ଆଇଏମଆଇଟିରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର

The Sakala Picture
Published On

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ ଅନ କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ -୨୦୨୪’ ସ୍ଥାନୀୟ ପ୍ରମୋଦ କନଭେନ୍ସନ ଓ କ୍ଲବ ରିସୋର୍ଟ ଠାରେ ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି (ବିପିୟୁଟି), ରାଉରକେଲାର […]

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ ଅନ କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ -୨୦୨୪’ ସ୍ଥାନୀୟ ପ୍ରମୋଦ କନଭେନ୍ସନ ଓ କ୍ଲବ ରିସୋର୍ଟ ଠାରେ ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି (ବିପିୟୁଟି), ରାଉରକେଲାର କୁଳପତି ପ୍ରଫେସର ଅମିୟ କୁମାର ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ’ ବିଷୟ ଭିତ୍ତିକ ଏହି ଆଲୋଚନା ଚକ୍ରରେ ଜାପାନ ମେଟ୍ରୋଲଜିକାଲ ଡ଼ିପାର୍ଟମେଣ୍ଟ, ଓସାକା, ଜାପାନ ର ବରିଷ୍ଠ ବୈଜ୍ଞାନିକ ଡ଼. ଶ୍ରୀଧର ନାୟକ କିନୋଟ ସ୍ପିକର ଭାବେ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ମାନ ଓ ଗବେଷଣା ଜନିତ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଆଲୋଚନା ଚକ୍ର ଏକାନ୍ତ ଅପରିହାର୍ୟ୍ୟ ବୋଲି କହିଥିଲେ। ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି), ରାଉରକେଲାର ପ୍ରଫେସର ବିଭୁଦତ୍ତ ସାହୁ ଜେନେରାଲ ଚେୟାର ଭାବେ ଯୋଗ ଦେଇ କୁତ୍ରିମ ବୁଦ୍ଧିମତା ଓ ମେସିନ ଲର୍ଣ୍ଣିଙ୍ଗ ପ୍ରୟୋଗ କରି ଆଜିର ମଣିଷ କିପରି ଉନ୍ନତିର ଶିଖର ଛୁଇଁ ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ଏଥିରେ ଆଇଜିଆଇଟି ସରାଙ୍ଗର ପ୍ରଫେସର ଶ୍ରୀନିବାସ ସେଠି ପ୍ରୋଗ୍ରାମ ଚେୟାର ଭାବେ ଯୋଗ ଦେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀ ପାଇଁ ଆମେରିକା, ଜାପାନ, ଜୋର୍ଡାନ, ସାଉଥ କୋରିଆ, ଇଉନାଇଟେଡ଼ କିଙ୍ଗଡମ, କ୍ରୋସିଆ ଏବଂ ଭାରତ ଆଦି ସାତ ଦେଶର ୧୩୬ ଜଣ ଗବେଷକ, ବୈଜ୍ଞାନିକ, ଶିକ୍ଷାବିତ୍ ସେମାନଙ୍କର ଗବେଷଣା କାର୍ୟ୍ୟ ଉପସ୍ଥାପନ କରିବା ପାଇଁ ନିଵେଦନ କରିଥିଲେ। ତନ୍ମଧ୍ୟରୁ ୬୦ଟି ଉତ୍କୃଷ୍ଟ ଗବେଷଣାତ୍ମକ କାର୍ୟ୍ୟକୁ ଆଲୋଚନା ପାଇଁ ମନୋନୀତ କରାଯାଇଥିଲା। ସମ୍ମିଳନୀରେ ଆଲୋଚିତ ସମସ୍ତ ଗବେଷଣାତ୍ମକ ବିଷୟବସ୍ତୁ ସିଆରସି ପ୍ରେସ୍ ଟେଲର ଆଣ୍ଡ ଫ୍ରାନସି ବୁକ ଚାପଟର ହିସାବରେ ପ୍ରକାଶିତ ହେବ। ବିପିୟୁଟିର କୁଳପତିଙ୍କ ଦ୍ୱାରା ସମ୍ମିଳନୀର ‘ପ୍ରୋସିଡ଼ିଙ୍ଗସ ଅଫ ଆବଷ୍ଟ୍ରାକଟସ‘ ଉନ୍ମୋଚିତ ହୋଇଥିଲା। ହାଇବ୍ରିଡ଼ ମୋଡ଼ରେ ହୋଇଥିବା ଏହି ସମ୍ମିଳନୀରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ସଂଯୋଜନା କରି କର୍ମଶାଳାର ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରି ଥିଲେ। ସମ୍ମିଳନୀ ପରିଚାଳନାରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଅନୁଷ୍ଠାନର ଶିକ୍ଷାବିତ ବିଭିନ୍ନ ଅଧିବେଶନର ଚେୟାର ଭାବେ ଉପସ୍ଥିତ ରହି ଆଲୋଚନାକୁ ତ୍ୱରାନ୍ୱିତ କରିବା ସହ ଗବେଷଣାରତ ଶିକ୍ଷାବିତ ମାନଙ୍କୁ ପ୍ରାତ୍ସାହିତ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

27 Mar 2024 By The Sakala

ଆଇଏମଆଇଟିରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର

କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ ଅନ କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ -୨୦୨୪’ ସ୍ଥାନୀୟ ପ୍ରମୋଦ କନଭେନ୍ସନ ଓ କ୍ଲବ ରିସୋର୍ଟ ଠାରେ ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି (ବିପିୟୁଟି), ରାଉରକେଲାର କୁଳପତି ପ୍ରଫେସର ଅମିୟ କୁମାର ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ’ ବିଷୟ ଭିତ୍ତିକ ଏହି ଆଲୋଚନା ଚକ୍ରରେ ଜାପାନ ମେଟ୍ରୋଲଜିକାଲ ଡ଼ିପାର୍ଟମେଣ୍ଟ, ଓସାକା, ଜାପାନ ର ବରିଷ୍ଠ ବୈଜ୍ଞାନିକ ଡ଼. ଶ୍ରୀଧର ନାୟକ କିନୋଟ ସ୍ପିକର ଭାବେ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ମାନ ଓ ଗବେଷଣା ଜନିତ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଆଲୋଚନା ଚକ୍ର ଏକାନ୍ତ ଅପରିହାର୍ୟ୍ୟ ବୋଲି କହିଥିଲେ। ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି), ରାଉରକେଲାର ପ୍ରଫେସର ବିଭୁଦତ୍ତ ସାହୁ ଜେନେରାଲ ଚେୟାର ଭାବେ ଯୋଗ ଦେଇ କୁତ୍ରିମ ବୁଦ୍ଧିମତା ଓ ମେସିନ ଲର୍ଣ୍ଣିଙ୍ଗ ପ୍ରୟୋଗ କରି ଆଜିର ମଣିଷ କିପରି ଉନ୍ନତିର ଶିଖର ଛୁଇଁ ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ।

ଏଥିରେ ଆଇଜିଆଇଟି ସରାଙ୍ଗର ପ୍ରଫେସର ଶ୍ରୀନିବାସ ସେଠି ପ୍ରୋଗ୍ରାମ ଚେୟାର ଭାବେ ଯୋଗ ଦେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ସମ୍ମିଳନୀ ପାଇଁ ଆମେରିକା, ଜାପାନ, ଜୋର୍ଡାନ, ସାଉଥ କୋରିଆ, ଇଉନାଇଟେଡ଼ କିଙ୍ଗଡମ, କ୍ରୋସିଆ ଏବଂ ଭାରତ ଆଦି ସାତ ଦେଶର ୧୩୬ ଜଣ ଗବେଷକ, ବୈଜ୍ଞାନିକ, ଶିକ୍ଷାବିତ୍ ସେମାନଙ୍କର ଗବେଷଣା କାର୍ୟ୍ୟ ଉପସ୍ଥାପନ କରିବା ପାଇଁ ନିଵେଦନ କରିଥିଲେ। ତନ୍ମଧ୍ୟରୁ ୬୦ଟି ଉତ୍କୃଷ୍ଟ ଗବେଷଣାତ୍ମକ କାର୍ୟ୍ୟକୁ ଆଲୋଚନା ପାଇଁ ମନୋନୀତ କରାଯାଇଥିଲା। ସମ୍ମିଳନୀରେ ଆଲୋଚିତ ସମସ୍ତ ଗବେଷଣାତ୍ମକ ବିଷୟବସ୍ତୁ ସିଆରସି ପ୍ରେସ୍ ଟେଲର ଆଣ୍ଡ ଫ୍ରାନସି ବୁକ ଚାପଟର ହିସାବରେ ପ୍ରକାଶିତ ହେବ। ବିପିୟୁଟିର କୁଳପତିଙ୍କ ଦ୍ୱାରା ସମ୍ମିଳନୀର ‘ପ୍ରୋସିଡ଼ିଙ୍ଗସ ଅଫ ଆବଷ୍ଟ୍ରାକଟସ‘ ଉନ୍ମୋଚିତ ହୋଇଥିଲା। ହାଇବ୍ରିଡ଼ ମୋଡ଼ରେ ହୋଇଥିବା ଏହି ସମ୍ମିଳନୀରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ସଂଯୋଜନା କରି କର୍ମଶାଳାର ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରି ଥିଲେ। ସମ୍ମିଳନୀ ପରିଚାଳନାରେ ବିଭିନ୍ନ ଖ୍ୟାତିସମ୍ପନ୍ନ ଅନୁଷ୍ଠାନର ଶିକ୍ଷାବିତ ବିଭିନ୍ନ ଅଧିବେଶନର ଚେୟାର ଭାବେ ଉପସ୍ଥିତ ରହି ଆଲୋଚନାକୁ ତ୍ୱରାନ୍ୱିତ କରିବା ସହ ଗବେଷଣାରତ ଶିକ୍ଷାବିତ ମାନଙ୍କୁ ପ୍ରାତ୍ସାହିତ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର