ବଲିଉଡ୍‌ ଅଭିନେତା ମୁକୁଲ ଦେବଙ୍କ ପରଲୋକ

The Sakala Picture
Published On

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ମୁକୁଲ ଦେବଙ୍କ ଶନିବାର ସକାଳେ ପରଲୋକ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଏଠାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମୁକୁଲ ବହୁ ବର୍ଷ ଧରି ବଲିଉଡ୍‌ ଜଗତ ସହ କାର୍ଯ୍ୟ କରିଥିଲେ। ତାଙ୍କ ଦ୍ବାରା ଅଭିନିତ ‘ ସନ ଅଫ୍‌ ସର୍ଦ୍ଦାର’, ୟମଲା ପଗଲା ଦିୱାନା ଏବଂ ଜୟ ହୋ ଭଳି କିଛି […]

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ମୁକୁଲ ଦେବଙ୍କ ଶନିବାର ସକାଳେ ପରଲୋକ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଏଠାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମୁକୁଲ ବହୁ ବର୍ଷ ଧରି ବଲିଉଡ୍‌ ଜଗତ ସହ କାର୍ଯ୍ୟ କରିଥିଲେ। ତାଙ୍କ ଦ୍ବାରା ଅଭିନିତ ‘ ସନ ଅଫ୍‌ ସର୍ଦ୍ଦାର’, ୟମଲା ପଗଲା ଦିୱାନା ଏବଂ ଜୟ ହୋ ଭଳି କିଛି ଫିଲ୍ମ ଦର୍ଶକ ମହଲରେ ବେଶ ଆଦୃତ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ବଲିଉଡ୍ ଜଗତରେ ଶୋକ ଖେଳିଯାଇଛି। ବହୁ ନାମୀଦାମୀ ଅଭିନେତା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୁକୁଲଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମୁକୁଲ ୧୯୯୬ରେ ପ୍ରସାରିତ ଟେଲିଭିଜନ ଧାରାବାହିକ ‘ମୁମକିନ୍’ ରୁ ନିଜର କ୍ୟାରିୟର ଆରମ୍ଭ କରିବା ସହିତ ସେହିପର୍ଷ ‘ ଦସ୍ତକ’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଏହା ପରେ ପରେ ସେ ବଲିଉଡ୍‌ରେ ପ୍ରବେଶ କରିବା ସହିତ ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହିତ ବହୁ ଫିଲ୍ମରେ କାର୍ଯ୍ୟ କରିଥିଲେ। ମୁକୁଲ ଦେବଙ୍କ ଜନ୍ମ ଜଳନ୍ଧର ନିକଟସ୍ଥ ଏକ ଗାଁରେ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ବାପା ହରିଦେବ ପୁଲିସ ସହାୟକ କମିସନର ଭାବେ କାର୍ଯ୍ୟ କରିଥିଲା ବେଳେ ସେ ମୁକୁଲଙ୍କୁ ଆଫଗାନ ସଂସ୍କୃତି ସହିତ ପରିଚିତ କରାଇଥିଲେ। ହରିଦେବ ପାସ୍ତୋ ଏବଂ ପାର୍ସି ଭାଷା କହିପାରୁଥିଲେ। ମୁକୁଲ ୮ମ ଶ୍ରେଣୀରେ ପଢୁଥିଲା ବେଳେ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କୁ ଅନୁକରଣ କରି ଦୂରଦର୍ଶନର ଏକ ଡ୍ୟାନ୍ସ ଶୋ’ରେ ପ୍ରଦର୍ଶନ କରିଥିଲେ। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ଦୟାନନ୍ଦ ମୁକ୍ତି ଧାମ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ଟ୍ୱିଟରରେ ଛାଇଗଲା ଧନୁଷଙ୍କ ଫିଲ୍ମ 'କାରା': ଦମଦାର୍ ଅଭିନୟ ଓ ରୋମାଞ୍ଚକର କାହାଣୀକୁ ଦର୍ଶକଙ୍କ ପ୍ରଶଂସା

25 May 2025 By The Sakala

ବଲିଉଡ୍‌ ଅଭିନେତା ମୁକୁଲ ଦେବଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ମୁକୁଲ ଦେବଙ୍କ ଶନିବାର ସକାଳେ ପରଲୋକ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଏଠାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମୁକୁଲ ବହୁ ବର୍ଷ ଧରି ବଲିଉଡ୍‌ ଜଗତ ସହ କାର୍ଯ୍ୟ କରିଥିଲେ। ତାଙ୍କ ଦ୍ବାରା ଅଭିନିତ ‘ ସନ ଅଫ୍‌ ସର୍ଦ୍ଦାର’, ୟମଲା ପଗଲା ଦିୱାନା ଏବଂ ଜୟ ହୋ ଭଳି କିଛି ଫିଲ୍ମ ଦର୍ଶକ ମହଲରେ ବେଶ ଆଦୃତ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ବଲିଉଡ୍ ଜଗତରେ ଶୋକ ଖେଳିଯାଇଛି। ବହୁ ନାମୀଦାମୀ ଅଭିନେତା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୁକୁଲଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମୁକୁଲ ୧୯୯୬ରେ ପ୍ରସାରିତ ଟେଲିଭିଜନ ଧାରାବାହିକ ‘ମୁମକିନ୍’ ରୁ ନିଜର କ୍ୟାରିୟର ଆରମ୍ଭ କରିବା ସହିତ ସେହିପର୍ଷ ‘ ଦସ୍ତକ’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଏହା ପରେ ପରେ ସେ ବଲିଉଡ୍‌ରେ ପ୍ରବେଶ କରିବା ସହିତ ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହିତ ବହୁ ଫିଲ୍ମରେ କାର୍ଯ୍ୟ କରିଥିଲେ। ମୁକୁଲ ଦେବଙ୍କ ଜନ୍ମ ଜଳନ୍ଧର ନିକଟସ୍ଥ ଏକ ଗାଁରେ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ବାପା ହରିଦେବ ପୁଲିସ ସହାୟକ କମିସନର ଭାବେ କାର୍ଯ୍ୟ କରିଥିଲା ବେଳେ ସେ ମୁକୁଲଙ୍କୁ ଆଫଗାନ ସଂସ୍କୃତି ସହିତ ପରିଚିତ କରାଇଥିଲେ। ହରିଦେବ ପାସ୍ତୋ ଏବଂ ପାର୍ସି ଭାଷା କହିପାରୁଥିଲେ। ମୁକୁଲ ୮ମ ଶ୍ରେଣୀରେ ପଢୁଥିଲା ବେଳେ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କୁ ଅନୁକରଣ କରି ଦୂରଦର୍ଶନର ଏକ ଡ୍ୟାନ୍ସ ଶୋ’ରେ ପ୍ରଦର୍ଶନ କରିଥିଲେ। ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ଦୟାନନ୍ଦ ମୁକ୍ତି ଧାମ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର