ମନୋରଞ୍ଜନ
ଓଡ଼ିଶା
ଘରୋଇ ସ୍କୁଲର ୨୦ହଜାର ଆର୍ଟିଇ ସିଟ୍ ଖାଲି, ପ୍ରଚାର ପ୍ରସାର ଅଭାବରୁ ଜାଣିପାରୁନାହାନ୍ତି ଅଭିଭାବକ
ଭୁବନେଶ୍ୱର : ୨୫ ପ୍ରତିଶତ ଗରିବ ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ଘରୋଇ ସ୍କୁଲରେ ମାଗଣା ପାଠପଢ଼଼ାଇବା ଲାଗି ଶିକ୍ଷାଧିକାର ଆଇନରେ ପ୍ରାବଧାନ ରହିଛି। ଏହାକୁ ସୁଚାର ରୂପେ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗ ବିଗତ ବର୍ଷରୁ ଆରଟିଇ ପାରଦର୍ଶୀ ପୋର୍ଟାଲ ନାମରେ ଏକ ଅନ୍ଲାଇନ ପୋର୍ଟାଲର ମଧ୍ୟ ବ୍ୟବସ୍ଥା କରିଛି। ପ୍ରଚାରପ୍ରସାର ଅଭାବରୁ ଚଳିତବର୍ଷ ମଧ୍ୟ ନାମଲେଖା ଆଶାନୁରୂପ ହୋଇପାରିନି। ଚଳିତବର୍ଷ ୨୫% ସିଟ୍ରେ ସମୁଦାୟ ୨୦ହଜାର ୧୩୧ଜଣ ପିଲା ନାମ ଲେଖାଇଛନ୍ତି। ଶିକ୍ଷାଧିକାର […]
ଭୁବନେଶ୍ୱର : ୨୫ ପ୍ରତିଶତ ଗରିବ ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ଘରୋଇ ସ୍କୁଲରେ ମାଗଣା ପାଠପଢ଼଼ାଇବା ଲାଗି ଶିକ୍ଷାଧିକାର ଆଇନରେ ପ୍ରାବଧାନ ରହିଛି। ଏହାକୁ ସୁଚାର ରୂପେ କାର୍ଯ୍ୟକାରୀ କରିବା ପାଇଁ ଗଣଶିକ୍ଷା ବିଭାଗ ବିଗତ ବର୍ଷରୁ ଆରଟିଇ ପାରଦର୍ଶୀ ପୋର୍ଟାଲ ନାମରେ ଏକ ଅନ୍ଲାଇନ ପୋର୍ଟାଲର ମଧ୍ୟ ବ୍ୟବସ୍ଥା କରିଛି। ପ୍ରଚାରପ୍ରସାର ଅଭାବରୁ ଚଳିତବର୍ଷ ମଧ୍ୟ ନାମଲେଖା ଆଶାନୁରୂପ ହୋଇପାରିନି। ଚଳିତବର୍ଷ ୨୫% ସିଟ୍ରେ ସମୁଦାୟ ୨୦ହଜାର ୧୩୧ଜଣ ପିଲା ନାମ ଲେଖାଇଛନ୍ତି।
ଶିକ୍ଷାଧିକାର ଆଇନ ଅନୁଯାୟୀ ୩ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ମାଗଣା ଶିକ୍ଷା ଲାଗି ଆର୍ଟିଇରେ ବ୍ୟବସ୍ଥା ରହିଛି। ତଦନୁଯାୟୀ ଘରୋଇ ସ୍କୁଲରେ ପିଲାଙ୍କ ଲାଗି ୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ସିଟ୍ ଗୁଡିକରେ ତଞ୍ଚକତା କରି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସିଟ୍ଗୁଡ଼ିକୁ ବିକ୍ରି କରୁଥିଲେ ବୋଲି ଅଭିଯୋଗ ହେଉଥିଲା। ତେଣୁ ୨୦୨୧ ମସିହାରୁ ସରକାର ନିୟମ କଡ଼ାକଡ଼ି କରିବା ସହିତ ପଛୁଆବର୍ଗଙ୍କ ଲାଗି ଥିବା ୨୫% ସଂରକ୍ଷିତ ସିଟ୍ରେ ନାମଲେଖା ପାଇଁ ଅନଲାଇନ ପୋର୍ଟାଲର ଆରମ୍ଭ କଲେ। ନିୟମ ଅନୁଯାୟୀ ଏହି ୨୫% ସିଟରୁ ୧୦% ଅନୁସୂଚିତ ଜାତି(ଏସସି) ପିଲାଙ୍କ ଲାଗି, ଅନୁସୂଚିତ ଜନଜାତି(ଏସଟି) ପିଲାଙ୍କ ଲାଗି ୧୦% ଓ ସାଧାରଣ(ଆର୍ଥିକ ଅନଗ୍ରସର) ବର୍ଗର ପିଲାଙ୍କ ଲାଗି ୫% ସଂରକ୍ଷଣ ରହିଥିଲା। ହେଲେ ପ୍ରଚାର ପ୍ରସାର ଅଭାବରୁ ଏବେ ମଧ୍ୟ ଅଭିଭାବକମାନେ ଘରୋଇ ସ୍କୁଲରେ ଉଦ୍ଦିଷ୍ଟ ୨୫% ସିଟରେ ପିଲାଙ୍କ ନାମଲେଖାଇବା ଲାଗି ଇଚ୍ଛା ପ୍ରକାଶ କରୁନାହାଁନ୍ତି।
ରାଜ୍ୟରେ ମୋଟ ୪ହଜାର ୧୪୦ ଘରୋଇ ସ୍କୁଲର ୩୯ହଜାର ୮୬୪ଟି ସିଟ୍ ଗରିବ ପିଲାଙ୍କ ଲାଗି ସଂରକ୍ଷିତ ହୋଇଥିବାବେଳେ ନାମଲେଖା ଶେଷ ହୋଇଛି। ଚଳିତ ବର୍ଷ ୨୦ହଜାର ୧୩୧ଜଣ ନାମଲେଖାଇଛନ୍ତି। ଆହୁରି ୧୯,୬୯୧ ସିଟ୍ ବଳକା ଥିବା ଆରଟିଇ ପୋର୍ଟାଲ ଦର୍ଶାଇଛି। ଯଦିଓ ପୂର୍ବବର୍ଷ ଅପେକ୍ଷା ପିଲାଙ୍କ ନାମଲେଖା ସଂଖ୍ୟା ବଢ଼଼ିଛି। ଏବେ ମଧ୍ୟ ଅନେକ ଅଭିଭାବକ ଏହି ନିୟମ ବିଷୟରେ ଜାଣିନଥିବା ଅଭିଯୋଗ ହେଉଛି। ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳରେ ଅନେକଙ୍କୁ ଏହି ନିୟମ ବିଷୟରେ ଜଣାନାହିଁ। ତେବେ ଏ ସମ୍ପର୍କରେ ଶିକ୍ଷାଧିକର କର୍ମୀ ସୁବୋଧ ପଣ୍ଡା କହିଛନ୍ତି ‘ଆର୍ଟିଇ ପୋର୍ଟାଲ’ ବାବଦରେ ଶିକ୍ଷାନୁଷ୍ଠାନଗୁଡ଼ିକ ଅଭିଭାବକଙ୍କୁ ଅବଗତ କରିବା ଦରକାର। ୨୫ ପ୍ରତିଶତ ସିଟ୍ ପୂରଣ ଦାୟିତ୍ୱ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦେବା ସହ ଏଥିରେ ଖିଲାପ କରୁଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ପଛୁଆ ବର୍ଗର ଲୋକେ ଅନ୍ଲାଇନ୍ ବ୍ୟବସ୍ଥା ସହିତ ନିଜକୁ ଖାପ ଖୁଆଇ ପାରୁନାହାନ୍ତି, କି ଆରଟିଇ ପୋର୍ଟାଲ କ’ଣ ଜାଣିନାହାନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ଘରୋଇ ସ୍କୁଲ ପ୍ରତି ଥିବା ସେମାନଙ୍କ ଭୟ ମଧ୍ୟ ଦୂର କରିବା ଦରକାର ବୋଲି ସେ କହିଛନ୍ତି।





