୨ବର୍ଷରେ ଏସ୍‍ଏଚ୍‍ଜି ମାଧ୍ୟମରେ ୩୫୮୩କୋଟି କାରବାର

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ମହିଳାମାନେ ସ୍ୱାବଲମ୍ବୀ ହେବେ। ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଓ ରୋଜଗାରକ୍ଷମ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’କୁ ଦେଇଛନ୍ତି ସ୍ୱତନ୍ତ୍ର ବିଭାଗ ମାନ୍ୟତା। କେବଳ ସେତିକି ନୁହେଁ ମିଶନ ଶକ୍ତି ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ଆହାର କେନ୍ଦ୍ର ପରିଚାଳନାଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ […]

ଭୁବନେଶ୍ୱର : ରାଜ୍ୟର ମହିଳାମାନେ ସ୍ୱାବଲମ୍ବୀ ହେବେ। ଆର୍ଥିକ କ୍ଷେତ୍ରରେ ଶକ୍ତିଶାଳୀ ଓ ରୋଜଗାରକ୍ଷମ ହେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିଶନ ଶକ୍ତି’କୁ ଦେଇଛନ୍ତି ସ୍ୱତନ୍ତ୍ର ବିଭାଗ ମାନ୍ୟତା। କେବଳ ସେତିକି ନୁହେଁ ମିଶନ ଶକ୍ତି ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ଆହାର କେନ୍ଦ୍ର ପରିଚାଳନାଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ମିଶନ ଶକ୍ତିର ମହିଳାମାନେ ମଧ୍ୟ ଭାଙ୍ଗି ନାହାନ୍ତି। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଗତ ୨ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ୩୫୮୩ କୋଟି ଟଙ୍କାର କାରବାର କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏହିକ୍ରମରେ ଆଗକୁ ମା’ମାନଙ୍କ ହାତରେ ଆହୁରି ଦାୟିତ୍ୱ ଦେବା ପାଇଁ ରାଜ୍ୟସରକାର ଯୋଜନା କରିଛନ୍ତି। ୫ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ୨ବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ଏସ୍‍ଏଚ୍‍ଜିମାନଙ୍କ ସହ ସଂଯୋଜିତ କରିଛି। କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ବୃକ୍ଷରୋପଣ, ଚଣା ଓ ମାଣ୍ଡିଆଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ପନିପରିବା ଯୋଗାଣ, ପାଇପ୍‍ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଇକୋ କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ମିଟର ରିଡିଂ ଏବଂ ବିଦ୍ୟୁତ୍‍ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ବିଦ୍ୟୁତ୍‍ ବିତରକ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏସ୍‍ଏଚ୍‍ଜିମାନଙ୍କୁ ବ୍ୟବସାୟରେ ସାମିଲ୍‍ କରିବା ଦିଗରେ ବିଭିନ୍ନ ବିଭାଗମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପର ସମୀକ୍ଷା କରି ସହଭାଗିତା ପାଇଁ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ଏଥିରେ ସମ୍ପୃକ୍ତ କରାଇବା ପାଇଁ ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ୍‍ ମୋଡ୍‍ରେ ଅନୁଷ୍ଠିତ ଏହି ବୈଠକରେ ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ ଏ ସମ୍ବନ୍ଧିତ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

୨୦୧୯-୨୦ ଆର୍ଥିକ ବର୍ଷରୁ ୫ବର୍ଷ ମଧ୍ୟରେ ଏସ୍‍ଏଚ୍‍ଜିମାନଙ୍କ ମାଧ୍ୟମରେ ୫ହଜାର କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କରୋନା ସଟ୍‍ଡାଉନ୍‍ ଓ ଲକ୍‍ଡାଉନ୍‍ ସତ୍ତ୍ବେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ ପ୍ରାୟ ୧ହଜାର ୪ଶହ ୧୨କୋଟି ଟଙ୍କାର ସରକାରୀ ବ୍ୟବସାୟ ହୋଇ ଏ ଦିଗରେ ୧୪୧ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଥିଲା ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟାନ୍‍ ସୂଚନା ଦେଇଛନ୍ତି। ୨୦୨୦-୨୧ ବର୍ଷରେ ଏହି ବ୍ୟବସାୟ ପରିମାଣ ୨୧୭୨କୋଟି ଟଙ୍କାକୁ ବୃଦ୍ଧି ପାଇ ଲକ୍ଷ୍ୟ ହାସଲ୨୦୧୭ ପ୍ରତିଶତରେ ପହଞ୍ଚିଥିଲା। ୨୦୧୯-୨୦ ବର୍ଷରେ ସରକାରୀ ବ୍ୟବସାୟରେ ୨୦୪୪୯ ଗୋଷ୍ଠୀ ସାମିଲ ହୋଇଥିବାବେଳେ ୨୦୨୦-୨୧ବର୍ଷରେ ୬୨୫୧୪ ଗୋଷ୍ଠୀ ସାମିଲ ହୋଇଥିଲେ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି।

ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ହସ୍ତତନ୍ତ ଓ ବୟନ ଆଦି ବିଭାଗ ମାଧ୍ୟମରେ ମହିଳା ସ୍ୱୟଂ ସହାୟକଗୋଷ୍ଠୀଙ୍କୁ ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ପଥ୍ୟ ଯୋଗାଣ, କୃଷି ବିଭାଗର ପୃଷ୍ଟି ବଗିଚା ସୃଷ୍ଟି, ସାର ଓ ଖତ ପିଟ୍‍ ନିର୍ମାଣ, ଜଳସାଥୀ ଏବଂ ସ୍ୱଚ୍ଛ ସାଥୀ ଆଦି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାର ସମ୍ଭାବନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ମିଶନ ଶକ୍ତି ବଜାର ନିର୍ମାଣ ନିମନ୍ତେ ସରକାର ଯୋଜନା କରିଛନ୍ତି। ଏହା ମାଧ୍ୟମରେ ବର୍ଷତମାମ ଏସ୍‍ଏଚ୍‍ଜିମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରିର ସୁବିଧା ସୃଷ୍ଟି ହେବ ଏବଂ ଜନସାଧାରଣ ମଧ୍ୟ ଉପଯୁକ୍ତ ଦାମରେ ବିଭିନ୍ନ ଉତ୍ପାଦ ପାଇପାରିବେବୋଲି ସୂଚନା ମିଳିଛି। ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

29 Jul 2021 By The Sakala

https://www.thesakala.in/latest-odisha-news/3583-crore-transactions-through-shg-in-2-years/article-4189
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର