ଓଡ଼ିଶା ବନ ଉନ୍ନୟନ ନିଗମର ରାଜସ୍ୱ ଚିନ୍ତା : ପାର୍କ ବୁଲିଲେ ୧୮% ଜିଏସ୍‌ଟି, ପାର୍କିଂ ଓ ପିଣ୍ଡି ପର୍ଯ୍ୟନ୍ତ ଦେବାକୁ ପଡୁଛି କର

The Sakala Picture
Published On

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ପ୍ରମୋଦ ଉଦ୍ୟାନ ଜୟଦେବ ବାଟିକାର ସାରା ରାଜ୍ୟରେ ବେଶ୍‌ ସୁନାମ ରହିଛି। ପର୍ଯ୍ୟଟନ ଋତୁ ଆରମ୍ଭରୁ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନେ ଜୟଦେବ ବାଟିକା ଆସିବାକୁ ଭୁଲନ୍ତି ନାହିଁ। ବିଶେଷକରି ଏଠାରେ ରହିଥିବା ପ୍ରାକୃତିକ ପରିବେଶରେ ସମୟ ଅତିବାହିତ ସହ ଭୋଜି କରିବାର ଏକ ନିଆରା ଅନୁଭୂତି ସାଉଁଟିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍‌ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦିର ଭିଡ଼ ଜମେ। ହେଲେ ବଣଭୋଜିର […]

ଭୁବନେଶ୍ୱର : ରାଜଧାନୀର ପ୍ରମୁଖ ପ୍ରମୋଦ ଉଦ୍ୟାନ ଜୟଦେବ ବାଟିକାର ସାରା ରାଜ୍ୟରେ ବେଶ୍‌ ସୁନାମ ରହିଛି। ପର୍ଯ୍ୟଟନ ଋତୁ ଆରମ୍ଭରୁ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନେ ଜୟଦେବ ବାଟିକା ଆସିବାକୁ ଭୁଲନ୍ତି ନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ବିଶେଷକରି ଏଠାରେ ରହିଥିବା ପ୍ରାକୃତିକ ପରିବେଶରେ ସମୟ ଅତିବାହିତ ସହ ଭୋଜି କରିବାର ଏକ ନିଆରା ଅନୁଭୂତି ସାଉଁଟିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ୍‌ ସଂସ୍ଥା, ଶିକ୍ଷାନୁଷ୍ଠାନ ଆଦିର ଭିଡ଼ ଜମେ। ହେଲେ ବଣଭୋଜିର ‘ବେଷ୍ଟ ଡେଷ୍ଟିନେସନ୍‌’ କୁହାଯାଉଥିବା ଏହି ଜୟଦେବ ବାଟିକା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଥିବା ସେହି ସୁମଧୁର ସଂପର୍କରେ ଏବେ ବାଧକ ସାଜିଛି ଜିଏସ୍‌ଟି। ବିଶ୍ୱସ୍ତରୀୟ ଏହି ପାର୍କରେ ବୁଲାବୁଲି କରିବା ପାଇଁ ନିଆଯାଉଥିବା ଟିକଟ ଉପରେ ଭିଡ଼ି ଦିଆଯାଇଛି କର। ପିଣ୍ଡିଠାରୁ ଆରମ୍ଭ କରି ପର୍ଯ୍ୟଟକ ଏବଂ ଗାଡ଼ି ପିଛା ଅଲଗା ଅଲଗା ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବା କଥା ଶୁଣି ଧୀରେ ଧୀରେ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ। ଏହାଦ୍ୱାରା ବନ ଉନ୍ନୟନ ନିଗମ ରାଜକୋଷକୁ ଆସୁଥିବା ଅର୍ଥ କମିବାରେ ଲାଗିବା ସହ ଆଗକୁ ଜୟଦେବ ବାଟିକା ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ କମିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ

ସୂଚନା ଅନୁସାରେ, ପୂର୍ବରୁ ଜୟଦେବ ବାଟିକା ଭିତରକୁ ପ୍ରବେଶ କରିବାକୁ ପର୍ଯ୍ୟଟକଙ୍କୁ ଗାଡ଼ି ଏବଂ ବ୍ୟକ୍ତିଙ୍କ ମୁଣ୍ଡପିଛା ଟିକଟ ବାବଦକୁ ଅର୍ଥ ଦେବାକୁ ପଡ଼ୁଥିଲା। ୨୦୨୩ ମସିହା ନଭେମ୍ବର ମାସଠାରୁ ୫୦୦ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପିଣ୍ଡି କିମ୍ବା ଜଣେ ବ୍ୟକ୍ତିଙ୍କ ନାମରେ ବୁକିଂ ହେଉଥିବା ପାର୍କିଂର ଦାମ୍‌ ମିଶି ୫୦୦ ଟଙ୍କାରୁ ଅଧିକ ହେଉଥିଲେ, ସେଥିରେ ଜିଏସ୍‌ଟି ବାବଦକୁ ୧୮ପ୍ରତିଶତ ଅର୍ଥ ଦେବାର ନିୟମ ଲାଗୁ କରାଯାଇଥିଲା। କିନ୍ତୁ ଚଳିତ ସେପ୍ଟେମ୍ବର ମାସରୁ ବାଇକ୍‌, କାର୍‌, ବସ୍‌ ଆଦି ଗାଡ଼ି ସମେତ ପର୍ଯ୍ୟଟକଙ୍କ ମୁଣ୍ଡ ପିଛା ଟିକଟ ବାବଦକୁ ମଧ୍ୟ ୧୮ପ୍ରତିଶତ ଜିଏସ୍‌ଟି ଲାଗୁ କରାଯାଇଛି। ଫଳରେ ୨୦୦୦ ଟଙ୍କା ମୂଲ୍ୟର ପିଣ୍ଡି ବାବଦକୁ ୧୮ ପ୍ରତିଶତ ହିସାବରେ ଅଧିକ ୩୬୦ ଟଙ୍କା ଏବଂ ଯେଉଁ ବ୍ୟକ୍ତିଙ୍କ ନାମରେ ପିଣ୍ଡି ବୁକିଂ କରାଯିବ, ସେଥିପାଇଁ ବ୍ୟକ୍ତିଙ୍କ ପ୍ରବେଶ ଟିକଟର ଦାମ୍‌ ସହ ଅତିରିକ୍ତ ୧୮ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିବା ବେଳେ ମୋଟ୍‌ ୨୪୦୦ ଟଙ୍କା ଦେବାକୁ ପଡ଼ୁଛି।

ଆହୁରି ପଢ଼ନ୍ତୁ: ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମାମାଡ଼ ଧମକ, କୋର୍ଟ ପରିସରରେ ବମ୍‌ ଓ ଡଗ୍‌ ସ୍କ୍ୱାଡ୍‌ର ଯାଞ୍ଚ

ସେହିପରି ହଲ୍‌ ବୁକିଂର ଦାମ୍‌ ୩୦୦୦ ଟଙ୍କା ରହିଥିବା ବେଳେ ଏଥିପାଇଁ ୫୪୦ଟଙ୍କା କେବଳ ଜିଏସ୍‌ଟି ଏବଂ ପର୍ଯ୍ୟଟକଙ୍କ ପ୍ରବେଶ ଟିକଟ୍‌ (ଏହାସହ ଜିଏସ୍‌ଟି)ର ହିସାବକୁ ମିଶାଇଲେ ୩,୫୮୦ଟଙ୍କା ଦେବାକୁ ପଡ଼ୁଛି। ଫଳରେ ଭୋଜି ପାଇଁ ଜୟଦେବ ବାଟିକାକୁ ଉତ୍କଣ୍ଠାର ସହ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଏହି ସବୁ ଦାମ୍‌ ଶୁଣି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ପ୍ରତି ପର୍ଯ୍ୟଟକ ପିଛା ଟିକଟ୍‌ ୪୦ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସେଥିରୁ ୩୩ଟଙ୍କା ୨୦ ପଇସା ବନ ଉନ୍ନୟନ ନିଗମକୁ ଆସୁଥିବା ବେଳେ ୬ ଟଙ୍କା ୮୦ ପଇସା ଜିଏସ୍‌ଟି ବାବଦକୁ ସରକାର ନେଉଛନ୍ତି। ତେବେ ପ୍ରତିଦିନ ଏଠାକୁ ଆସୁଥିବା ମୋଟ୍‌ ପର୍ଯ୍ୟଟକ, ଗାଡ଼ି ଏବଂ ପିଣ୍ଡି ବାବଦକୁ ସରକାର ୧୮ ପ୍ରତିଶତ ଜିଏସ୍‌ଟି ନେଉଥିବାରୁ ଓଡ଼ିଶା ବନ୍ନ ଉନ୍ନୟନ ନିଗମର ବାର୍ଷିକ ରାଜସ୍ୱ କମିବାରେ ଲାଗିଛି। ଏହାକୁ ନେଇ ନିଗମର ଚିନ୍ତା ବଢ଼ିଛି। ତେବେ, ବର୍ତ୍ତମାନ ରହିଥିବା ଦାମର୍‌ୁ ୧୮ ପ୍ରତିଶତ ଜିଏସ୍‌ଟି ସରକାର ନେଉଥିବାରୁ ଆଗକୁ ପ୍ରତି ଟିକଟ୍‌ର ମୂଲ୍ୟ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ଏ ସଂପର୍କରେ ଓଏଫ୍‌ଡିସିର ଡିଭିଜନାଲ ମ୍ୟାନେଜର ରୁଦ୍ରମଣି ସାହୁ କହିଛନ୍ତି ଯେ ଜୟଦେବ ବାଟିକା ହେଉଛି ପ୍ରକୃତିର ଗନ୍ତାଘର। ତେଣୁ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଗତ ଆର୍ଥିକ ବର୍ଷରେ ଜୟଦେବ ବାଟିକାର ମୋଟ୍‌ ଆୟ ୧ କୋଟି ୬୦ଲକ୍ଷ ରହିଥିବା ବେଳେ ଚଳିତ ବର୍ଷ ଜିଏସ୍‌ଟି ପାଇଁ ପିଣ୍ଡି ବୁକିଂ ସଂଖ୍ୟା କମିଛି। ଫଳରେ ବନ ଉନ୍ନୟନ ନିଗମକୁ ରାଜସ୍ୱ କ୍ଷତି ସହିବାକୁ ପଡ଼ିବ। ଏଠାରେ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବାକୁ ଏହା ପରିସରରେ ଜାପାନିଜ୍‌ ପାର୍କଠାରୁ ଆରମ୍ଭ କରି ଟ୍ରି-ହାଉସ୍‌ ବ୍ୟବସ୍ଥା କରାଯାଉଛି। ତେଣୁ ଏହି ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଟିକଟ୍‌ର ମୂଲ୍ୟ ବୃଦ୍ଧି କରାଯିବାର ଯୋଜନା ରହିଛି। କାରଣ ବର୍ତ୍ତମାନ ପର୍ଯ୍ୟଟକମାନେ ଅଧିକ ଟଙ୍କା ଦେବାକୁ ସହମତି ପ୍ରକାଶ କରିବେନି।

୨୦୦୬ ମସିହାରୁ ସ୍ଥାନୀୟ ଖଣ୍ଡଗିରିରେ ୧୨୦ ଏକର ପରିମିତ ଜାଗାରେ ଅବସ୍ଥିତ ରହିଛି ଜୟଦେବବାଟିକା। ଏଠାରେ ଭରି ରହିଥିବା ପ୍ରାକୃତିକ ସବୁଜିମା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଭୋଜି ସାଙ୍ଗକୁ ବୁଲାବୁଲି କରିବା ସହ ସେଲ୍‌ଫିର ମଜ୍ଜା ନେଉଛନ୍ତି ପର୍ଯ୍ୟଟକ। ତେବେ କେବଳ ପର୍ଯ୍ୟଟନ ଋତୁ ନୁହେଁ; ବର୍ଷ ତମାମ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସୁଥିବା ବେଳେ ବିଶେଷ କରି ଯୁବଗୋଷ୍ଠୀମାନେ ଏଠାରେ ସମୟ ବିତାଇବାକୁ ଅଧିକ ଆସୁଥିବା ଦେଖିବାକୁ ମିଳିଛି। ଏଠାରେ ଭୋଜି ପାଇଁ ୩୦ଟି ପିଣ୍ଡି ସାଙ୍ଗକୁ ରହିଛି ମସସ୍ତ ସବୁିଧା ରହିଥିବା ବେଳେ ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ପିଣ୍ଡି ବୁକିଂ ପାଇଁ ଲାଇନ୍‌ରେ ରହିବାକୁ ପଡ଼ିଥାଏ।

21 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର