୨୫ ବର୍ଷ ପରେ ଏକାଠି କାମ କରିବେ ସଲମାନ୍-କରନ୍
ବଲିଉଡ୍ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍ ଜୋହର୍ଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ବଲିଉଡ୍ର ଦବଙ୍ଗ ସଲମାନ୍ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। ସେବେଠାରୁ କରନ୍ ଓ ସଲମାନ୍ ଏକାଠି କାମ କରିନାହାନ୍ତି। ୨୫ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ି ଏକାଠି କାମ କରିବେ ବୋଲି ଜଣାପଡ଼ିଛି। କରନ୍ ଗତବର୍ଷ ଅକ୍ଟୋବରରେ ତାଙ୍କର ଏକ ଆଗାମୀ ଫିଲ୍ମ ପାଇଁ ସଲମାନ୍ଙ୍କୁ ଯୋଗାଯୋଗ କରିଥିଲେ। ଫିଲ୍ମର […]
ବଲିଉଡ୍ର ଆଗଧାଡ଼ିର ନିର୍ଦ୍ଦେଶକ କରନ୍ ଜୋହର୍ଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା। ଏହି ଫିଲ୍ମରେ ବଲିଉଡ୍ର ଦବଙ୍ଗ ସଲମାନ୍ ଖାନ୍ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ। ସେବେଠାରୁ କରନ୍ ଓ ସଲମାନ୍ ଏକାଠି କାମ କରିନାହାନ୍ତି। ୨୫ ବର୍ଷ ପରେ ପୁଣି ଥରେ ଏହି ଯୋଡ଼ି ଏକାଠି କାମ କରିବେ ବୋଲି ଜଣାପଡ଼ିଛି। କରନ୍ ଗତବର୍ଷ ଅକ୍ଟୋବରରେ ତାଙ୍କର ଏକ ଆଗାମୀ ଫିଲ୍ମ ପାଇଁ ସଲମାନ୍ଙ୍କୁ ଯୋଗାଯୋଗ କରିଥିଲେ। ଫିଲ୍ମର ପିତା ଓ ପୁତ୍ର ଉପରେ କେନ୍ଦ୍ରୀଭୂତ ଥିଲା । କରନ୍ ଏ ବାବଦରେ ଦୁଇଥର ସଲମାନ୍ଙ୍କୁ ଭେଟି ସାରିଥିଲେ ମଧ୍ୟ ସଲମାନ୍ ଏଭଳି ଫ୍ୟାମିଲି ଡ୍ରାମା ପାଇଁ ଇଚ୍ଛୁକ ନଥିବା କଥା କହିଥିଲେ।
ଚଳିତବର୍ଷ ଜାନୁଆରୀରେ ପୁଣି ଥରେ କରନ୍ ‘ଶେରଶାହ’ର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନଙ୍କ ସହ ଅନ୍ୟ ଏକ ଫିଲ୍ମ ନେଇ ସଲମାନ୍ଙ୍କ ପାଖରେ ପହଞ୍ଚିଥିଲେ। ତେବେ ସଲମାନ୍ ଏହି ପ୍ରୋଜେକ୍ଟ ପାଇଁ ରାଜିଥିବା ଜଣାପଡ଼ିଛି। ଏହା ଏକ ଆକ୍ସନ ଫିଲ୍ମ ହେବ। ୨୦୨୪ ଇଦ୍ ଅବସରରେ ଏହା ରିଲିଜ୍ ହେବ ବୋଲି କୁହାଯାଉଛି। ତେବେ ଆସନ୍ତା ନଭେମ୍ବର ମାସରୁ ଏହାର ସୁଟିଂ ଆରମ୍ଭ ହେବ। ସଲମାନ୍ ଏବେ ତାଙ୍କ ଫିଲ୍ମ ‘ଟାଇଗର୍-୩’ ପାଇଁ ବ୍ୟସ୍ତ ଅଛନ୍ତି। ଏଠାରେ ପ୍ରକାଶ ଥାଉ କି, ସଲମାନ୍ଙ୍କ ଫିଲ୍ମ ‘କିସି କା ଭାଇ କିସି କା ଜାନ୍’ ଇଦ୍ ଅବସରରେ ରିଲିଜ୍ ହୋଇ ଭଲ ବ୍ୟବସାୟ କରିଥିଲେ ମଧ୍ୟ ତାହା ଆଶାନୁରୂପ ନଥିଲା।