ରିଲିଜ୍‌ ହେଲା ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ, ଦର୍ଶକଙ୍କ ମନ ମୋହୁଛି କଙ୍ଗନାଙ୍କ ଚୁଲ୍‌ବୁଲି ଅନ୍ଦାଜ୍‌

The Sakala Picture
Published On

ମୁମ୍ବଇ : ଚଳିତ ମାସ ୨୩ ତାରିଖରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ ଆଜି ରିଲିଜ୍‌ ହୋଇଛି। କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ଥଲାଇଭିର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଗୀତ ‘ଚଲି ଚଲି’ ମୁକ୍ତିଲାଭ କରିଛି। ଗୀତରେ ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ଚୁଲବୁଲ ଅନ୍ଦାଜ ସହ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି। ୧ ମିନିଟ୍ ୫୯ ସେକେଣ୍ଡର ଏହି ଗୀତରେ […]

ମୁମ୍ବଇ : ଚଳିତ ମାସ ୨୩ ତାରିଖରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ ଆଜି ରିଲିଜ୍‌ ହୋଇଛି। କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ଥଲାଇଭିର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଗୀତ ‘ଚଲି ଚଲି’ ମୁକ୍ତିଲାଭ କରିଛି। ଗୀତରେ ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ଚୁଲବୁଲ ଅନ୍ଦାଜ ସହ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ରିଲିଜ୍ ହେଲା ଇରଫାନ୍ ଖାନ୍ ଓ ବିଦ୍ୟା ବାଲାନ୍‌ଙ୍କ ଅପ୍ରକାଶିତ ଫିଲ୍ମ 'ଦି ଲାଷ୍ଟ ଟେନାଣ୍ଟ'

ଆହୁରି ପଢ଼ନ୍ତୁ: ମିସ୍ ୟୁନିଭର୍ସ ବିଜୟୀ ହେବା ଏବଂ ନ୍ୟୁୟର୍କରେ ରହିବା କିପରି ବଦଳାଇ ଦେଲା ହରନାଜ୍ ସନ୍ଧୁଙ୍କ ଜୀବନ, ନିଜେ କଲେ ଖୁଲାସା

୧ ମିନିଟ୍ ୫୯ ସେକେଣ୍ଡର ଏହି ଗୀତରେ କଙ୍ଗନା କ୍ୟାମେରା ଆଗରେ ପ୍ରତି ସେକେଣ୍ଡରେ ବହୁତ ସୁନ୍ଦର ଏବଂ ଚୁଲବୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଗୀତ ମାଧ୍ୟମରେ କଙ୍ଗନା ତାଙ୍କ ଅଭିନୟ ସହିତ ଦର୍ଶକଙ୍କ ମନରେ ସ୍ବର୍ଗତ ଜୟଲଳିତାଙ୍କୁ ମନେ ପକାଇବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।ନିକଟରେ, କଙ୍ଗନା ଏହି ଗୀତର ଟିଜର ସେୟାର କରିଥିଲେ, ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ କୌତୁହଳ ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟରେ ହନି ସିଂହଙ୍କ ସ୍ପଷ୍ଟୀକରଣ: '୨୦୨୫ ଇଭେଣ୍ଟରେ ଗାଇନାହିଁ ଅଶ୍ଳୀଳ ଭଲ୍ୟୁମ୍-୧ ଗୀତ'

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଫିଲ୍ମରେ ଜୟଲଳିତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ କଙ୍ଗନା ଆପ୍ରାଣ ଉଦ୍ୟମ କରିଛନ୍ତି ବୋଲି ରିଲିଜ୍‌ ହୋଇଥିବା ଟ୍ରେଲରରୁ ସ୍ପଷ୍ଟ ବାରି ହୋଇ ପଡିଥିଲା। ଥଲାଇବି’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏ.ଏଲ୍ ବିଜୟ। ଏହାର ନିର୍ମାତାମାନେ ହେଉଛନ୍ତି ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଏବଂ ଶୌଲେଶ ଆର ସିଂ।

02 Apr 2021 By The Sakala

ରିଲିଜ୍‌ ହେଲା ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ, ଦର୍ଶକଙ୍କ ମନ ମୋହୁଛି କଙ୍ଗନାଙ୍କ ଚୁଲ୍‌ବୁଲି ଅନ୍ଦାଜ୍‌

ମୁମ୍ବଇ : ଚଳିତ ମାସ ୨୩ ତାରିଖରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ପ୍ରଥମ ଗୀତ ଆଜି ରିଲିଜ୍‌ ହୋଇଛି। କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ଥଲାଇଭିର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଗୀତ ‘ଚଲି ଚଲି’ ମୁକ୍ତିଲାଭ କରିଛି। ଗୀତରେ ବଲିଉଡ୍‌ କୁଇନ କଙ୍ଗନା ରଣାୱତଙ୍କ ଚୁଲବୁଲ ଅନ୍ଦାଜ ସହ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି।

୧ ମିନିଟ୍ ୫୯ ସେକେଣ୍ଡର ଏହି ଗୀତରେ କଙ୍ଗନା କ୍ୟାମେରା ଆଗରେ ପ୍ରତି ସେକେଣ୍ଡରେ ବହୁତ ସୁନ୍ଦର ଏବଂ ଚୁଲବୁଲ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଗୀତ ମାଧ୍ୟମରେ କଙ୍ଗନା ତାଙ୍କ ଅଭିନୟ ସହିତ ଦର୍ଶକଙ୍କ ମନରେ ସ୍ବର୍ଗତ ଜୟଲଳିତାଙ୍କୁ ମନେ ପକାଇବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି ।ନିକଟରେ, କଙ୍ଗନା ଏହି ଗୀତର ଟିଜର ସେୟାର କରିଥିଲେ, ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ କୌତୁହଳ ଦେଖିବାକୁ ମିଳିଥିଲା ।

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଫିଲ୍ମରେ ଜୟଲଳିତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ କଙ୍ଗନା ଆପ୍ରାଣ ଉଦ୍ୟମ କରିଛନ୍ତି ବୋଲି ରିଲିଜ୍‌ ହୋଇଥିବା ଟ୍ରେଲରରୁ ସ୍ପଷ୍ଟ ବାରି ହୋଇ ପଡିଥିଲା। ଥଲାଇବି’ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏ.ଏଲ୍ ବିଜୟ। ଏହାର ନିର୍ମାତାମାନେ ହେଉଛନ୍ତି ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଏବଂ ଶୌଲେଶ ଆର ସିଂ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର