିକେସନ୍‌ ବାଧ୍ୟତାମୂଳକ ରହୁଛି। ଅପରପକ୍ଷେ ଚିକିତ୍ସା ପ୍ୟାକେଜ୍‌ରେ ତାରତମ୍ୟ ଆଉ ଏକ ଜଟିଳ ସମସ୍ୟା ସୃଷ୍ଟି କରୁଛି। ଦୁଇଟି ଯୋଜନା ଗୋଟିଏ କାର୍ଡରେ ଉପଲବ୍ଧ ଥିବାରୁ କିଏ କେଉଁ ଯୋଜନାରୁ ଚିକିତ୍ସା ପାଇବ ତାକୁ ନେଇ ଦ୍ୱନ୍ଦ ଦୂର ହେଉନି।

ଆୟୁଷ୍ମାନ ଭାରତରେ ଚିକିତ୍ସା ପୂର୍ବରୁ ଅନୁମୋଦନ ନେବାକୁ ହେଉଛି। କିନ୍ତୁ ବିଏସ୍‌କେୱାଇରେ ସେପରି କିଛି ସର୍ତ୍ତ ନଥିବାରୁ ଲୋକେ ବିନା ବାଧାରେ ଚିକିତ୍ସା ପାଉଥିଲେ। ଅନେକ ପ୍ରକାର ଚିକିତ୍ସା ଏଥିରୁ ବାଦ୍‌ ଦିଆଯାଇ ଥିବାରୁ ରୋଗୀ ଶୋଷଣ ବଢ଼ିବ ବୋଲି ଲୋକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଘରୋଇ ଡାକ୍ତରଖାନା ସଂଘ ମଧ୍ୟ ତିବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରଙ୍କର ତୁରନ୍ତ ହସ୍ତକ୍ଷେପ ଦାବି କରିଛି।
ବିଏସ୍‌କେୱାଇରେ ପାରଦର୍ଶୀତା ଓ ସମସ୍ୟାମୁକ୍ତ ଚିକିତ୍ସା ଥିଲା ମୂଳମନ୍ତ୍ର। ଡାକ୍ତରଖାନାରେ କେବଳ କାର୍ଡ ଦେଇ ପରିବାର ସଦସ୍ୟଙ୍କ ଆଖି ସ୍କାନ୍‌ କରିଦେଲେ ଚିକିତ୍ସା ଆରମ୍ଭ ହୋଇଯାଉଥିଲା। ଆବଶ୍ୟକତା ଓ ବ୍ୟୟଭାରକୁ ବିଚାର କରି ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଥିଲା। ସେଥିପାଇଁ ବିଏସ୍‌କେୱାଇକୁ ନେଇ ଅଭିଯୋଗ ଆଦୌ ନଥିଲା। ମାତ୍ର ଆୟୁଷ୍ମାନରେ ଏବେ ଯେତେ ଜଟିଳ ବ୍ୟବସ୍ଥା ଆରମ୍ଭ ହୋଇଛି, ତାହା ରୋଗୀମାନଙ୍କ ପାଇଁ ଅଧିକ ଯନ୍ତ୍ରଣାପ୍ରଦ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର