ମନୋରଞ୍ଜନ
ବସ୍ତି ପିଲାଙ୍କ ପାଇଁ ମାଆ ସାଜିଛନ୍ତି କିନ୍ନର, ଉଠାଉଛନ୍ତି ପଢ଼ା ଖର୍ଚ୍ଚ ଏବଂ ଯୋଗାଉଛନ୍ତି ଆବଶ୍ୟକ ସାମଗ୍ରୀ…
ଭୁବନେଶ୍ୱର: ଜନ୍ମ ଦେଇ ନାହାନ୍ତି ହେଲେ ବସ୍ତିର ଛୋଟ ଛୋଟ ପିଲାଙ୍କ ପାଇଁ ସେ ମା’ ସାଜିଛନ୍ତି। କେବଳ କଥାରେ କି ଡାକରେ ନୁହଁ ବରଂ ମାଆ ର ସବୁ ଦାୟିତ୍ୱ ତୁଲାଉଛନ୍ତି ଜଣେ କିନ୍ନର। ସେ ହେଉଛନ୍ତି ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ମେନକା କିନ୍ନର। ଚାରୁ ଓ କାରୁକଳାରେ ଯୁକ୍ତ ୨ ପାସ କରିଛନ୍ତି ମେନକା। ଏବେ ୧୨ ରୁ ୧୩ ଜଣ ପିଲାଙ୍କୁ ପାଠ ପଢ଼଼ାଇବା ସହ ତାଙ୍କର ଅନ୍ୟ ଖର୍ଚ୍ଚ ତୁଲାଉଛନ୍ତି। ବିଶେଷକରି […]
ଭୁବନେଶ୍ୱର: ଜନ୍ମ ଦେଇ ନାହାନ୍ତି ହେଲେ ବସ୍ତିର ଛୋଟ ଛୋଟ ପିଲାଙ୍କ ପାଇଁ ସେ ମା’ ସାଜିଛନ୍ତି। କେବଳ କଥାରେ କି ଡାକରେ ନୁହଁ ବରଂ ମାଆ ର ସବୁ ଦାୟିତ୍ୱ ତୁଲାଉଛନ୍ତି ଜଣେ କିନ୍ନର। ସେ ହେଉଛନ୍ତି ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ମେନକା କିନ୍ନର।
ଚାରୁ ଓ କାରୁକଳାରେ ଯୁକ୍ତ ୨ ପାସ କରିଛନ୍ତି ମେନକା। ଏବେ ୧୨ ରୁ ୧୩ ଜଣ ପିଲାଙ୍କୁ ପାଠ ପଢ଼଼ାଇବା ସହ ତାଙ୍କର ଅନ୍ୟ ଖର୍ଚ୍ଚ ତୁଲାଉଛନ୍ତି। ବିଶେଷକରି ରାସ୍ତା କଡ଼ରେ ଯେଉଁ ପିଲାମାନେ ଜରି ଓ ପ୍ଲାଷ୍ଟିକ ଗୋଟାଉଥାନ୍ତି, ସେଭଳି ପିଲାଙ୍କ ଭବିଷ୍ୟତ ଗଢିବାକୁ ଆଗେଇ ଆସିଛନ୍ତି ସେ। ଅଧିକାଂଶ ବସ୍ତିବାସିନ୍ଦା ଶ୍ରମିକ ଶ୍ରେଣୀର ତେଣୁ ସେମାନେ କାମକୁ ଗଲେ ପିଲାଙ୍କୁ ଘରେ ଛାଡିଦେଇ ଯାଇଥାନ୍ତି। ଫଳରେ ସେମାନେ ଅବହେଳା ହେବାର ଦେଖି ମେନକା ତାଙ୍କ ଯତ୍ନ ନେବା ସହ ପାଠ କଥା ମଧ୍ୟ ବୁଝିଥାନ୍ତି। ଧୀରେ ଧୀରେ ତାଙ୍କ କାର୍ଯ୍ୟ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଗତ ୫ ବର୍ଷ ହେଲା ସେ ବସ୍ତି ପିଲାଙ୍କୁ ପାଠ ପଢ଼଼ାଉଛନ୍ତି। କେବଳ ସେତିକି ନୁହେଁ ନିଜ ଆୟର କିଛି ଅଂଶରୁ ସିଲଟ, ଖଡ଼ି ଓ ବିଭିନ୍ନ ଖାଦ୍ୟ ଆଣି ଦେଇଥାନ୍ତି। କରୋନା ସମୟରେ ସେ ଅନେକ ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ଆସୁଛନ୍ତି। ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ପକାଇ ଚା, କଫି, ଧୂପ, ଫିନାଇଲ ଆଦି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି। ସେଥିରୁ ଯାହା ରୋଜଗାର ହୁଏ ନିଜେ ଚଳିବା ସହ ପିଲାଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ଆଗକୁ ଖଲି ପତ୍ର ତିଆରି କରି ରୋଜଗାରର ମାଧ୍ୟମରେ ସାମିଲ କରିବାକୁ ସେ ଯୋଜନା ରଖିଛନ୍ତି। ଏନେଇ ମେନକା କୁହନ୍ତି, ଏଭଳି ବସ୍ତି ପିଲାଙ୍କୁ ତାଙ୍କ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିବା ଏବଂ ପାଠପଢ଼ାଇବାରେ ତାଙ୍କୁ ଖୁସି ମିଳିଥାଏ। ପିଲାଙ୍କ ମୁହଁରେ ଯେତେବେଳେ ହସ ଦେଖନ୍ତି ଏଭଳି କାର୍ଯ୍ୟ ଆହୁରି କରିବାକୁ ତାଙ୍କୁ ପ୍ରେରଣା ମିଳିଥାଏ ବୋଲି ସେ କହିଛନ୍ତି।






