ରିଲିଜ୍‌ ହେଲା ପଞ୍ଚାୟତ ସିଜନ-୪ ଟିଜର୍‌, ଦେଖନ୍ତୁ ଭିଡିଓ… ଜୁଲାଇ ୨ରେ ଦର୍ଶକ ଦେଖିବେ ଫୁଲେରା ନିର୍ବାଚନର ହାଇଡ୍ରାମା….

The Sakala Picture
Published On

OTT ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓର ସବୁଠାରୁ ପ୍ରତୀକ୍ଷିତ ଓ ଲୋକପ୍ରିୟ ୱେବ୍ ସିରିଜ୍ ‘ପଞ୍ଚାୟତ’କୁ ଦର୍ଶକ ଚାହିଁ ବସିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ୱେବ୍‌ ସିରିଜ୍‌ର ୩ଟି ସିଜିନ୍‌ ରିଲିଜ୍‌ ହୋଇ ସାରିଛି । ପ୍ରତିଟି ପାର୍ଟକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳିଥିଲା । ଗ୍ରାମୀଣ ଜୀବନ ଏବଂ ଗାଁ ସମସ୍ୟାକୁ ନେଇ ଅତି ଚମତ୍କାର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ ୱେବ-ସିରିଜ କୋଟି କୋଟି ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି ଆଉ ପଞ୍ଚାୟତର […]

OTT ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓର ସବୁଠାରୁ ପ୍ରତୀକ୍ଷିତ ଓ ଲୋକପ୍ରିୟ ୱେବ୍ ସିରିଜ୍ ‘ପଞ୍ଚାୟତ’କୁ ଦର୍ଶକ ଚାହିଁ ବସିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ୱେବ୍‌ ସିରିଜ୍‌ର ୩ଟି ସିଜିନ୍‌ ରିଲିଜ୍‌ ହୋଇ ସାରିଛି । ପ୍ରତିଟି ପାର୍ଟକୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳିଥିଲା । ଗ୍ରାମୀଣ ଜୀବନ ଏବଂ ଗାଁ ସମସ୍ୟାକୁ ନେଇ ଅତି ଚମତ୍କାର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ ୱେବ-ସିରିଜ କୋଟି କୋଟି ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି ଆଉ ପଞ୍ଚାୟତର କଳାକାରମାନେ ବି ଦର୍ଶକଙ୍କ ପସନ୍ଦ ଆସିଛନ୍ତି । ପଞ୍ଚାୟତ, ପଞ୍ଚାୟତ-୨, ପଞ୍ଚାୟତ-୩ ପରେ ଏବେ ପଞ୍ଚାୟତ-୪କୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିର ଖବର। କାରଣ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଆସୁଛି ପଞ୍ଚାୟତ-୪ । ଆଉ ରିଲିଜ ତାରିଖ ବି ଘୋଷଣା ହୋଇଛି।

ଶନିବାର ପଞ୍ଚାୟତ ସିଜନ-୪ ଟିଜର୍‌ ରିଲିଜ୍‌ ହେବା ସହ ଜୁଲାଇ ୨ରେ ପଞ୍ଚାୟତ ସିଜନ-୪ ଆମାଜନ ପ୍ରାଇମ୍ ଭିଡିଓ ଆସିବ ବୋଲି ଘୋଷଣା ହୋଇଛି। ପଞ୍ଚାୟତ ସିଜନ-୪ ଟିଜର୍‌ରେ ଦେଖାଯାଉଛି କି ଫୁଲେରାରେ ଏଥର ପଞ୍ଚାୟତ ନିର୍ବାଚନର ଗରମ ଆରମ୍ଭ ହେବାକୁ ଯାଉଛି।  ପଞ୍ଚାୟତ ସିଜିନ୍ ୪ରେ, ଆପଣ ପୁରୁଣା ଚରିତ୍ରଗୁଡ଼ିକୁ ସମାନ ଭୂମିକାରେ ଦେଖିବାକୁ ପାଇବେ। ସଚିବ୍‌ଜୀ, ପ୍ରଧାନଜୀ, ମଞ୍ଜୁଦେବୀ, ପ୍ରହ୍ଲାଦ ଚାଚା, ବିକାଶ ଶୁକ୍ଲା, ବିଧାୟକଜୀ,  ଭୂଷଣଜୀ ଏବଂ ବିନୋଦ ପରି ଚରିତ୍ର ଦର୍ଶକଙ୍କ ମନକୁ ଛୁଇଁଛି। ଚତୁର୍ଥ ସିଜିନ୍‌ରେ କଣ ନୂଆ ଦେଖିବାକୁ ମିଳିବ ତାହାରି ଅପେକ୍ଷାରେ ରହିଛନ୍ତି ଫ୍ୟାନ୍ସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର