ସ୍ବାସ୍ଥ୍ୟପ୍ରଦ ବ୍ରାହ୍ମୀ
ବ୍ରାହ୍ମୀ ସନ୍ତସନ୍ତିଆ ତଥା ଓଦା ଭୂଇଁରେ ବଢ଼େ। ଏହା ଥାଲୁକୁଡ଼ି ନାଁରେ ପରିଚିତ। ଏହି ପତ୍ରଗୁଡ଼ିକ ଏକାନ୍ତର। ଏଥିରେ ଔଷଧୀୟ ଗୁଣ ଭରି ରହିଥିବାରୁ ଏହାକୁ ଚିକତ୍ସକଙ୍କ ପରାମର୍ଶରେ ପାନ କରାଗଲେ, ଏହା ଜଣଙ୍କୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ଚର୍ମରୋଗ ଦୂର : ଚର୍ମରୋଗ ହୋଇଥିଲେ, ବ୍ରାହ୍ମୀକୁ ବାଟି ଲେପ ଦିଆଯାଏ। ଶିଶୁମାନଙ୍କର ଥଣ୍ଡା, କାଶ ଆଦିରେ ବ୍ରାହ୍ମୀ ସ୍ୱରସ ଏକ ଚାମଚ ପ୍ରୟୋଗ କଲେ ଉପଶମ ମିଳେ। […]
ବ୍ରାହ୍ମୀ ସନ୍ତସନ୍ତିଆ ତଥା ଓଦା ଭୂଇଁରେ ବଢ଼େ। ଏହା ଥାଲୁକୁଡ଼ି ନାଁରେ ପରିଚିତ। ଏହି ପତ୍ରଗୁଡ଼ିକ ଏକାନ୍ତର। ଏଥିରେ ଔଷଧୀୟ ଗୁଣ ଭରି ରହିଥିବାରୁ ଏହାକୁ ଚିକତ୍ସକଙ୍କ ପରାମର୍ଶରେ ପାନ କରାଗଲେ, ଏହା ଜଣଙ୍କୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ।
ଚର୍ମରୋଗ ଦୂର : ଚର୍ମରୋଗ ହୋଇଥିଲେ, ବ୍ରାହ୍ମୀକୁ ବାଟି ଲେପ ଦିଆଯାଏ। ଶିଶୁମାନଙ୍କର ଥଣ୍ଡା, କାଶ ଆଦିରେ ବ୍ରାହ୍ମୀ ସ୍ୱରସ ଏକ ଚାମଚ ପ୍ରୟୋଗ କଲେ ଉପଶମ ମିଳେ।
ଉଦର ପାଇଁ ହିତ: ମାନସିକ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ଏହାର ପତ୍ରକୁ ୫ ଗ୍ରାମ୍ ଚୂର୍ଣ୍ଣ କରି ଦିନକୁ ଦୁଇଥର ଦିଆଯାଇଥାଏ। ପେଟ ଜନିତ ରୋଗ ଦୂର ପାଇଁ ବ୍ରାହ୍ମୀ, ତ୍ରିଫଳା ଚୂର୍ଣ୍ଣ ଆଦି ସମମାତ୍ରାରେ ନେଇ ଅଳ୍ପ ଶୁଣ୍ଠି ଚୂର୍ଣ୍ଣ ମିଶାଇ ଦୁଇଥର ସେବନ କରାଯାଇପାରେ ।
ବୃକ୍କ ସୁସ୍ଥତା ପାଇଁ ଉପଯୋଗୀ: ଏହାର ପତ୍ର ରସକୁ ସେବନ କରିବା ଦ୍ବାରା ଶରୀରରୁ ଅଦରକାରୀ ତତ୍ତ୍ବ ମୂତ୍ର ଆକାରରେ ବାହାରିଯାଏ। ବୃକ୍କ ସୁସ୍ଥ ରୁହେ। ମୂତ୍ରଜନିତ ରୋଗକୁ ଭୟ ନ ଥାଏ।
ରକ୍ତଶୁଦ୍ଧି: ଦୈନିକ ଚାରିପାଞ୍ଚଟି ପତ୍ରକୁ ଖାଲିପେଟରେ ଖାଇଲେ ରକ୍ତ ପରିଷ୍କାର ରହେ। ସର୍ବଦା ଚିକିତ୍ସକଙ୍କ ପରାମର୍ଶରେ ସେବନ କରିବା ଜରୁରି।






