ସୋସିଆଲ ମିଡିଆରୁ ବିରତି ନେଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କହିଲେ ମନର କଥା

Suryakanta Picture
Published On

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସୋସିଆଲ ମିଡିଆରୁ କିଛି ଦିନ ପାଇଁ ବିରତି ନେବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଅତ୍ୟଧିକ ଚାପ ଏବଂ ଲଗାତାର ସ୍କ୍ରୋଲିଂ ଯୋଗୁଁ ସେ ନିଜକୁ ହରାଇ ବସିଥିବା ଅନୁଭବ କରୁଛନ୍ତି ବୋଲି ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୋସିଆଲ ମିଡିଆରୁ ବିରତି ନେବାର କାରଣ

ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରି ରିୟା ଲେଖିଛନ୍ତି ଯେ, "ନିକଟ ଅତୀତରେ ମୁଁ ନିଜକୁ ଟିକେ ହଜାଇ ଦେଇଥିବା ଅନୁଭବ କରୁଛି। ଲଗାତାର ଅନଲାଇନ୍ କୋଳାହଳ, ସ୍କ୍ରୋଲିଂ ଏବଂ ସବୁକିଛି ସହ ତାଳ ଦେଇ ଚାଲିବାର ଚାପ ମୋ ଆଶା ଠାରୁ ଅଧିକ ଭାରୀ ଲାଗୁଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କ୍ୟାମେରାରେ ମୁହୂର୍ତ୍ତଗୁଡ଼ିକୁ କଏଦ କରିବା ପରିବର୍ତ୍ତେ ବର୍ତ୍ତମାନରେ ବଞ୍ଚିବାକୁ ଚାହୁଁଛନ୍ତି ଏବଂ ଏକାନ୍ତତା ତଥା ଶାନ୍ତିର ଅଭାବ ଅନୁଭବ କରୁଛନ୍ତି। ତେଣୁ ସେ କିଛି ସମୟ ପାଇଁ ଡିଜିଟାଲ୍ ଦୁନିଆରୁ ଦୂରେଇ ରହି ବାସ୍ତବିକତା ସହ ପୁଣିଥରେ ଯୋଡିହେବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବିବାଦ

ସୂଚନାଯୋଗ୍ୟ ଯେ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ରିୟାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା। ସେହି ସମୟରେ ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ଏବଂ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା, ଯାହା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥିଲା। ବର୍ତ୍ତମାନ ଏହି ସବୁ ଚାପରୁ ଦୂରେଇ ରହି ନିଜର ମାନସିକ ଶାନ୍ତି ପାଇଁ ସେ ଏହି ପଦକ୍ଷେପ ନେଇଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଆଗାମୀ ପ୍ରୋଜେକ୍ଟ ଦେଇ ଅଭିନୟକୁ ପ୍ରତ୍ୟାବର୍ତ୍ତନ

କର୍ମକ୍ଷେତ୍ର ବିଷୟରେ କହିବାକୁ ଗଲେ, ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଅଭିନୟ ଦୁନିଆକୁ ଫେରୁଛନ୍ତି। ସେ ଖୁବ୍ ଶୀଘ୍ର ନେଟଫ୍ଲିକ୍ସର ଆଗାମୀ ୱେବ୍ ସିରିଜ୍ 'ଫ୍ୟାମିଲି ବିଜନେସ୍' ରେ ନଜର ଆସିବେ। ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ଏହି ସିରିଜରେ ତାଙ୍କ ସହ ବରିଷ୍ଠ ଅଭିନେତା ଅନିଲ କପୁର, ବିଜୟ ବର୍ମା ଏବଂ ନେହା ଧୁପିଆ ପ୍ରମୁଖ ଅଭିନୟ କରୁଛନ୍ତି। ଶେଷ ଥର ପାଇଁ ତାଙ୍କୁ ୨୦୨୧ ମସିହାରେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ 'ଚେହେରେ' (Chehre) ରେ ଦେଖିବାକୁ ମିଳିଥିଲା ଅବଶ୍ୟ ସେ ନିକଟରେ ଏମଟିଭି ରୋଡିଜ୍‌ରେ ଏକ ଗ୍ୟାଙ୍ଗ ଲିଡର୍ ଭାବରେ ନଜର ଆସିଥିଲେ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Rhea Chakraborty (@rhea_chakraborty)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp