ଗଠନ ହେଲା ବିଜେଡ଼ିର ଜନଜାତି ସେଲ, ପ୍ରତି ଆଦିବାସୀ ଜିଲ୍ଲାରେ ଗଠନ ହେବ ଆଦିବାସୀ କମିଟି

The Sakala Picture
Published On

ଭୁବନେଶ୍ବର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନଜାତି ସେଲର ବୈଠକ ବସିଥିଲା। ନବୀନଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ କରାଯାଇଛି।ଆଦିବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ବହୁତ କାମ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ବିକାଶ ହେଇଥିଲା । ଯାହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ବିଜେପିର ମିଛ କଥାରେ ଲୋକେ ଢଳିଥିଲେ। ହେଲେ ସେମାନଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ। ଅଧିକରୁ ଅଧିକ […]

ଭୁବନେଶ୍ବର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନଜାତି ସେଲର ବୈଠକ ବସିଥିଲା। ନବୀନଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ କରାଯାଇଛି।ଆଦିବାସୀଙ୍କ ପାଇଁ ନବୀନ ପଟ୍ଟନାୟକ ବହୁତ କାମ କରି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ ବିକାଶ ହେଇଥିଲା । ଯାହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ବିଜେପିର ମିଛ କଥାରେ ଲୋକେ ଢଳିଥିଲେ। ହେଲେ ସେମାନଙ୍କୁ ବିଜେଡି ସହ ଯୋଡିବାକୁ ପ୍ରୟାସ କରାଯିବ। ଅଧିକରୁ ଅଧିକ ଆଦିବାସୀଙ୍କୁ ବିଜେଡି ସହ ଯୋଡ଼ାଯିବ। ପ୍ରତି ଆଦିବାସୀ ଜିଲ୍ଲାରେ ଆଦିବାସୀ କମିଟି ଗଠନ କରାଯିବ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗକୁ ଆହୁରି ଶାଣିତ କାମ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ସାଂସଦ ନିରଞ୍ଜନ ବିଶି  କହିଛନ୍ତି ଯେ,  ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନରେ ଜନଜାତି ସେଲ ଗଠନ ହେଲା। ଆଦିବାସୀଙ୍କ ବିକାଶ ପାଇଁ ଯାହା ଯୋଜନା ନବୀନ ସରକାର କରିଥିଲେ, ତାହା ବର୍ତ୍ତମାନର ମୋହନ ସରକାର ବନ୍ଦ କରି ଦେଉଛନ୍ତି। ଶିକ୍ଷକ ନିଯୁକ୍ତିରେ ଯୋଗ୍ୟ ଆଦିବାସୀ ନ ଥିବା କହି ସଂରକ୍ଷଣ ଦେଉ ନାହାନ୍ତି। ସେହିପରି ବର୍ଷକୁ ଯେଉଁ ଦୁଇଟି ବୃତ୍ତି ମିଳୁଥିଲା, ତାହା ବି ବନ୍ଦ ହେଲାଣି। ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ମୋହନ ସରକାର ଉଛେଦ କରିଦେଲେ। ଏସବୁ ବିରୋଧରେ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନ କରିବେ। ସେମାନେ ବୁଝି ଗଲେଣି ଯେ, ବିଜେପି କିପରି ମିଛ କହି ସରକାରକୁ ଆସି ଆଦିବାସୀଙ୍କୁ ପ୍ରତାରଣା ଦେଇଛି। ସମସ୍ତେ ଏବେ ବି ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ବୋଲି ନିରଞ୍ଜନ ବିଶି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଆତଙ୍କ: ଘରେ ପଶି ଯୁବତୀ ଓ ତାଙ୍କ ବାପା-ମା'ଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର