ସେପ୍ଟେମ୍ବର ୬ରୁ ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ, ୨୦ରେ ପ୍ରକାଶ ପାଇବ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର : ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ୨୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୧ରୁ ୨୪ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ। ଚୟନ ହୋଇନଥିବା ଛାତ୍ରଛାତ୍ରୀମାନେ ୨୬ ଓ ୨୭ ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ୍-ଲକିଂ କରିପାରିବେ। ପ୍ରଥମ ମେଧା […]

ଭୁବନେଶ୍ୱର : ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ୨୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୧ରୁ ୨୪ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଚୟନ ହୋଇନଥିବା ଛାତ୍ରଛାତ୍ରୀମାନେ ୨୬ ଓ ୨୭ ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ୍-ଲକିଂ କରିପାରିବେ। ପ୍ରଥମ ମେଧା ତାଲିକା ପରେ ସିଧାସଳଖ ଅକ୍ଟୋବର ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୪ ଓ ୫ ତାରିଖରେ ନାମ ଲେଖାଇ ପାରିବେ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ସୂଚନା ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ଏବଂ କୌଣସି କଲେଜରେ ନାମଲେଖା ପାଇଁ ଚୟନ ହୋଇନଥିବା ଛାତ୍ରଛାତ୍ରୀମାନଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ସେହିପରି ଏହି ପର୍ଯ୍ୟାୟରେ ସିଟ୍ ସଂରକ୍ଷିତ ରହିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

24 Aug 2024 By The Sakala

ସେପ୍ଟେମ୍ବର ୬ରୁ ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ, ୨୦ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର : ଯୁକ୍ତ ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ୨୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୧ରୁ ୨୪ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ।

ଚୟନ ହୋଇନଥିବା ଛାତ୍ରଛାତ୍ରୀମାନେ ୨୬ ଓ ୨୭ ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ୍-ଲକିଂ କରିପାରିବେ। ପ୍ରଥମ ମେଧା ତାଲିକା ପରେ ସିଧାସଳଖ ଅକ୍ଟୋବର ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୪ ଓ ୫ ତାରିଖରେ ନାମ ଲେଖାଇ ପାରିବେ।

ସୂଚନା ଅନୁଯାୟୀ, ସମସ୍ତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ଏବଂ କୌଣସି କଲେଜରେ ନାମଲେଖା ପାଇଁ ଚୟନ ହୋଇନଥିବା ଛାତ୍ରଛାତ୍ରୀମାନଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ। ସେହିପରି ଏହି ପର୍ଯ୍ୟାୟରେ ସିଟ୍ ସଂରକ୍ଷିତ ରହିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର