ବୁଧବାର ରାଶିଫଳ (୧୦-୦୯-୨୦୨୫)

The Sakala Picture
Published On

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ସହଯୋଗ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବ। ବାହନ ସୁଖ ପ୍ରାପ୍ତ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ବୃଷ: ଜମିବାଡ଼ି କିଣିବା ଯୋଜନା କରିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଆଶା କରିଥିବା ଦିଗରୁ ଫଳ ମିଳିବ। ସେୟାର ବଜାରରେ ନିବେଶ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ। ମିଥୁନ: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି […]

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ସହଯୋଗ ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସହଯୋଗ ମନୋଭାବ ରହିବ। ବାହନ ସୁଖ ପ୍ରାପ୍ତ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୧-୧୧-୨୦୨୬)

ବୃଷ: ଜମିବାଡ଼ି କିଣିବା ଯୋଜନା କରିବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଆଶା କରିଥିବା ଦିଗରୁ ଫଳ ମିଳିବ। ସେୟାର ବଜାରରେ ନିବେଶ କରିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୨-୧୧-୨୦୨୬)

ମିଥୁନ: ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଧାର୍ମିକ ପୁସ୍ତକ ପ୍ରତି ରୁଚି ବଢ଼ିବ। ଦୂରସ୍ଥାନକୁ ଯାତ୍ରାଯୋଗ ଅଛି। ଉଚ୍ଚଶିକ୍ଷା ପାଇଁ ଅନୁକୂଳ ସମୟ। କଥାବାର୍ତ୍ତାରେ ମଧୁରତା ରଖିବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୧୭-୧୧-୨୦୨୬)

କର୍କଟ : ଦିନଟି ବ୍ୟସ୍ତତା ଭିତରେ କଟିବ। ପରିବାର ସହ ଯାତ୍ରା ଯୋଗ ରହିଛି। ଘରକୁ ଅତିଥି ଆଗମନ କରିବେ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ।

ସିଂହ: ଦିନଟି ହସଖୁସିରେ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ କୌଣସି ସଦସ୍ୟଙ୍କୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ ସହକର୍ମୀଙ୍କ ସହଯୋଗ ରହିବ।

କନ୍ୟା: ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସଫଳ ହେବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି। ବନ୍ଧୁଙ୍କ ଦ୍ବାରା ଧନପ୍ରାପ୍ତି ଯୋଗ ରହିଛି। ବ୍ୟସ୍ତତା ଭିତରେ ପରିବାର ପାଇଁ ସମୟ ବାହାର କରିବେ।

ତୁଳା: ମନ ପ୍ରସନ୍ନ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ମନପସନ୍ଦର କୌଣସି କାର୍ଯ୍ୟ କରିବେ। ବିବାହକୁ ନେଇ ଶୁଭ ସମାଚାର ମିଳିବ।

ବିଛା: ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନରେ ମନୋମାଳିନ୍ୟ ଆସିବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ନୂଆ ଯାନବାହନ କିଣିବାର ଯୋଗ ଅଛି।

ଧନୁ: କୌଣସି ନୂଆ କାମ ମିଳିବ। ନିବେଶ ପାଇଁ ଭଲ ସମୟ। ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ଜୁଟିବ। କୌଣସି କାମ ପାଇଁ ପ୍ରଶଂସିତ ହେବେ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ।

ମକର: ଚାକିରିରେ ବଦଳି ସମ୍ଭାବନା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ସଫଳତା ପାଇଁ ଅଧିକ ପରିଶ୍ରମ କରିବେ। ପରିବାର ସହିତ ହସଖୁସିର ସମୟ ଅତିବାହିତ କରିବେ।

କୁମ୍ଭ: ପରିବାରର ସହଯୋଗ ମିଳିବ। ଚାକରିରେ ପଦୋନ୍ନତି ସମ୍ଭାବନା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ବିଦେଶ ଯାତ୍ରା ଯୋଗ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଜମି କ୍ରୟ କରିପାରନ୍ତି।

ମୀନ: କୌଣସି ନୂଆ ବିଷୟ ପ୍ରତି ଆଗ୍ରହ ବଢ଼ିବ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ। ଭାଇ ଭାଇ ମଧ୍ୟରେ ମନୋମାଳିନ୍ୟ ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp