‘ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଥିଲେ ବୈଜୟନ୍ତ’

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାକୁ ଇଛା ରଖୁଥିବା କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ପ୍ରଚାର କରନ୍ତି । ବୈଜୟନ୍ତ ପଣ୍ଡାଙ୍କୁ ନେଇ ଏଏନଆଇ ପୋଡକାଷ୍ଟରେ ଏଭଳି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବୈଜୟନ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସମ୍ପର୍କ ଖରାପ କେମିତି ହୋଇଥିଲା ପ୍ରଶ୍ନର ଉତ୍ତର ଦେଇ ପାଣ୍ଡିଆନ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେଡି ଲୋକସଭାରେ ଚତୁର୍ଥ ବୃହତ୍ତମ ଦଳ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାକୁ ଇଛା ରଖୁଥିବା କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ପ୍ରଚାର କରନ୍ତି । ବୈଜୟନ୍ତ ପଣ୍ଡାଙ୍କୁ ନେଇ ଏଏନଆଇ ପୋଡକାଷ୍ଟରେ ଏଭଳି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବୈଜୟନ୍ତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସମ୍ପର୍କ ଖରାପ କେମିତି ହୋଇଥିଲା ପ୍ରଶ୍ନର ଉତ୍ତର ଦେଇ ପାଣ୍ଡିଆନ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେଡି ଲୋକସଭାରେ ଚତୁର୍ଥ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା । ଏହି ସମୟରେ ବୈଜୟନ୍ତ ପଣ୍ଡା କେନ୍ଦ୍ର ଫାଇନାନ୍ସ କମିଟିରେ ବିଜେପି ତାଙ୍କୁ ସାମିଲ କରିବାକୁ ଚାହୁଁଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ । ଅରୁଣ ଜେଟଲି ତାଙ୍କୁ (ବୈଜୟନ୍ତ) ଏହି ଅଫର ଦେଇଥିବା ସେ କହିଥିଲେ । ଯେହେତୁ ବୈଜୟନ୍ତଙ୍କ ବିରୋଧରେ ନିଜ କର୍ପୋରେଟ୍ ହାଉସକୁ ଆର୍ଥିକ ଲାଭ ପହଂଚାଇବାର ଅଭିଯୋଗ ଥିଲା, ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ନାମ ସୁପାରିସ କରିବାକୁ ରାଜି ହୋଇ ନଥିଲେ । ଏହାପରଠାରୁ ବୈଜୟନ୍ତଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ସମ୍ପର୍କ ଖରାପ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବୈଜୟନ୍ତ୍ର ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଡିନର ଓ ଲଞ୍ଚ କରୁଥିଲେ କିନ୍ତୁ ପଛରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏନେଇ ଖବର ପହଂଚିଥିଲା । ଦିଲ୍ଲୀରୁ ଆସୁଥିବା କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା କାଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପଚାରୁଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଅସହଜ କରୁଥିଲା । ମୁଖ୍ୟମନ୍ତ୍ରୀ ସେହି କେନ୍ଦ୍ରମନ୍ତ୍ରୀମାନଙ୍କଠାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ କେଉଁଠାରୁ ଖବର ପାଇଛନ୍ତି ପଚାରିବାରେ ବୈଜୟନ୍ତଙ୍କ ନାମ ଆସୁଥିଲା । ଥରେ ମଧ୍ୟପ୍ରଦେଶର ଜଣେ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଫୋନ୍ କରି ନବୀନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଲଣ୍ଡନ ଯାଉଛନ୍ତି କି ବୋଲି ଜାଣିବାକୁ ଚାହିଁଥିଲେ । ଲଣ୍ଡନରେ ତାଙ୍କର ଅନେକ ପରିଚୟ ରହିଛି ନବୀନ ଚାହିଁଲେ ସେ ଏନେଇ କଥା ହୋଇ ପାରିବେ ବୋଲି କହିଥିଲେ । ପ୍ରେମ ପଟ୍ଟନାୟକଙ୍କୁ ଏହା ଚକିତ କରିଥିଲା । କାହାଠାରୁ ସେ ନବୀନଙ୍କ ସ୍ୱାସ୍ଥ୍ୟ ନେଇ ଏଭଳି ଶୁଣିଛନ୍ତି ପଚାରିବାରେ ସଂପୃକ୍ତ ନେତା ବୈଜୟନ୍ତଙ୍କ ନାମ ନେଇଥିଲେ । ଏହି ଘଟଣା ନବୀନଙ୍କୁ ଆଘାତ ଦେଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ପ୍ରଚାର ପଛରେ ରାଜନୈତିକ ବିଦ୍ରୋହର ଉଦ୍ଦେଶ୍ୟ ଥିଲା କି ପ୍ରଶ୍ନର ଉତ୍ତରରେ ପାଣ୍ଡିଆନ କହିଥିଲେ ଯେ, ରାଜନୈତିକ ବିଦ୍ରୋହ ନୁହେଁ କିନ୍ତ ସେ ଏହି ସନ୍ଦେଶ ଦେବାକୁ ଚାହୁଁଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ବିକଳ୍ପ ନେତା ବାଛିବାର ସମୟ ଆସିଛି । ଗୋଟିଏ ଆଂଚଳିକ ଦଳ ହିସାବରୁ ଦଳର ମୁଖ୍ୟଙ୍କ ବିରୋଧରେ ଏଭଳି ମିଥ୍ୟା ପ୍ରଚାର ଦଳର ସ୍ୱାର୍ଥ ପାଇଁ ଠିକ ନଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର