ଓଡ଼ିଶା ପାଇଁ ଲଜ୍ଜା ଆଣିଲା ବାଲ୍ୟ ବିବାହ; ଦେଶକୁ ପଛରେ ପକାଇଛନ୍ତି ରାଜ୍ୟର ଏହି ୧୨ ଜିଲ୍ଲା...

Madhusudan Das Picture
Published On

ଭୁବନେଶ୍ୱର: ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ଓଡିଶାର ୧୨ ଜିଲ୍ଲା । ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ହାର ୨୦.୫% ରହିଛି । ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ନବରଙ୍ଗପୁରରେ 39.4%, ନୟାଗଡରେ 35. 7%, କୋରାପୁଟରେ 35.5%, ରାୟଗଡାରେ 33.2%, ମାଲକାନଗିରିରେ 32.4, ମୟୁରଭଞ୍ଜରେ 31.3%, କେନ୍ଦୁଝରରେ 29%, ଗଜପତିରେ 28.1, ବାଲେଶ୍ୱରରେ 26.4, ବୌଦ୍ଧରେ 25.3%, ଅନୁଗୁଳରେ 25% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି । ତେବେ ଉପମୁଖ୍ୟମନ୍ତ୍ରୀ ବାଲ୍ୟ ବିବାହର ପାଞ୍ଚଟି ପ୍ରମୁଖ କାରଣ କହିଛନ୍ତି। ସେଗୁଡ଼ିକ ହେଲା, ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ ବିଷମତା, ଦାରିଦ୍ୟ, ସାମାଜିକ ଅସୁରକ୍ଷା ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ । ବିଧାୟକ ଅମର ନାୟକ ଓଡ଼ିଶାରେ ବାଲ୍ୟ ବିବାହ ନେଇ ଗୃହରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏପରି କହିଛନ୍ତି ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ବଜେଟ ଅଧିବେଶନ: ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp