ଦିନ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ, କାର୍ଯ୍ୟରେ ଅବହେଳା ପାଇଁ  ୨ ପୋଲିଂ ଅଧିକାରୀ ସସପେଣ୍ଡ

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି । […]

ଭୁବନେଶ୍ବର : ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି ।

ଆହୁରି ପଢ଼ନ୍ତୁ: ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, FIR ରୁଜୁ କରିବ SCERT

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍‌ ମିଟରେ କହିଛନ୍ତି ଦିନ ୧୧ ଟା ସୁଦ୍ଧା ନୂଆପଡାରେ ୨୬.୮୦ ପ୍ରତିଶତ, କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ। ନବରଙ୍ଗପୁର ରେ ୨୫.୩୦, କୋରାପୁଟ ୨୪.୪୩, ବ୍ରହ୍ମପୁର ୧୮.୯୯। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫। ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଛି। ପାଗ ଅନୁକୂଳ ଥିବାରୁ ଆଗକୁ ଭୋଟ ପ୍ରତିଶତ ବଢିବ ଏବଂ ଏଥର ରେକର୍ଡ ପରିମାର ଭୋଟ ହେବ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ୨ ପୋଲିଂ ଅଧିକାରୀ ସସପେଣ୍ଡ ହୋଇଛନ୍ତି। କଳାହାଣ୍ଡି ନାର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ସାହା ସସପେଣ୍ଡ। ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁବି ସସପେଣ୍ଡ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଅଧିକାରୀ।

ଆହୁରି ପଢ଼ନ୍ତୁ: ବିବାହର ପ୍ରତିଶ୍ରୁତି ଦେଇ ଅଙ୍ଗନୱାଡି କର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗ: କନ୍ଧମାଳ ଫିରିଙ୍ଗିଆରୁ ଅଭିଯୁକ୍ତ ଗିରଫ

ସୂଚନାଯୋଗ୍ୟ ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ୧୩.୧୨ପ୍ରତିଶତ, ଗଞ୍ଜାମରେ ସର୍ବନିମ୍ନ ଗଞ୍ଜାମରେ ୬.୮୧ପ୍ରତିଶତ ମତଦାନ ହୋଇଥିଲା। ଏଥି ସହିତ ଗଜପତିରେ ୧୦.୨ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ମାଲକାନଗିରିରେ ୯.୧୫ ପ୍ରତିଶତ, ନବରଙ୍ଗପୁରରେ  ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ପ୍ରତିଶତ ଓ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଥିଲା।

13 May 2024 By The Sakala

ଦିନ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ, କାର୍ଯ୍ୟରେ ଅବହେଳା ପାଇଁ  ୨ ପୋଲିଂ ଅଧିକାରୀ ସସପେଣ୍ଡ

ଭୁବନେଶ୍ବର : ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୩.୨୮% ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୨୬.୮୦% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪% ଭୋଟଗ୍ରହଣ ହୋଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ପ୍ରେସ୍‌ ମିଟରେ କହିଛନ୍ତି ଦିନ ୧୧ ଟା ସୁଦ୍ଧା ନୂଆପଡାରେ ୨୬.୮୦ ପ୍ରତିଶତ, କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ। ନବରଙ୍ଗପୁର ରେ ୨୫.୩୦, କୋରାପୁଟ ୨୪.୪୩, ବ୍ରହ୍ମପୁର ୧୮.୯୯। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫। ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଛି। ପାଗ ଅନୁକୂଳ ଥିବାରୁ ଆଗକୁ ଭୋଟ ପ୍ରତିଶତ ବଢିବ ଏବଂ ଏଥର ରେକର୍ଡ ପରିମାର ଭୋଟ ହେବ।

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ୨ ପୋଲିଂ ଅଧିକାରୀ ସସପେଣ୍ଡ ହୋଇଛନ୍ତି। କଳାହାଣ୍ଡି ନାର୍ଲାର ଏକ ପୋଲିଂ ବୁଥରେ ନିୟୋଜିତ ଥିବା ତେଜାଂସୁ ସାହା ସସପେଣ୍ଡ। ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁବି ସସପେଣ୍ଡ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଅଧିକାରୀ।

ସୂଚନାଯୋଗ୍ୟ ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ୧୩.୧୨ପ୍ରତିଶତ, ଗଞ୍ଜାମରେ ସର୍ବନିମ୍ନ ଗଞ୍ଜାମରେ ୬.୮୧ପ୍ରତିଶତ ମତଦାନ ହୋଇଥିଲା। ଏଥି ସହିତ ଗଜପତିରେ ୧୦.୨ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ମାଲକାନଗିରିରେ ୯.୧୫ ପ୍ରତିଶତ, ନବରଙ୍ଗପୁରରେ  ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ପ୍ରତିଶତ ଓ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର