ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

‘ପଜିଟିଭ୍ ଚିହ୍ନଟ ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ, ନହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୁଅନ୍ତୁ’ – ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

The Sakala Picture
Published On

ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ପଜିଟିଭ୍ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ।  ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି । ପଜିଟିଭ ହେଲେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ ନ ହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସା ହେବା […]

ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ପଜିଟିଭ୍ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ।  ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି । ପଜିଟିଭ ହେଲେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ ନ ହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସା ହେବା ସବୁଠୁ ଭଲ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ଟଙ୍କା ସହ ୩୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ

ସେ ଆହୁରି ମଧ୍ଯ କହିଛନ୍ତି ଯେ, କରୋନାର ୨ୟ ଲହର ଭାରି ଭୟାନକ। ଦୈନିକ ଭାରତରେ ପାଖାପାଖି ସାଢେ ୩ ଲକ୍ଷ ଆକ୍ରାନ୍ତ ବାହାରୁଛନ୍ତି ଦୈନିକ ସାଢେ ୩ ହଜାର ଲୋକ ଦେଶରେ ମୃତ୍ୟୁବରଣ କରୁଛନ୍ତି। ଓଡିଶାରେ ଆଜି ରେକର୍ଡ ସଂଖ୍ଯକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ରାଜ୍ୟବାସୀଙ୍କୁ ଅନୁରୋଧ ସମସ୍ତେ କରୋନା ନିୟମ ମାନନ୍ତୁ। ବଜାର ହାଟ ଗଲେ ସଚେତନ ରୁହନ୍ତୁ। ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବଢିଛି ଟେଷ୍ଟିଂ ୫୦ ହଜାର ଉପରେ ରାପିଟ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟରେ ପର୍ଯ୍ଯାପ୍ତ ପରିମାଣର ରେମେଡେସିଭିର ଅଛି। ପିପିଇ କିଟ୍, ମାସ୍କ, ଗ୍ଲୋଭସ୍, ମାସ୍କ ୨ ମାସର ଷ୍ଟକ୍ ଅଛି। ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଅଛନ୍ତି।  ରାଜ୍ୟରେ ଦିନକୁ ୩ରୁ ୪ ଲକ୍ଷ ଟିକାକରଣ କ୍ଷମତା ରହିଛି। ଆମ ରାଜ୍ୟରେ ଟିକା ୱେଷ୍ଟେଜ୍ ମାଇନସ୍ ରହିଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଦ୍ବିତୀୟ ଡୋଜ ନେବାରେ ସହଯୋଗ କରନ୍ତୁ। ଠିକ ସମୟରେ ଦ୍ବିତୀୟ ଡୋଜ ନ ନେଲେ ଉକ୍ତ ପ୍ରଥମ ଟିକାର ପ୍ରଭାବ କମ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

30 Apr 2021 By The Sakala

‘ପଜିଟିଭ୍ ଚିହ୍ନଟ ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ, ନହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୁଅନ୍ତୁ’ – ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର: କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରେସମିଟ୍ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ପଜିଟିଭ୍ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ।  ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି । ପଜିଟିଭ ହେଲେ ହଠାତ ହସ୍ପିଟାଲ ଆସିବା ଦରକାର ନାହିଁ ଘରେ ରହି ପ୍ରଶାସନ ସହ ଯୋଗାଯୋଗ କରି ଚିକିତ୍ସିତ ହୁଅନ୍ତୁ। ଗୁରୁତର ରୋଗୀ ହିଁ କେବଳ ହସ୍ପିଟାଲକୁ ଆସନ୍ତୁ ନ ହେଲେ ଘରେ ସଙ୍ଗରୋଧରେ ରହି ଚିକିତ୍ସା ହେବା ସବୁଠୁ ଭଲ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, କରୋନାର ୨ୟ ଲହର ଭାରି ଭୟାନକ। ଦୈନିକ ଭାରତରେ ପାଖାପାଖି ସାଢେ ୩ ଲକ୍ଷ ଆକ୍ରାନ୍ତ ବାହାରୁଛନ୍ତି ଦୈନିକ ସାଢେ ୩ ହଜାର ଲୋକ ଦେଶରେ ମୃତ୍ୟୁବରଣ କରୁଛନ୍ତି। ଓଡିଶାରେ ଆଜି ରେକର୍ଡ ସଂଖ୍ଯକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ରାଜ୍ୟବାସୀଙ୍କୁ ଅନୁରୋଧ ସମସ୍ତେ କରୋନା ନିୟମ ମାନନ୍ତୁ। ବଜାର ହାଟ ଗଲେ ସଚେତନ ରୁହନ୍ତୁ। ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବଢିଛି ଟେଷ୍ଟିଂ ୫୦ ହଜାର ଉପରେ ରାପିଟ ଆଣ୍ଟିଜେନ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ପର୍ଯ୍ଯାପ୍ତ ପରିମାଣର ରେମେଡେସିଭିର ଅଛି। ପିପିଇ କିଟ୍, ମାସ୍କ, ଗ୍ଲୋଭସ୍, ମାସ୍କ ୨ ମାସର ଷ୍ଟକ୍ ଅଛି। ରାଜ୍ୟରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଅଛନ୍ତି।  ରାଜ୍ୟରେ ଦିନକୁ ୩ରୁ ୪ ଲକ୍ଷ ଟିକାକରଣ କ୍ଷମତା ରହିଛି। ଆମ ରାଜ୍ୟରେ ଟିକା ୱେଷ୍ଟେଜ୍ ମାଇନସ୍ ରହିଛି।

ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଦ୍ବିତୀୟ ଡୋଜ ନେବାରେ ସହଯୋଗ କରନ୍ତୁ। ଠିକ ସମୟରେ ଦ୍ବିତୀୟ ଡୋଜ ନ ନେଲେ ଉକ୍ତ ପ୍ରଥମ ଟିକାର ପ୍ରଭାବ କମ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର