ଜେଲ୍‌ ବିଭାଗ ଖୋଲିବ ବିୟୁଟି ପାର୍ଲର, ଝାରପଡ଼ା ଜେଲ୍‌ରେ ୩୦ ମହିଳା କଏଦୀଙ୍କୁ ଦିଆଯିବ ‘ବିୟୁଟି’ ତାଲିମ

The Sakala Picture
Published On

ଭୁବନେଶ୍ୱର : କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଜେଲ୍‍ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରିକି ଜେଲ୍‍ ଭିତରେ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଫୁଡ୍‍ ପ୍ରୋସେସିଂ ମଧ୍ୟ ଶିକ୍ଷା ଦିଆଯାଉଛି। ହେଲେ ଏବେ ଝାରପଡ଼ା ଜେଲରେ ମହିଳା କଏଦୀଙ୍କୁ ପ୍ରଥମଥର ପାଇଁ ବିୟୁଟି ପାର୍ଲର ଟ୍ରେନିଂ ଦିଆଯିବ। ଝାରପଡ଼ା ଜେଲ୍‍ରେ ଥିବା ମହିଳା କଏଦୀଙ୍କ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଟ୍ରେନିଂ ଦିଆଯିବ। ଏକ ଘରୋଇ ସଂସ୍ଥା ପକ୍ଷରୁ ଏନେଇ ତାଲିମ ଦିଆଯିବ। […]

ଭୁବନେଶ୍ୱର : କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଜେଲ୍‍ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରିକି ଜେଲ୍‍ ଭିତରେ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଫୁଡ୍‍ ପ୍ରୋସେସିଂ ମଧ୍ୟ ଶିକ୍ଷା ଦିଆଯାଉଛି। ହେଲେ ଏବେ ଝାରପଡ଼ା ଜେଲରେ ମହିଳା କଏଦୀଙ୍କୁ ପ୍ରଥମଥର ପାଇଁ ବିୟୁଟି ପାର୍ଲର ଟ୍ରେନିଂ ଦିଆଯିବ। ଝାରପଡ଼ା ଜେଲ୍‍ରେ ଥିବା ମହିଳା କଏଦୀଙ୍କ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଟ୍ରେନିଂ ଦିଆଯିବ।

ଆହୁରି ପଢ଼ନ୍ତୁ: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ

ଏକ ଘରୋଇ ସଂସ୍ଥା ପକ୍ଷରୁ ଏନେଇ ତାଲିମ ଦିଆଯିବ। ଏକ ଟିମ୍‍ ଝାରପଡ଼ା ଜେଲ୍‍କୁ ଯାଇ ଇଚ୍ଛୁକ ମହିଳା କଏଦୀଙ୍କ ସହ କଥା ହୋଇଥିଲେ। ଝାରପଡ଼ା ଜେଲରେ ବର୍ତ୍ତମାନ ୪୦ ଜଣ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଏହି ଟ୍ରେନିଂ ନେବାକୁ ଉଚ୍ଛୁକ ଅଛନ୍ତି। ତେଣୁ ସେମାନଙ୍କ ସଂଖ୍ୟା ବଢ଼଼ାଇବା ପାଇଁ ଜେଲ୍‍ ଅନ୍ୟ ୧୦ ଜଣ ମହିଳା କଏଦୀଙ୍କ ସହ କଥା ହେଉଛନ୍ତି। ଆଗ୍ରହୀ ମହିଳା ଅନ୍ତେବାସୀ ନିଜର ନାମ ପଞ୍ଜୀକରଣ କରିବା ପରେ ଖୁବ୍‍ଶୀଘ୍ର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। କିଭଳି ଆଇବ୍ରୋ କ୍ଲିନ୍‍ କରାଯିବ, କିଭଳି ମୁହଁକୁ ସଫା କରାଯିବ, ମେକ୍‌ଅପ୍‍ ସରର୍ଭିସ୍‍, ବ୍ଲିଚ୍‍, ଗୋଲ୍ଡ ବ୍ରିଚ୍‍, ଫେସିଆଲ, ବ୍ୟାକ୍‍ ବ୍ରିଜ୍‍, କିପରି ମାଲିସ୍‍ କରାଯିବ ସବୁ ତାଲିମ ଦିଆଯିବ। ବିୟୁଟି ପାର୍ଲରରେ କେଉଁ କେମିକାଲ ବ୍ୟବହାର କରାଯିବ, ତାହାର ମଧ୍ୟ ଶିକ୍ଷା ଦିଆଯିବ।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ଏହି ସବୁ ଟ୍ରେନିଂ ପାଇଁ ସାଧାରଣତଃ ମହିଳାମାନଙ୍କୁ ୬୦ହଜାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଜେଲ୍‌ରେ ମାଗଣାରେ ମହିଳା କଏଦୀମାନେ ତାଲିମ ନେବେ। ସେମାନଙ୍କୁ ୬ମାସିଆ ଶିକ୍ଷା ଦିଆଯିବା ପରେ ସେମାନଙ୍କ ପରୀକ୍ଷା ନିଆଯିବ। ସେଥିରୁ କେଉଁମାନେ ଶିକ୍ଷା କରିଛନ୍ତି, ଆଉ କେଉଁମାନେ ଶିକ୍ଷା କରିନାହାନ୍ତି ସେଥିରୁ ସ୍ପଷ୍ଟ ହେବ। ଆହୁରି ମଧ୍ୟ ଯେଉଁମାନେ ପାସ୍‍ କରିବେ ସେମାନଙ୍କୁ ଏକ ସାର୍ଟିଫିକେଟ୍‍ ଦିଆଯିବ ବୋଲି ଜେଲ୍‍ ପକ୍ଷରୁ କୁହାଯାଇଛି। ଏହା ସଫଳ ହେଲେ ରାଜ୍ୟର ଅନ୍ୟ ଜେଲ୍‌ରେ ଏହା ଶିକ୍ଷା ଦିଆଯିବ ବୋଲି ଜଣାପଡ଼ିଛି। ଆଗକୁ ଜେଲ୍‍ ବିଭାଗ ପକ୍ଷରୁ ବାହାରେ ବିୟୁଟିପାର୍ଲର ଖୋଲାଯିବ। ଟ୍ରେନିଂ ନେଇଥିବା ମହିଳାମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ। ସେଥିରୁ ଯାହା ଆୟ ହେବ ତାହାକୁ ସେମାନଙ୍କ ହିତ ପାଇଁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

13 Jul 2022 By The Sakala

ଜେଲ୍‌ ବିଭାଗ ଖୋଲିବ ବିୟୁଟି ପାର୍ଲର, ଝାରପଡ଼ା ଜେଲ୍‌ରେ ୩୦ ମହିଳା କଏଦୀଙ୍କୁ ଦିଆଯିବ ‘ବିୟୁଟି’ ତାଲିମ

ଭୁବନେଶ୍ୱର : କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଜେଲ୍‍ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏପରିକି ଜେଲ୍‍ ଭିତରେ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଫୁଡ୍‍ ପ୍ରୋସେସିଂ ମଧ୍ୟ ଶିକ୍ଷା ଦିଆଯାଉଛି। ହେଲେ ଏବେ ଝାରପଡ଼ା ଜେଲରେ ମହିଳା କଏଦୀଙ୍କୁ ପ୍ରଥମଥର ପାଇଁ ବିୟୁଟି ପାର୍ଲର ଟ୍ରେନିଂ ଦିଆଯିବ। ଝାରପଡ଼ା ଜେଲ୍‍ରେ ଥିବା ମହିଳା କଏଦୀଙ୍କ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଟ୍ରେନିଂ ଦିଆଯିବ।

ଏକ ଘରୋଇ ସଂସ୍ଥା ପକ୍ଷରୁ ଏନେଇ ତାଲିମ ଦିଆଯିବ। ଏକ ଟିମ୍‍ ଝାରପଡ଼ା ଜେଲ୍‍କୁ ଯାଇ ଇଚ୍ଛୁକ ମହିଳା କଏଦୀଙ୍କ ସହ କଥା ହୋଇଥିଲେ। ଝାରପଡ଼ା ଜେଲରେ ବର୍ତ୍ତମାନ ୪୦ ଜଣ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଏହି ଟ୍ରେନିଂ ନେବାକୁ ଉଚ୍ଛୁକ ଅଛନ୍ତି। ତେଣୁ ସେମାନଙ୍କ ସଂଖ୍ୟା ବଢ଼଼ାଇବା ପାଇଁ ଜେଲ୍‍ ଅନ୍ୟ ୧୦ ଜଣ ମହିଳା କଏଦୀଙ୍କ ସହ କଥା ହେଉଛନ୍ତି। ଆଗ୍ରହୀ ମହିଳା ଅନ୍ତେବାସୀ ନିଜର ନାମ ପଞ୍ଜୀକରଣ କରିବା ପରେ ଖୁବ୍‍ଶୀଘ୍ର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। କିଭଳି ଆଇବ୍ରୋ କ୍ଲିନ୍‍ କରାଯିବ, କିଭଳି ମୁହଁକୁ ସଫା କରାଯିବ, ମେକ୍‌ଅପ୍‍ ସରର୍ଭିସ୍‍, ବ୍ଲିଚ୍‍, ଗୋଲ୍ଡ ବ୍ରିଚ୍‍, ଫେସିଆଲ, ବ୍ୟାକ୍‍ ବ୍ରିଜ୍‍, କିପରି ମାଲିସ୍‍ କରାଯିବ ସବୁ ତାଲିମ ଦିଆଯିବ। ବିୟୁଟି ପାର୍ଲରରେ କେଉଁ କେମିକାଲ ବ୍ୟବହାର କରାଯିବ, ତାହାର ମଧ୍ୟ ଶିକ୍ଷା ଦିଆଯିବ।

ଏହି ସବୁ ଟ୍ରେନିଂ ପାଇଁ ସାଧାରଣତଃ ମହିଳାମାନଙ୍କୁ ୬୦ହଜାରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଜେଲ୍‌ରେ ମାଗଣାରେ ମହିଳା କଏଦୀମାନେ ତାଲିମ ନେବେ। ସେମାନଙ୍କୁ ୬ମାସିଆ ଶିକ୍ଷା ଦିଆଯିବା ପରେ ସେମାନଙ୍କ ପରୀକ୍ଷା ନିଆଯିବ। ସେଥିରୁ କେଉଁମାନେ ଶିକ୍ଷା କରିଛନ୍ତି, ଆଉ କେଉଁମାନେ ଶିକ୍ଷା କରିନାହାନ୍ତି ସେଥିରୁ ସ୍ପଷ୍ଟ ହେବ। ଆହୁରି ମଧ୍ୟ ଯେଉଁମାନେ ପାସ୍‍ କରିବେ ସେମାନଙ୍କୁ ଏକ ସାର୍ଟିଫିକେଟ୍‍ ଦିଆଯିବ ବୋଲି ଜେଲ୍‍ ପକ୍ଷରୁ କୁହାଯାଇଛି। ଏହା ସଫଳ ହେଲେ ରାଜ୍ୟର ଅନ୍ୟ ଜେଲ୍‌ରେ ଏହା ଶିକ୍ଷା ଦିଆଯିବ ବୋଲି ଜଣାପଡ଼ିଛି। ଆଗକୁ ଜେଲ୍‍ ବିଭାଗ ପକ୍ଷରୁ ବାହାରେ ବିୟୁଟିପାର୍ଲର ଖୋଲାଯିବ। ଟ୍ରେନିଂ ନେଇଥିବା ମହିଳାମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ। ସେଥିରୁ ଯାହା ଆୟ ହେବ ତାହାକୁ ସେମାନଙ୍କ ହିତ ପାଇଁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର