ଗୁରୁବାର ରାଶିଫଳ ( ୦୪-୧୨-୨୦୨୫ )

Madhusudan Das Picture
Published On

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।  ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟା ଦୂର ହୋଇପାରେ। 

ଆହୁରି ପଢ଼ନ୍ତୁ: ଶୁକ୍ରବାର ରାଶିଫଳ ( ୦୫-୧୨-୨୦୨୫ )

ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନିଜକୁ କମଜୋର ଭାବନ୍ତୁ ନାହିଁ। ଧୈର୍ଯ୍ୟ ରଖନ୍ତୁ। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ।

ଆହୁରି ପଢ଼ନ୍ତୁ: ଶୁକ୍ରବାର ରାଶିଫଳ ( ୨୮-୧୧-୨୦୨୫ )

ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିବେ। ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି।

ଆହୁରି ପଢ଼ନ୍ତୁ: ମଙ୍ଗଳବାର ରାଶିଫଳ ( ୦୨-୧୨-୨୦୨୫ )

କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜୀବନସାଥିଙ୍କ ସହଯୋଗ ଲୋଡିବେ। ରାଜନୀତିରେ ସକ୍ରିୟ ରହିପାରନ୍ତି। ଅଚାନ ଖୁସି ଖବର ପାଇବେ।

ସିଂହ: ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ପିଲାମାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। କିଣା-ବିକାରେ ସମୟ ବିତିବ। ବୈବାହିକ ଜୀବନ ସୁଖମୟ ହେବ। ନୂତନ ଜମି କ୍ରୟ କରିପାରନ୍ତି। 

କନ୍ୟା:  ଦିନଟି ବ୍ୟସ୍ତରେ ବିତିବ। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ।  

ତୁଳା: ପୁରୁଣା ରୋଗରୁ ଆରାମ ମିଳିବ। ଅକସ୍ମାତ ଖୁସି ଖବର ପାଇପାରନ୍ତି। ଜୀବନସାଥିଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ବ୍ୟବସାୟରୁ ଲାଭ ପାଇବେ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।   

ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟର କଥା ଚିନ୍ତା କରିବେ।   

ଧନୁ: ବନ୍ଧୁ ମିଳନ ଯୋଗ ରହିଛି। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ।

ମକର: ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଉଧାର  ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ପରିବାର  ସହିତ ହସଖୁସିର ସମୟ ବିତାଇପାରନ୍ତି।  କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।  

କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି। ଅତିଥିଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟ କଳାପରେ ଦିନଟି ଭଲରେ ବିତିବ। ଜୀବନସାଥିଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ।    

ମୀନ: ଆଖି ବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ । 

Join Us @ WhatsApp

About The Author

Google News
Join Us @ WhatsApp