ରାଜଧାନୀରେ ସ୍ଥିତି ସଙ୍ଗୀନ : ଆଜି ୫୮୧ ପଜିଟିଭ୍‌, ୪୭୦ ଲୋକାଲ୍‌ କେସ୍‌

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ପୂର୍ବ ସବୁ ରେକର୍ଡକୁ କାଟି ଦେଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ । ପ୍ରତିଦିନ ଭୁବନେଶ୍ବରରୁ ଯେତିକି ସଂକ୍ରମିତ ଚିହ୍ନଟ […]

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ପୂର୍ବ ସବୁ ରେକର୍ଡକୁ କାଟି ଦେଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ । ପ୍ରତିଦିନ ଭୁବନେଶ୍ବରରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ପ୍ରାୟ ୭୦ ଭାଗ ଲୋକାଲ୍‌ କେସ୍‌। ଏତେ ପରିମାଣର ଲୋକାଲ୍‌ କେସ୍‌ ଚିହ୍ନଟ ହେବା ଚିନ୍ତା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ପଟିଆରୁ ୩୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୩୫, ଖଣ୍ଡଗିରିରୁ ୨୯, ଟଙ୍କପାଣି ରୋଡରୁ ୨୬, ନୟାପଲ୍ଲୀରୁ ୨୪, ଚନ୍ଦ୍ରଶେଖରପୁରରୁ ୨୨, ଆଇଗିଣିଆରୁ ୧୯ ଜଣ ଅଛନ୍ତି । ସେହିପରି ରସୁଲଗଡରୁ ୧୫ ଜଣ ଥିବା ବେଳେ, ମଞ୍ଚେଶ୍ବରରୁ ୧୧, ଆଚାର୍ଯ୍ୟବିହାର ୯, ୟୁନିଟ -୯, ବଡ଼ଗଡ଼, ନିଳାଦ୍ରୀବିହାରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୯ ଜଣ ଥିବା ବେଳେ, ବରମୁଣ୍ଡାରୁ ୮ ଜଣ, ବମିଖାଲ ଓ ଚନ୍ଦ୍ରଶେଖରପୁର, ଟଙ୍କପାଣି ରୋଡରୁ ୬ ଜଣ ଲେଖାଏଁ, ପଟିଆରୁ ୫ ଜଣ, ନୟାପଲ୍ଲୀରୁ ୪ ଜଣ, ଡମଣା ଓ ପୋଖରୀପୁଟରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ୩୬ ହଜାର ୭୨୮ରେ ପହଞ୍ଚିଥିବା ବେଳେ, ୨୫୦ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୩୩ ହଜାର ୨୦୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ବାକି ୩୨୪୯ ଜଣଙ୍କ ଚିକିତ୍ସା ଚାଲିଛି ।

20 Apr 2021 By The Sakala

ରାଜଧାନୀରେ ସ୍ଥିତି ସଙ୍ଗୀନ : ଆଜି ୫୮୧ ପଜିଟିଭ୍‌, ୪୭୦ ଲୋକାଲ୍‌ କେସ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ପୂର୍ବ ସବୁ ରେକର୍ଡକୁ କାଟି ଦେଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୮୧ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୧୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୪୭୦ । ପ୍ରତିଦିନ ଭୁବନେଶ୍ବରରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ପ୍ରାୟ ୭୦ ଭାଗ ଲୋକାଲ୍‌ କେସ୍‌। ଏତେ ପରିମାଣର ଲୋକାଲ୍‌ କେସ୍‌ ଚିହ୍ନଟ ହେବା ଚିନ୍ତା ସୃଷ୍ଟି କରିଛି।

ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ପଟିଆରୁ ୩୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୩୫, ଖଣ୍ଡଗିରିରୁ ୨୯, ଟଙ୍କପାଣି ରୋଡରୁ ୨୬, ନୟାପଲ୍ଲୀରୁ ୨୪, ଚନ୍ଦ୍ରଶେଖରପୁରରୁ ୨୨, ଆଇଗିଣିଆରୁ ୧୯ ଜଣ ଅଛନ୍ତି । ସେହିପରି ରସୁଲଗଡରୁ ୧୫ ଜଣ ଥିବା ବେଳେ, ମଞ୍ଚେଶ୍ବରରୁ ୧୧, ଆଚାର୍ଯ୍ୟବିହାର ୯, ୟୁନିଟ -୯, ବଡ଼ଗଡ଼, ନିଳାଦ୍ରୀବିହାରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୯ ଜଣ ଥିବା ବେଳେ, ବରମୁଣ୍ଡାରୁ ୮ ଜଣ, ବମିଖାଲ ଓ ଚନ୍ଦ୍ରଶେଖରପୁର, ଟଙ୍କପାଣି ରୋଡରୁ ୬ ଜଣ ଲେଖାଏଁ, ପଟିଆରୁ ୫ ଜଣ, ନୟାପଲ୍ଲୀରୁ ୪ ଜଣ, ଡମଣା ଓ ପୋଖରୀପୁଟରୁ ୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ୟ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ୩୬ ହଜାର ୭୨୮ରେ ପହଞ୍ଚିଥିବା ବେଳେ, ୨୫୦ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୩୩ ହଜାର ୨୦୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ବାକି ୩୨୪୯ ଜଣଙ୍କ ଚିକିତ୍ସା ଚାଲିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର