ନଦୀରେ ଭାସି ନାବାଳକ ମୃତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗ୍ରାମର ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ହେମନ୍ତ ରାଉତଙ୍କ ପୁଅ ଚିନ୍ମୟ ପ୍ରସାଦ ରାଉତ ବୟସ ୧୩ ବର୍ଷ ଆଜି ପୂର୍ବାହ୍ନରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ,  ଆଜି ପୂର୍ବାହ୍ନରେ ଚିନ୍ମୟ ଗାଁ ନିକଟ ବ୍ରାହ୍ମଣୀନଦୀକୁ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲା । ବହୁତ ଖୋଜାଖୋଜି […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ମୋଟଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗ୍ରାମର ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ହେମନ୍ତ ରାଉତଙ୍କ ପୁଅ ଚିନ୍ମୟ ପ୍ରସାଦ ରାଉତ ବୟସ ୧୩ ବର୍ଷ ଆଜି ପୂର୍ବାହ୍ନରେ ଗାଧୋଉଥିବା ବେଳେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନା ଅନୁଯାୟୀ,  ଆଜି ପୂର୍ବାହ୍ନରେ ଚିନ୍ମୟ ଗାଁ ନିକଟ ବ୍ରାହ୍ମଣୀନଦୀକୁ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲା । ବହୁତ ଖୋଜାଖୋଜି ପରେ ରଣେଶ୍ବର ମନ୍ଦିର ଘାଟ ନିକଟରେ ଗଭୀର ଜଳରୁ ଚିନ୍ମୟକୁ ଉଦ୍ଧାର କରିଥିଲେ। ସେତେବେଳକୁ ଚିନ୍ମୟର ପ୍ରାଣବାୟୁ ଚାଲିଯାଇଥିଲା । ପରିବାର ଓ ଗ୍ରାମରେରେ ଶୋକର ଛାୟା ଖେଳିଯାଇଛି । ସେ ଧଳପୁର ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀ ଛାତ୍ର। ଗତକାଲି ଗାଁରେ ଡ୍ରାମା ଦେଖି ବିଳମ୍ବ ଯୋଗୁଁ ବିଦ୍ୟାଳୟକୁ ଯାଇନଥିଲା । ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର