ଯୌବନ ବଜାୟ ରଖିବା ପାଇଁ ଆୟୁର୍ବେଦରେ ଥିବା ସହଜ ଓ ସରଳ ଉପାୟ

The Sakala Picture
Published On

ଜୀବନରେ କୈଶୋର, ଯୌବନ ଓ ଜରାବସ୍ଥା ମଧ୍ୟରୁ ଯୁବାବସ୍ଥାକୁ ଦୀର୍ଘତର କରିବା ପାଇଁ ସମସ୍ତେ ଇଚ୍ଛା କରନ୍ତି ଏବଂ ଏଥିପାଇଁ ଅନେକ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଯୌବନକୁ ଚିରସ୍ଥାୟୀ କରିବା ପାଇଁ କେତେକ କଷ୍ଟଦାୟକ ଥେରାପି ମଧ୍ୟ ରହିଛି। ସେସବୁ ବହୁତ ବ୍ୟୟସାପେକ୍ଷ। ତେଣୁ ଆୟୁର୍ବେଦରେ ଥିବା ସହଜ ଓ ସରଳ ଉପାୟ ଅନୁସରଣ ପୂର୍ବକ ଯୌବନକୁ ବଜାୟ ରଖିହେବ। ଦୀର୍ଘ ଯୌବନ ପାଇଁ ଆୟୁର୍ବେଦରେ ରସାୟନ ଚିକିତ୍ସାର ବ୍ୟବସ୍ଥା ରହିଛି। ଏଥିସହିତ ଉତ୍ତମ […]

ଜୀବନରେ କୈଶୋର, ଯୌବନ ଓ ଜରାବସ୍ଥା ମଧ୍ୟରୁ ଯୁବାବସ୍ଥାକୁ ଦୀର୍ଘତର କରିବା ପାଇଁ ସମସ୍ତେ ଇଚ୍ଛା କରନ୍ତି ଏବଂ ଏଥିପାଇଁ ଅନେକ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଯୌବନକୁ ଚିରସ୍ଥାୟୀ କରିବା ପାଇଁ କେତେକ କଷ୍ଟଦାୟକ ଥେରାପି ମଧ୍ୟ ରହିଛି। ସେସବୁ ବହୁତ ବ୍ୟୟସାପେକ୍ଷ। ତେଣୁ ଆୟୁର୍ବେଦରେ ଥିବା ସହଜ ଓ ସରଳ ଉପାୟ ଅନୁସରଣ ପୂର୍ବକ ଯୌବନକୁ ବଜାୟ ରଖିହେବ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ଦୀର୍ଘ ଯୌବନ ପାଇଁ ଆୟୁର୍ବେଦରେ ରସାୟନ ଚିକିତ୍ସାର ବ୍ୟବସ୍ଥା ରହିଛି। ଏଥିସହିତ ଉତ୍ତମ ଜୀବନଶୈଳୀ, ଯୁବ ସୁଲଭ ବିଚାର, ସକରାତ୍ମକ ଚିନ୍ତାଧାରା, ସମସ୍ତ ପ୍ରକାର ବ୍ୟସନଠାରୁ ଦୂରେଇ ରହିବା, ଉପଯୁକ୍ତ ମାତ୍ରାରେ ଶୋଇବା, ସମୟ ଓ ଆବଶ୍ୟକତା ଅନୁସାରେ ସନ୍ତୁଳିତ ପୌଷ୍ଟିକ ଭୋଜନ ତଥା ସାମର୍ଥ୍ୟାନୁସାରେ ପରିଶ୍ରମ, ଯୋଗ, ପ୍ରାଣାୟାମ ଆଦି ଆମକୁ ସୁଦୀର୍ଘ ଯୌବନ ପ୍ରାପ୍ତ କରିବାରେ ସହାୟକ ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ବୟସ ବଢ଼ିବା ସହିତ କେତେକଙ୍କଠାରେ ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମେଦବହୁଳତା ଆଦି ସମସ୍ୟା ସୃଷ୍ଟି ହୋଇ ଜୀବନ ଉତ୍ସାହହୀନ କରିଦିଏ। ତେଣୁ ରୋଗ ହେବା ପୂର୍ବରୁ ସତର୍କ ରହିବା ଶ୍ରେୟସ୍କର।

-ବ୍ରାହ୍ମମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ, ଜଳପାନ, ପ୍ରାତଃଭ୍ରମଣ, ଯୋଗ ପ୍ରାଣାୟାମ, ସ୍ନାନ ପୂର୍ବରୁ ଶରୀରରେ ନଡ଼ିଆ ତେଲ ଓ ତିଳ ତେଲ ଆଦିର ମାଲିସ, ଜଳଖିଆରେ ଅଙ୍କୁରିତ ବୁଟ, ମୁଗ, ଗହମ ଆଦିର ସେବନ, ସମର୍ଥବାନ ହୋଇଥିଲେ ପିସ୍ତା ବାଦାମ (ଆଲମଣ୍ଡ), କିସ୍‌ମିସ୍, ଖଜୁର, ଅଖରୋଟ, ଅଞ୍ଜିର, ଆଦି ମଧ୍ୟ ଜଳଖିଆରେ ସାମିଲ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ।

-ମଧ୍ୟାହ୍ନ ଭୋଜନରେ ସଜ ପନିପରିବା, ସାଲାଡ୍‌ ଏବଂ ଭୋଜନପରେ ଘୋଳଦହି ପାନ, ଅଆରୋଗ୍ୟ ପ୍ରଦାୟକ ଅଟେ।

-ରାତ୍ରିଭୋଜନ କ୍ଷେତ୍ରରେ ରାତ୍ରିର ପ୍ରଥମ ପ୍ରହରରେ ହାଲୁକା ଓ ସୁପାଚ୍ୟ ଭୋଜନ ଗ୍ରହଣୀୟ। ସବୁବେଳେ ଘରେ ପ୍ରସ୍ତୁତ ଭୋଜନ ଗ୍ରହଣ କରିବା ଉଚିତ। ରାସ୍ତାକଡ଼ କିମ୍ବା ଡବାଖାଦ୍ୟ, ସମସ୍ତ ପ୍ରକାର ନିଶାଦ୍ରବ୍ୟ ଓ ଆଳସ୍ୟ ଆଦିଠାରୁ ଦୂରେଇ ରହିବା ଆବଶ୍ୟକ।

ଶରୀର, ମନ ଓ ସମାଜ, ଏହି ତିନୋଟି ଯାକ ସୁସ୍ଥ ନ ରହିଲେ ତା’ର ପ୍ରଭାବରେ ଅକାଳ ବାର୍ଦ୍ଧକ୍ୟ ମାଡ଼ିଆସେ। ତେଣୁ ସେଥିପ୍ରତି ସଚେତନ ରହିବା ସହିତ, ସ୍ବଚ୍ଛ ପରିବେଶ, ଚିନ୍ତାମୁକ୍ତ ତଥା ଚିନ୍ତନଯୁକ୍ତ, ରୋଗମୁକ୍ତ ବଳିଷ୍ଠ ଶରୀର ଆମକୁ ଦୀର୍ଘ ଯୌବନ ପ୍ରାପ୍ତ କରିଥାଏ।

04 Jul 2021 By The Sakala

ଯୌବନ ବଜାୟ ରଖିବା ପାଇଁ ଆୟୁର୍ବେଦରେ ଥିବା ସହଜ ଓ ସରଳ ଉପାୟ

ଜୀବନରେ କୈଶୋର, ଯୌବନ ଓ ଜରାବସ୍ଥା ମଧ୍ୟରୁ ଯୁବାବସ୍ଥାକୁ ଦୀର୍ଘତର କରିବା ପାଇଁ ସମସ୍ତେ ଇଚ୍ଛା କରନ୍ତି ଏବଂ ଏଥିପାଇଁ ଅନେକ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଯୌବନକୁ ଚିରସ୍ଥାୟୀ କରିବା ପାଇଁ କେତେକ କଷ୍ଟଦାୟକ ଥେରାପି ମଧ୍ୟ ରହିଛି। ସେସବୁ ବହୁତ ବ୍ୟୟସାପେକ୍ଷ। ତେଣୁ ଆୟୁର୍ବେଦରେ ଥିବା ସହଜ ଓ ସରଳ ଉପାୟ ଅନୁସରଣ ପୂର୍ବକ ଯୌବନକୁ ବଜାୟ ରଖିହେବ।

ଦୀର୍ଘ ଯୌବନ ପାଇଁ ଆୟୁର୍ବେଦରେ ରସାୟନ ଚିକିତ୍ସାର ବ୍ୟବସ୍ଥା ରହିଛି। ଏଥିସହିତ ଉତ୍ତମ ଜୀବନଶୈଳୀ, ଯୁବ ସୁଲଭ ବିଚାର, ସକରାତ୍ମକ ଚିନ୍ତାଧାରା, ସମସ୍ତ ପ୍ରକାର ବ୍ୟସନଠାରୁ ଦୂରେଇ ରହିବା, ଉପଯୁକ୍ତ ମାତ୍ରାରେ ଶୋଇବା, ସମୟ ଓ ଆବଶ୍ୟକତା ଅନୁସାରେ ସନ୍ତୁଳିତ ପୌଷ୍ଟିକ ଭୋଜନ ତଥା ସାମର୍ଥ୍ୟାନୁସାରେ ପରିଶ୍ରମ, ଯୋଗ, ପ୍ରାଣାୟାମ ଆଦି ଆମକୁ ସୁଦୀର୍ଘ ଯୌବନ ପ୍ରାପ୍ତ କରିବାରେ ସହାୟକ ହୋଇଥାଏ।

ବୟସ ବଢ଼ିବା ସହିତ କେତେକଙ୍କଠାରେ ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମେଦବହୁଳତା ଆଦି ସମସ୍ୟା ସୃଷ୍ଟି ହୋଇ ଜୀବନ ଉତ୍ସାହହୀନ କରିଦିଏ। ତେଣୁ ରୋଗ ହେବା ପୂର୍ବରୁ ସତର୍କ ରହିବା ଶ୍ରେୟସ୍କର।

-ବ୍ରାହ୍ମମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ, ଜଳପାନ, ପ୍ରାତଃଭ୍ରମଣ, ଯୋଗ ପ୍ରାଣାୟାମ, ସ୍ନାନ ପୂର୍ବରୁ ଶରୀରରେ ନଡ଼ିଆ ତେଲ ଓ ତିଳ ତେଲ ଆଦିର ମାଲିସ, ଜଳଖିଆରେ ଅଙ୍କୁରିତ ବୁଟ, ମୁଗ, ଗହମ ଆଦିର ସେବନ, ସମର୍ଥବାନ ହୋଇଥିଲେ ପିସ୍ତା ବାଦାମ (ଆଲମଣ୍ଡ), କିସ୍‌ମିସ୍, ଖଜୁର, ଅଖରୋଟ, ଅଞ୍ଜିର, ଆଦି ମଧ୍ୟ ଜଳଖିଆରେ ସାମିଲ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ।

-ମଧ୍ୟାହ୍ନ ଭୋଜନରେ ସଜ ପନିପରିବା, ସାଲାଡ୍‌ ଏବଂ ଭୋଜନପରେ ଘୋଳଦହି ପାନ, ଅଆରୋଗ୍ୟ ପ୍ରଦାୟକ ଅଟେ।

-ରାତ୍ରିଭୋଜନ କ୍ଷେତ୍ରରେ ରାତ୍ରିର ପ୍ରଥମ ପ୍ରହରରେ ହାଲୁକା ଓ ସୁପାଚ୍ୟ ଭୋଜନ ଗ୍ରହଣୀୟ। ସବୁବେଳେ ଘରେ ପ୍ରସ୍ତୁତ ଭୋଜନ ଗ୍ରହଣ କରିବା ଉଚିତ। ରାସ୍ତାକଡ଼ କିମ୍ବା ଡବାଖାଦ୍ୟ, ସମସ୍ତ ପ୍ରକାର ନିଶାଦ୍ରବ୍ୟ ଓ ଆଳସ୍ୟ ଆଦିଠାରୁ ଦୂରେଇ ରହିବା ଆବଶ୍ୟକ।

ଶରୀର, ମନ ଓ ସମାଜ, ଏହି ତିନୋଟି ଯାକ ସୁସ୍ଥ ନ ରହିଲେ ତା’ର ପ୍ରଭାବରେ ଅକାଳ ବାର୍ଦ୍ଧକ୍ୟ ମାଡ଼ିଆସେ। ତେଣୁ ସେଥିପ୍ରତି ସଚେତନ ରହିବା ସହିତ, ସ୍ବଚ୍ଛ ପରିବେଶ, ଚିନ୍ତାମୁକ୍ତ ତଥା ଚିନ୍ତନଯୁକ୍ତ, ରୋଗମୁକ୍ତ ବଳିଷ୍ଠ ଶରୀର ଆମକୁ ଦୀର୍ଘ ଯୌବନ ପ୍ରାପ୍ତ କରିଥାଏ।

https://www.thesakala.in/health/ayurvedic-remedies-for-longevity/article-3476
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp