ଶୁକ୍ରବାର ରାଶିଫଳ ( ୦୫-୧୨-୨୦୨୫ )

Madhusudan Das Picture
Published On

ମେଷ: ମନ ପ୍ରସନ୍ନ ରହିବ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।  ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଉଧାର ଟଙ୍କା ଫେରିପାଇବେ।

ଆହୁରି ପଢ଼ନ୍ତୁ: ଶୁକ୍ରବାର ରାଶିଫଳ ( ୨୮-୧୧-୨୦୨୫ )

ବୃଷ: ନୂତନ କାମ ଆରମ୍ଭ କରିବାକୁ ଭଲ ସମୟ। କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାବିଚିନ୍ତି କାମ କରନ୍ତୁ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ରାଜନୀତିରେ ନୂଆ ଲୋକଙ୍କ ସହ ମିଳାମିଶା ବଢ଼ିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମିଥୁନ: ଯାନବାହନ କିଣିବା ଯୋଗ ଅଛି। ପରିବାରକୁ ସମୟ ଦେବେ। ପାରିବାରିକ ଜୀବନ ସୁଖମୟ ହେବ। ପିଲାଙ୍କ ବଦମାସ ସ୍ବଭାବରେ ପିତାମାତା ବିରକ୍ତି ହୋଇପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। 

ଆହୁରି ପଢ଼ନ୍ତୁ: ଗୁରୁବାର ରାଶିଫଳ ( ୦୪-୧୨-୨୦୨୫ )

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ବନ୍ଧୁଙ୍କ ସହଯୋଗ ମିଳିପାରେ। ମହିଳାମାନେ ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। 

ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ସମ୍ମାନ ହାନି ଯୋଗ ଅଛି। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ଅଭିବାହିତଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ।  

କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିଦେଶ ଯାତ୍ରା କରିପାରନ୍ତି।  ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିବେ। 

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ ଯାନବାହନ କିଣିପାରନ୍ତି। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ଜମି ତଥା ଯାନବାହନ କିଣିପାରନ୍ତି। 

ବିଛା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ।  ଆଳସ୍ୟ ଅନୁଭବ କରିପାରନ୍ତି। ପ୍ରେମରେ ବିଫଳ ହୋଇପାରନ୍ତି। 

ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

ମକର: କର୍ମତତ୍ପର ରହିବେ। ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ। କର୍ମକ୍ଷେତ୍ରରେ କାମ ଚାପ ରହିବ।  ଛାତ୍ରଛାତ୍ରୀମାନେ ନୂଆ ବିଷୟ ପାଇଁ ଆଗ୍ରହ ପ୍ରକାଶ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କୁମ୍ଭ: ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।  ଭବିଷ୍ୟତ ପାଇଁ ଚିନ୍ତା ବଢ଼ିବ।  ନୂଆ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ଆଶା ପୂରଣ ହେବ। 

ମୀନ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଧାର କରଜରୁ ଦୂରେଇ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଦୀର୍ଘ ଦିନରୁ ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ହେବ।

Join Us @ WhatsApp

About The Author

Google News
Join Us @ WhatsApp