ପୁଣି ବଢିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ଚିହ୍ନଟ ହେଲେ ୩୩୪ ପଜିଟିଭ୍‌, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଟିକେ ହ୍ରାସ ପାଇଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି। ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୫ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।  ଏଥିମଧ୍ୟରେ ୫୩ ଜଣ […]

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଟିକେ ହ୍ରାସ ପାଇଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି। ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୫ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।  ଏଥିମଧ୍ୟରେ ୫୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୬ଟି ଜିଲ୍ଲାରୁ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୪ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୩୩୪ ଜଣ ପଜିଟିଭ୍‌ଙ୍କ ବାଲେଶ୍ୱର ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୭୦ଜଣ, ଜଗତସିଂହପୁର ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୭ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୨ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ, ଷ୍ଟେଟ ପୁଲ୍‌ରୁ ୩୭ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨, ୯୧, ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୯୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨,୮୦, ୨୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩, ୨୧, ୪୮, ୨୦୫ସାମ୍ପୁଲ ଟେଷ୍ଟ୍ ହୋଇଛି ।

05 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର