ପଞ୍ଜାବୀ ଗାୟିକା ଇନ୍ଦର କୌରଙ୍କ ମୃତଦେହ ଉଦ୍ଧାର, ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ହତ୍ୟା ଅଭିଯୋଗ

Suryakanta Picture
Published On

ପଞ୍ଜାବୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ପଞ୍ଜାବୀ ଗାୟିକା ତଥା ମେକଅପ୍ ଆର୍ଟିଷ୍ଟ ଇନ୍ଦର କୌର (ଯାହାଙ୍କୁ ଯଶବିନ୍ଦର କୌର ବୋଲି ମଧ୍ୟ କୁହାଯାଏ)ଙ୍କର ମୃତଦେହ ମଙ୍ଗଳବାର ଏକ କେନାଲରୁ ଉଦ୍ଧାର କରାଯାଇଛି। ଗତ ୬ ଦିନ ହେବ ୨୯ ବର୍ଷୀୟା ଏହି ଗାୟିକା ନିଖୋଜ ଥିଲେ ଏବଂ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ଲୁଧିଆନା ନିକଟସ୍ଥ ନୀଲୋ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନରୁ ହତ୍ୟା!

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ମେ ୧୩ ତାରିଖ ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ଇନ୍ଦର ନିଜର ଧଳା ରଙ୍ଗର ଫୋର୍ଡ ଫିଗୋ କାରରେ କିଛି ଘରୋଇ ସାମଗ୍ରୀ ଆଣିବାକୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ତାଙ୍କ ଭାଇ ଜୋତିନ୍ଦର ସିଂହଙ୍କ କହିବା ଅନୁସାରେ, କାନାଡାରେ ରହୁଥିବା ମୋଗା ଅଞ୍ଚଳର ସୁଖବିନ୍ଦର ସିଂହ ଓରଫ ସୁଖା ନାମକ ଜଣେ ଯୁବକ ତାଙ୍କ ଭଉଣୀଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା। ସୁଖବିନ୍ଦର ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାମାନେ ଥିବା କଥା ଜାଣିବା ପରେ ଇନ୍ଦର ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହି କାରଣରୁ ଉତକ୍ଷିପ୍ତ ହୋଇ ସୁଖବିନ୍ଦର ତାଙ୍କୁ ଅପହରଣ କରିବା ସହ ହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି।

କାନାଡାରୁ ଆସିଥିଲା ଅଭିଯୁକ୍ତ

ଅଭିଯୋଗ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସୁଖବିନ୍ଦର କେବଳ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ନେପାଳ ଦେଇ କାନାଡାରୁ ପଞ୍ଜାବ ଆସିଥିଲା। ଘଟଣା ଦିନ ନିଜ ବାପା ପ୍ରୀତମ ସିଂହ, ସାଙ୍ଗ କରମଜିତ୍ ସିଂହ ଏବଂ ଅନ୍ୟ କିଛି ଅଜ୍ଞାତ ବ୍ୟକ୍ତିଙ୍କ ସହ ମିଶି ସେ ଇନ୍ଦରଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିଲା। ପୋଲିସର ପ୍ରାଥମିକ ତଦନ୍ତ ମୁତାବକ, ହତ୍ୟାକାଣ୍ଡ ଘଟାଇବା ପରେ ସୁଖବିନ୍ଦର ପୁଣିଥରେ କାନାଡା ଫେରିଯାଇଛି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ମାମଲାରେ ପୋଲିସ ପୂର୍ବରୁ ଏକ ଅପହରଣ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ମୃତଦେହ ମିଳିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ସମରାଲା ସିଭିଲ୍ ହସ୍ପିଟାଲକୁ ପଠାଯାଇଛି। କେନାଲ ନିକଟରୁ ରକ୍ତଭିଜା ଅବସ୍ଥାରେ ଗାୟିକାଙ୍କ କାର୍ ମଧ୍ୟ ଜବତ ହୋଇଛି। ପୋଲିସ ଏବେ ଅଭିଯୁକ୍ତର ବାପା ଏବଂ ସାଙ୍ଗଙ୍କୁ ଗିରଫ କରିଥିବା ବେଳେ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ସୁଖବିନ୍ଦରକୁ ଧରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp