ମହିଳାମାନେ ପୂର୍ଣ୍ଣାଙ୍ଗ ଓଡ଼ିଶାର ପଥ ପ୍ରଦର୍ଶକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ମହିଳା ହେଉଛନ୍ତି ଶକ୍ତିର ଅଧାର । ଏହି ମାତୃଶକ୍ତି ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ପରିଚାଳିତ କରିଥାଏ। ନୂଆ ଓଡ଼ିଶା ଗଢ଼ିବା ଓ ଏହାର ଅଭିବୃଦ୍ଧିରେ ମହିଳାମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ନୂଆ ଓଡ଼ିଶାର ସେମାନେ ହେଲେ ଆଲୋକବର୍ତ୍ତିକା। ସେମାନେ ପୂର୍ଣ୍ଣାଙ୍ଗ ଓଡ଼ିଶାର ପଥ ପ୍ରଦର୍ଶିକା। ସେମାନେ ଆକାଂକ୍ଷା, ସଶକ୍ତିକରଣ ଓ ପରିବର୍ତ୍ତନର ବାର୍ତ୍ତାବହ। ଟାଇମ୍ସ ଗ୍ରୁପ୍ ଦ୍ଵାରା ଆୟୋଜିତ ଟାଇମ୍ସ ପାୱାର ଓମେନ୍‌ର ପ୍ରଥମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର: ମହିଳା ହେଉଛନ୍ତି ଶକ୍ତିର ଅଧାର । ଏହି ମାତୃଶକ୍ତି ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ପରିଚାଳିତ କରିଥାଏ। ନୂଆ ଓଡ଼ିଶା ଗଢ଼ିବା ଓ ଏହାର ଅଭିବୃଦ୍ଧିରେ ମହିଳାମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ନୂଆ ଓଡ଼ିଶାର ସେମାନେ ହେଲେ ଆଲୋକବର୍ତ୍ତିକା। ସେମାନେ ପୂର୍ଣ୍ଣାଙ୍ଗ ଓଡ଼ିଶାର ପଥ ପ୍ରଦର୍ଶିକା। ସେମାନେ ଆକାଂକ୍ଷା, ସଶକ୍ତିକରଣ ଓ ପରିବର୍ତ୍ତନର ବାର୍ତ୍ତାବହ। ଟାଇମ୍ସ ଗ୍ରୁପ୍ ଦ୍ଵାରା ଆୟୋଜିତ ଟାଇମ୍ସ ପାୱାର ଓମେନ୍‌ର ପ୍ରଥମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଅବା ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ। ବାଳିକା ଓ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ କରିବା ଆମ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ମୂଳମନ୍ତ୍ର।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏଥିସହ ସାମ୍ବିଧାନିକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧ୍ୱ ଆମ ପାଇଁ ସମାନ ଗୁରୁତ୍ବ ବହନ କରେ। ତୃଣମୂଳସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବିଧାନସଭା ଓ ସଂସଦ ଯାଏଁ ସମସ୍ତ ପ୍ରକାର ନିଷ୍ପତ୍ତି ଗ୍ରହଣ ସ୍ତରରେ ମହିଳାମାନଙ୍କ ସହଭାଗିତା ଓ ପ୍ରତିନିଧି ଜରୁରୀ ବୋଲି ରାଜ୍ୟ ସରକାର ହୃଦବୋଧ କରନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଓଡ଼ିଶା ସରକାର ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

1st edition of Times Power Women

ସେହିପରି ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷାର ଜୀବନବ୍ୟାପି ସାଧନା ପାଇଁ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ଶାନ୍ତି ଦେବୀ, ଓଡ଼ିଶୀର ପ୍ରସାର ପ୍ରଚାର ପାଇଁ ଅରୁଣା ମହାନ୍ତି, ପୋଲିସ ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ପାଇଁ ଆଇପିଏସ୍ ସାରା ଶର୍ମା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେଡିକାଲ ରିସର୍ଚ୍ଚରେ ଡାକ୍ତର ସଂଘମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି କବି, ଲେଖିକା ଭାବରେ ଦେଶ ତଥା ରାଜ୍ୟରେ ଅନେକ ସଫଳତା ହାସଲ କରିଥିବା ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ଟାଇମ୍ସ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଟାଇମ୍ସ ପକ୍ଷରୁ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ପାଇଁ ସମସ୍ତେ ଟାଇମ୍ସକୁ ଧନ୍ୟବାଦ ଦେଇଛନ୍ତି । ପୁରସ୍କାର ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଚିବ ଅନୁଗର୍ଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସବିତା ଆାଚାର୍ଯ୍ୟ ଓ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସମସ୍ତ ସଫଳ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

31 Oct 2021 By The Sakala

ମହିଳାମାନେ ପୂର୍ଣ୍ଣାଙ୍ଗ ଓଡ଼ିଶାର ପଥ ପ୍ରଦର୍ଶକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମହିଳା ହେଉଛନ୍ତି ଶକ୍ତିର ଅଧାର । ଏହି ମାତୃଶକ୍ତି ସମଗ୍ର ବିଶ୍ବ ବ୍ରହ୍ମାଣ୍ଡକୁ ପରିଚାଳିତ କରିଥାଏ। ନୂଆ ଓଡ଼ିଶା ଗଢ଼ିବା ଓ ଏହାର ଅଭିବୃଦ୍ଧିରେ ମହିଳାମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ନୂଆ ଓଡ଼ିଶାର ସେମାନେ ହେଲେ ଆଲୋକବର୍ତ୍ତିକା। ସେମାନେ ପୂର୍ଣ୍ଣାଙ୍ଗ ଓଡ଼ିଶାର ପଥ ପ୍ରଦର୍ଶିକା। ସେମାନେ ଆକାଂକ୍ଷା, ସଶକ୍ତିକରଣ ଓ ପରିବର୍ତ୍ତନର ବାର୍ତ୍ତାବହ। ଟାଇମ୍ସ ଗ୍ରୁପ୍ ଦ୍ଵାରା ଆୟୋଜିତ ଟାଇମ୍ସ ପାୱାର ଓମେନ୍‌ର ପ୍ରଥମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଅବା ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ ନାହିଁ। ବାଳିକା ଓ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ କରିବା ଆମ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ମୂଳମନ୍ତ୍ର।

ଏଥିସହ ସାମ୍ବିଧାନିକ କ୍ଷେତ୍ରରେ ମହିଳାମାନଙ୍କ ପ୍ରତିନିଧ୍ୱ ଆମ ପାଇଁ ସମାନ ଗୁରୁତ୍ବ ବହନ କରେ। ତୃଣମୂଳସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବିଧାନସଭା ଓ ସଂସଦ ଯାଏଁ ସମସ୍ତ ପ୍ରକାର ନିଷ୍ପତ୍ତି ଗ୍ରହଣ ସ୍ତରରେ ମହିଳାମାନଙ୍କ ସହଭାଗିତା ଓ ପ୍ରତିନିଧି ଜରୁରୀ ବୋଲି ରାଜ୍ୟ ସରକାର ହୃଦବୋଧ କରନ୍ତି । ଏହି ଲକ୍ଷ୍ୟ ହାସଲ ପାଇଁ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଓଡ଼ିଶା ସରକାର ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି ।

1st edition of Times Power Women

ସେହିପରି ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ଭାଷାର ଜୀବନବ୍ୟାପି ସାଧନା ପାଇଁ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସାମାଜିକ କାର୍ଯ୍ୟ ପାଇଁ ଶାନ୍ତି ଦେବୀ, ଓଡ଼ିଶୀର ପ୍ରସାର ପ୍ରଚାର ପାଇଁ ଅରୁଣା ମହାନ୍ତି, ପୋଲିସ ବିଭାଗରେ ସଫଳତାର ସହ କାର୍ଯ୍ୟ କରିବା ପାଇଁ ଆଇପିଏସ୍ ସାରା ଶର୍ମା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେଡିକାଲ ରିସର୍ଚ୍ଚରେ ଡାକ୍ତର ସଂଘମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି କବି, ଲେଖିକା ଭାବରେ ଦେଶ ତଥା ରାଜ୍ୟରେ ଅନେକ ସଫଳତା ହାସଲ କରିଥିବା ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ଟାଇମ୍ସ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଟାଇମ୍ସ ପକ୍ଷରୁ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ପାଇଁ ସମସ୍ତେ ଟାଇମ୍ସକୁ ଧନ୍ୟବାଦ ଦେଇଛନ୍ତି । ପୁରସ୍କାର ଉତ୍ସବକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଚିବ ଅନୁଗର୍ଗ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସବିତା ଆାଚାର୍ଯ୍ୟ ଓ ବଲିଉଡ୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସମସ୍ତ ସଫଳ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର