ମନୋରଞ୍ଜନ
ଓଡ଼ିଶା
ନାଳରେ ପଡ଼ିଛି ସାର୍କ ମାଛର ମୃତଦେହ
ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ଜାମୁକା ମୁହାଣର ନାଳ ନିକଟରେ ଏକ ସାର୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲ୍ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ମାଛକୁ ଦେଖିବାକୁ ସେଠାରେ ଭିଡ଼ି ଜମିଛି । ସୂଚନା ଅନୁଯାୟୀ, ଗତ ତିନି ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିବା ବେଳେ ଜାଲରେ ଏକ ହ୍ୱେଲ୍ ସାର୍କ ମାଛ ପଡ଼ିଥିଲା । ମତ୍ସଜୀବୀମାନେ ଏହି ମାଛଟିକୁ […]
ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ଜାମୁକା ମୁହାଣର ନାଳ ନିକଟରେ ଏକ ସାର୍କର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲ୍ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ମାଛକୁ ଦେଖିବାକୁ ସେଠାରେ ଭିଡ଼ି ଜମିଛି ।
ସୂଚନା ଅନୁଯାୟୀ, ଗତ ତିନି ଦିନ ତଳେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଇଥିବା ବେଳେ ଜାଲରେ ଏକ ହ୍ୱେଲ୍ ସାର୍କ ମାଛ ପଡ଼ିଥିଲା । ମତ୍ସଜୀବୀମାନେ ଏହି ମାଛଟିକୁ କୂଳକୁ ନେଇ ଆସିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ, ଏହାକୁ ପୁଣି ଥରେ ସମୁଦ୍ରରେ ଛାଡି ଦିଆଯାଇଥିଲା । କିନ୍ତୁ ହ୍ୱେଲ୍ ସାର୍କର ମୃତ ଦେହ କଣ୍ଟିଆଚେରା ଜାମୁକା ମୁହାଣର ଏକ ନାଳରେ ପଡିଥିବା ଆଜି ଦେଖିବାକୁ ମିଳିଛି । ହ୍ୱେଲ୍ ସାର୍କର ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ ବୋଲି କୁହାଯାଇଛି।