ଭିଜିଲାନ୍ସ ସ୍କାନର୍‌ରେ ୪୬ଜଣ ପୂର୍ବତନ ସରକାରୀ କର୍ମଚାରୀ, ଚଢ଼ଉ ପୂର୍ବରୁ କରାଯାଉଛି ଜମିର ତଥ୍ୟ ସଂଗ୍ରହ

The Sakala Picture
Published On

ଭୁବନେଶ୍ୱର : ଅବସର ପରେ ବି ଖସିପାରିବେନି ଦୁର୍ନିତିଗ୍ରସ୍ତ ସରକାରୀ କର୍ମଚାରୀ। ସେମାନଙ୍କ ଉପରେ ବାଜିବ ‘୫-ଟି’ ଛାଟ। ଅନେକ ମାମଲାରେ ଲାଞ୍ଚୁଆମାନେ କୋଟି କୋଟି ଟଙ୍କାର କଳାଧନ ରଖି ଜାଣିଶୁଣି ଭିଆର୍‌‌ଏସ୍‌‌ ନେଇଯାଉଛନ୍ତି। ସେମାନେ ଭାବୁଛନ୍ତି ଭିଆରଏସ୍‌‌ ନେବା ପରେ ଭିଜିଲାନ୍ସ ଯନ୍ତାରୁ ଖସିଯିବେ। କିନ୍ତୁ ସେମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ କଡ଼ା ନଜର ରଖିଛି। ଚାକିରି କାଳ ମଧ୍ୟରେ ତାଙ୍କର ଦରମା କେତେ ରହିଥିଲା ଏବଂ ସେ ଲାଞ୍ଚ ଖାଉଥିଲେ କି ନାହିଁ, ତାହା […]

ଭୁବନେଶ୍ୱର : ଅବସର ପରେ ବି ଖସିପାରିବେନି ଦୁର୍ନିତିଗ୍ରସ୍ତ ସରକାରୀ କର୍ମଚାରୀ। ସେମାନଙ୍କ ଉପରେ ବାଜିବ ‘୫-ଟି’ ଛାଟ। ଅନେକ ମାମଲାରେ ଲାଞ୍ଚୁଆମାନେ କୋଟି କୋଟି ଟଙ୍କାର କଳାଧନ ରଖି ଜାଣିଶୁଣି ଭିଆର୍‌‌ଏସ୍‌‌ ନେଇଯାଉଛନ୍ତି। ସେମାନେ ଭାବୁଛନ୍ତି ଭିଆରଏସ୍‌‌ ନେବା ପରେ ଭିଜିଲାନ୍ସ ଯନ୍ତାରୁ ଖସିଯିବେ। କିନ୍ତୁ ସେମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ କଡ଼ା ନଜର ରଖିଛି। ଚାକିରି କାଳ ମଧ୍ୟରେ ତାଙ୍କର ଦରମା କେତେ ରହିଥିଲା ଏବଂ ସେ ଲାଞ୍ଚ ଖାଉଥିଲେ କି ନାହିଁ, ତାହା ଖବର ରଖୁଛି ଭିଜିଲାନ୍ସ। ଯଦି ଅବସର ପରେ ସେ ଏକାଧିକ କୋଠା, ବାଡ଼ି ଏବଂ ପ୍ଲଟ୍‌‌ କିଣନ୍ତି, ତେବେ ଭିଜିଲାନ୍ସ କୋର୍ଟରୁ ଅନୁମତି ଆଣି ସେମାନଙ୍କ ଘରେ ଚଢ଼ଉ କରୁଛି। ବର୍ତ୍ତମାନ ଅବସର ନେଇଥିବା ୪୬ଜଣ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ନଜର ରଖିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅବସର ପରେ ସେମାନେ ଜମି, ଘର, ଦାମି ଗାଡ଼ି ଏବଂ ସୁନା କିଣୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେମାନଙ୍କର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଚଢ଼ଉ ପରେ ପ୍ରମାଣ ମିଳିଲେ ଅବସରପ୍ରାପ୍ତ କର୍ମଚାରୀଙ୍କ ଭତ୍ତାକୁ ମଧ୍ୟ ବନ୍ଦକରି ଦିଆଯାଉଛି।
ଦୁର୍ନୀତି କରି ୮ ବର୍ଷ ହେବ ଫେରାର ଥିବା କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶଚନ୍ଦ୍ର ସାହୁଙ୍କୁ ନିକଟରେ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଥିଲା। ସେ ବିଡିଓ ଥିବା ସମୟରେ ସରକାରଙ୍କ ବିଭିନ୍ନ ଉନ୍ନୟନ କାମ ପାଇଁ ଆସୁଥିବା ଟଙ୍କାକୁ ହରିଲୁଟ କରିଥିବା ଜଣାପଡ଼ିଥିଲା।

ତେଣୁ ଭିଜିଲାନ୍ସ ମାମଲା ପରେ ସେ ଫେରାର ହୋଇଯାଇଥିଲେ। କିନ୍ତୁ ତାଙ୍କୁ ଭିଜିଲାନ୍ସ ଟ୍ରାକ୍‌‌କରି ଗିରଫ କରିଥିଲା। ସେହିପରି ବୌଦ୍ଧ ଏନ୍‌‌ଏସିର ପୂର୍ବତନ ଜେଇ ମନୋଜ କୁମାର ପାଢ଼ୀ ଏବଂ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ଉଦ୍ୟାନକୃଷି ଅଧିକାରୀ ଜଗନ୍ନାଥ ସାମନ୍ତଙ୍କୁ ଖୋଜୁଛି ଭିଜିଲାନ୍ସ। ମନୋଜ ବ୍ରହ୍ମପୁର ଭିଜିଲାନ୍ସ କେସ୍‌‌ ନଂ-୫/୨୦୦୫ ମାମଲାରେ ସେ ଫେରାର ଅଛନ୍ତି। ତାଙ୍କ ନାଁରେ ବୌଦ୍ଧାରେ ସରକାରୀ ରାସ୍ତା କାମ ପାଇଁ ଆସିଥିବା ଫଣ୍ଡକୁ ୨୦୦୮ରେ ହରିଲୁଟ୍‌‌ କରିଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସେହିପରି ଜଗନ୍ନନାଥ ସାମନ୍ତ ନାମରେ ବ୍ରହ୍ମପୁର ଭିଜିଲାନ୍ସ କେସ୍‌‌ ନଂ-୨୧/୨୦୦୧ ମାମଲାରେ ଫେରାର ଅଛନ୍ତି। ୨୦୦୪ ମାର୍ଚ୍ଚ ୨୨ରେ ତାଙ୍କ ବିରୋଧରେ ଭିଜିଲାନ୍ସ କେସ୍‌‌ରେ ଚାର୍ଜସିଟ୍‌‌ ଦାଖଲ କରିଥିଲା। ନଡ଼ିଆ ବିହନ, ଖଜୁରୀ ତେଲ ବଣ୍ଟନରେ ମିଥ୍ୟା ବିଲ୍‌‌ କରି ଟଙ୍କା ହରିଲୁଟ୍‌‌ କରିଥିଲେ। ତେଣୁ ଫେରାର ଲାଞ୍ଚୁଆ ଅଧିକାରୀ ଏବଂ ଦୁର୍ନୀତିଗ୍ରସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗିରଫ ପାଇଁ ଭିଜିଲାନ୍ସ ଏକ ଡ୍ରାଇଭ୍‌‌ ଆରମ୍ଭ କରିଛି। ଅନ୍ୟପଟରେ ବର୍ତ୍ତମାନ ଇଣ୍ଟରନେଟ୍‌‌ ଯୁଗରେ ଜମିର ତଥ୍ୟ ପାଇଁ ଓକାକ୍‌‌ର ସାହାରା ନିଆଯାଉଛି। ସେମାନଙ୍କୁ ପରିବାର ସଦସ୍ୟଙ୍କ ନାମରେ କେତେ ଜମି ଅଛି ତାହା ମଧ୍ୟ ଜଣାପଡ଼ିଛି।

27 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର