ଫିଲ୍ମ ଫ୍ଲପ୍‌ ପରେ ମୁହଁ ଖୋଲିଲେ କଙ୍ଗନା, କହିଲେ ୨୦୨୨ ଏଯାଏଁ ସରିନାହିଁ

The Sakala Picture
Published On

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଗାର୍ଲ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଧାକଡ୍‌’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ସବୁଠାରୁ ଧକ୍କା ଲାଗିଛି ଏହାର ପ୍ରଯୋଜକଙ୍କୁ। ଫିଲ୍ମଟି ତା’ର ମୋଟ ଖର୍ଚ୍ଚର ୧୦% ମଧ୍ୟ ଅସୁଲ କରିପାରିନାହିଁ। ‘ଧାକଡ୍‌’ ଫ୍ଲପ୍‌ ହେବା ପରେ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଜବରଦସ୍ତ ଟ୍ରୋଲ୍‌ କରାଯାଇଛି । ଏହି ସମୟରେ କଙ୍ଗନା ନିଜକୁ ବଞ୍ଚେଇବାକୁ ଯାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି-୨୦୨୨ ଏଯାଏଁ ସରିନାହିଁ। କଙ୍ଗନା ତାଙ୍କ […]

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଗାର୍ଲ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଧାକଡ୍‌’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ସବୁଠାରୁ ଧକ୍କା ଲାଗିଛି ଏହାର ପ୍ରଯୋଜକଙ୍କୁ। ଫିଲ୍ମଟି ତା’ର ମୋଟ ଖର୍ଚ୍ଚର ୧୦% ମଧ୍ୟ ଅସୁଲ କରିପାରିନାହିଁ। ‘ଧାକଡ୍‌’ ଫ୍ଲପ୍‌ ହେବା ପରେ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଜବରଦସ୍ତ ଟ୍ରୋଲ୍‌ କରାଯାଇଛି । ଏହି ସମୟରେ କଙ୍ଗନା ନିଜକୁ ବଞ୍ଚେଇବାକୁ ଯାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି-୨୦୨୨ ଏଯାଏଁ ସରିନାହିଁ।

ଆହୁରି ପଢ଼ନ୍ତୁ: 'ଦାଦୀ କି ଶାଦୀ': କପିଲ ଶର୍ମାଙ୍କ କମେଡି ସହ ନୀତୁ କପୁରଙ୍କ ଦମଦାର୍ ଅଭିନୟ, ଡେବ୍ୟୁରେ ଜଲୱା ଦେଖାଇଲେ ରିଦ୍ଧିମା

କଙ୍ଗନା ତାଙ୍କ ପୋଷ୍ଟରେ ନିଜକୁ ବକ୍ସ ଅଫିସ୍‌ର କୁଇନ୍‌ କହି ଲେଖିଛନ୍ତି ଯେ, ‘୨୦୧୯ରେ ମୁଁ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ‘ମଣିକର୍ଣ୍ଣିକା’ ଦର୍ଶକଙ୍କୁ ଭେଟି ଦେଇଥିଲି। ୨୦୨୦ ମସିହାରେ କରୋନା ସମୟ ଥିଲା। ୨୦୨୧ରେ ମୁଁ ମୋ କ୍ୟାରିୟରର ସବୁଠୁ ବଡ ହିଟ୍‌ ଫିଲ୍ମ ‘ଥଲାଇବି’ ଭେଟି ଦେଇଥିଲି, ଯାହାକି ଓଟିଟିରେ ରିଲିଜ୍‌ ହେବା ସତ୍ତ୍ବେ ଭଲ ବ୍ୟବସାୟ କରିଥିଲା। ମୁଁ ବହୁତ ନକାରାତ୍ମକତାକୁ ସାମ୍‌ନା କରିଛି। ୨୦୨୨ରେ ମୁଁ ‘ଲକ୍ଅପ୍‌’ର ହୋଷ୍ଟ କରିଥିଲି। ଏହା ମୋ’ ପାଇଁ ବ୍ଲକ୍‌ବଷ୍ଟର ଥିଲା। ୨୦୨୨ ସରିନାହିଁ। ଏବେବି ମୋର ଏ ବର୍ଷକୁ ନେଇ ବହୁତ କିଛି ଆଶା ଅଛି।’

ଆହୁରି ପଢ଼ନ୍ତୁ: ‘ରାଜା ଶିବାଜୀ’ ସେଟ୍‌ରେ ଭୟଭୀତ ହୋଇଯାଇଥିଲେ ଅଭିନେତ୍ରୀ ଦିଶା ପରଦେଶୀ, ସଞ୍ଜୟ ଦତ୍ତଙ୍କ ସହ ଶୁଟିଂର ଖୋଲିଲେ ଗୁମର

ଧାକଡ୍‌’ ସୁପର୍‌ଫ୍ଲପ୍‌ ହେବା ପରେ ଏହାର ଓଟିଟି କିମ୍ବା ସାଟେଲାଇଟ୍‌ ରାଇଟସ୍‌ କିଣିବା ପାଇଁ କେହି ରାଜି ନୁହନ୍ତି। ୧୦୦ କୋଟିରେ ନିର୍ମିତ ଏହି ଫିଲ୍ମ ମେ’ ୨୦ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା।କଙ୍ଗନାଙ୍କ କାମ କଥା କହିବାକୁ ଗଲେ, କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଇମରଜେନ୍ସି’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ଏହାବାଦ୍‌ ସେ ‘ତେଜସ୍’ରେ ମଧ୍ୟ ନଜର ଆସିବେ।

ଆହୁରି ପଢ଼ନ୍ତୁ: କାନ୍ସ ୨୦୨୬ରେ ଟ୍ରୋଲ୍ ହେଲେ ଉର୍ବଶୀ ରୌତେଲା: କହିଲେ 'ମୁଁ ଇଣ୍ଡିଆ', କିନ୍ତୁ ପିନ୍ଧିଥିଲେ ଭିଏତନାମ ଡିଜାଇନର୍‌ଙ୍କ ଡ୍ରେସ୍

07 Jun 2022 By The Sakala

ଫିଲ୍ମ ଫ୍ଲପ୍‌ ପରେ ମୁହଁ ଖୋଲିଲେ କଙ୍ଗନା, କହିଲେ ୨୦୨୨ ଏଯାଏଁ ସରିନାହିଁ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଗାର୍ଲ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଧାକଡ୍‌’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ସବୁଠାରୁ ଧକ୍କା ଲାଗିଛି ଏହାର ପ୍ରଯୋଜକଙ୍କୁ। ଫିଲ୍ମଟି ତା’ର ମୋଟ ଖର୍ଚ୍ଚର ୧୦% ମଧ୍ୟ ଅସୁଲ କରିପାରିନାହିଁ। ‘ଧାକଡ୍‌’ ଫ୍ଲପ୍‌ ହେବା ପରେ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଜବରଦସ୍ତ ଟ୍ରୋଲ୍‌ କରାଯାଇଛି । ଏହି ସମୟରେ କଙ୍ଗନା ନିଜକୁ ବଞ୍ଚେଇବାକୁ ଯାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି-୨୦୨୨ ଏଯାଏଁ ସରିନାହିଁ।

କଙ୍ଗନା ତାଙ୍କ ପୋଷ୍ଟରେ ନିଜକୁ ବକ୍ସ ଅଫିସ୍‌ର କୁଇନ୍‌ କହି ଲେଖିଛନ୍ତି ଯେ, ‘୨୦୧୯ରେ ମୁଁ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ‘ମଣିକର୍ଣ୍ଣିକା’ ଦର୍ଶକଙ୍କୁ ଭେଟି ଦେଇଥିଲି। ୨୦୨୦ ମସିହାରେ କରୋନା ସମୟ ଥିଲା। ୨୦୨୧ରେ ମୁଁ ମୋ କ୍ୟାରିୟରର ସବୁଠୁ ବଡ ହିଟ୍‌ ଫିଲ୍ମ ‘ଥଲାଇବି’ ଭେଟି ଦେଇଥିଲି, ଯାହାକି ଓଟିଟିରେ ରିଲିଜ୍‌ ହେବା ସତ୍ତ୍ବେ ଭଲ ବ୍ୟବସାୟ କରିଥିଲା। ମୁଁ ବହୁତ ନକାରାତ୍ମକତାକୁ ସାମ୍‌ନା କରିଛି। ୨୦୨୨ରେ ମୁଁ ‘ଲକ୍ଅପ୍‌’ର ହୋଷ୍ଟ କରିଥିଲି। ଏହା ମୋ’ ପାଇଁ ବ୍ଲକ୍‌ବଷ୍ଟର ଥିଲା। ୨୦୨୨ ସରିନାହିଁ। ଏବେବି ମୋର ଏ ବର୍ଷକୁ ନେଇ ବହୁତ କିଛି ଆଶା ଅଛି।’

ଧାକଡ୍‌’ ସୁପର୍‌ଫ୍ଲପ୍‌ ହେବା ପରେ ଏହାର ଓଟିଟି କିମ୍ବା ସାଟେଲାଇଟ୍‌ ରାଇଟସ୍‌ କିଣିବା ପାଇଁ କେହି ରାଜି ନୁହନ୍ତି। ୧୦୦ କୋଟିରେ ନିର୍ମିତ ଏହି ଫିଲ୍ମ ମେ’ ୨୦ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା।କଙ୍ଗନାଙ୍କ କାମ କଥା କହିବାକୁ ଗଲେ, କଙ୍ଗନା ପଲିଟିକାଲ ଡ୍ରାମା ଫିଲ୍ମ ‘ଇମରଜେନ୍ସି’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ଏହାବାଦ୍‌ ସେ ‘ତେଜସ୍’ରେ ମଧ୍ୟ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର