ସେଲ୍ସମ୍ୟାନ୍‍ ରାକେଶ ସାହୁଙ୍କୁ ଗୁଳିକରି ହତ୍ୟା ଘଟଣା: ୭ବର୍ଷ ପରେ ଧରାପଡ଼ି ମୁକୁଳିଗଲା ହତ୍ଯାକାରୀ

The Sakala Picture
Published On

ଭୁବନେଶ୍ୱର: ବହୁଚର୍ଚ୍ଚିତ ଖଣ୍ଡଗିରି ପାତ୍ରପଡ଼ା ମଦ ଦୋକାନର ସେଲ୍ସମ୍ୟାନ୍‍ ରାକେଶ ସାହୁଙ୍କୁ ଗୁଳିକରି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଜାଗମରାର ସନ୍ଥ ବିଶ୍ୱାଳକୁ ଦୀର୍ଘ ୭ବର୍ଷ ପରେ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ତେବେ ସନ୍ଥକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାର ମାତ୍ର କେଇ ଘଣ୍ଟାରେ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍‍ ବଳରେ ସେ ଜେଲରୁ ମୁକୁଳି ଯାଇଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଜଣେ ହତ୍ୟା ଅଭିଯୁକ୍ତ ଜେଲ୍‌ […]

ଭୁବନେଶ୍ୱର: ବହୁଚର୍ଚ୍ଚିତ ଖଣ୍ଡଗିରି ପାତ୍ରପଡ଼ା ମଦ ଦୋକାନର ସେଲ୍ସମ୍ୟାନ୍‍ ରାକେଶ ସାହୁଙ୍କୁ ଗୁଳିକରି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଜାଗମରାର ସନ୍ଥ ବିଶ୍ୱାଳକୁ ଦୀର୍ଘ ୭ବର୍ଷ ପରେ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ତେବେ ସନ୍ଥକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାର ମାତ୍ର କେଇ ଘଣ୍ଟାରେ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍‍ ବଳରେ ସେ ଜେଲରୁ ମୁକୁଳି ଯାଇଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଜଣେ ହତ୍ୟା ଅଭିଯୁକ୍ତ ଜେଲ୍‌ ନ ଯାଇ ଥାନାରୁ ଖସିଯିବା ପ୍ରଥମ ଘଟଣା। ତେବେ ଅଭିଯୁକ୍ତକୁ ଧରିବା ଲାଗି ୭ବର୍ଷ ସମୟ ଲାଗିଯାଇଥିଲା କମିସନରେଟ ପୁଲିସ। ଏହାପରେ ବି ହତ୍ୟାକରୀ ତଳ କୋର୍ଟରେ ଆତ୍ମସମର୍ପଣ କରି ହାଇକୋର୍ଟରୁ ଜାମିନ୍‍ ପାଇଯାଇଛି। ଏହାର କିଛି ବି ସୁରାକ୍‍ କମିସନରେଟ୍‍ ପୁଲିସ କିଭଳି ପାଇଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଜଣେ ଇଞ୍ଜନିୟରିଂ ଛାତ୍ରର ସମ୍ପୃକ୍ତି ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଖବର ନେବାରୁ ଜଣାପଡ଼ିଛି ରାକେଶ ପାତ୍ରପଡ଼ାର ଏକ ମଦ ଦୋକାନରେ ସେଲ୍ସମ୍ୟାନ୍‍ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ ମସିହାର ଜୁନ୍‍ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ରାକେଶ ମଦ ଦୋକାନ ବନ୍ଦ କରି ସେଠାରେ ଛିଡ଼ା ହୋଇଥିବା ବେଳେ ସନ୍ଥ ଓ ମନୋଜ ଦଳାଇ ଏକ କାର୍‍ରେ ସେଠାରେ ପହଞ୍ଚିଥିଲେ। ଏହାପରେ ୩ ଅଭିଯୁକ୍ତ ମଦ ଦେବା ଲାଗି ରାକେଶକୁ କହିଥିଲେ। ତେବେ ସେତେବେଳକୁ ଦୋକାନ ବନ୍ଦ ହୋଇଯାଇଥିବାରୁ ମଦ ଦେଇ ହେବନି ବୋଲି ରାକେଶ ଉତ୍ତର ଦେଇଥିଲା। ଏହାପରେ ଅଭିଯୁକ୍ତମାନେ ଏଭ ରିଭଲଭର ବାହାର କରି ରାକେଶର ମୁଣ୍ଡରେ ଲଗାଇ ଧମକ ଦେଇଥିଲେ। ସେ ଭୟଭୀତ ଅବସ୍ଥାରେ ମଦ ଦୋକାନ ଖୋଲି ମଦ ଦେଇଥିଲେ। ମଦର ଦାମ୍‍ ୧୬୦ ଟଙ୍କା ହୋଇଥିବା ବେଳେ ଅଭିଯୁକ୍ତମାନେ ୧ହଜାର ଟଙ୍କା ଦେଇଥିଲେ। ଦୋକାନ ବନ୍ଦ ହୋଇଯାଇଥିବାରୁ ଟଙ୍କା ଆଉ ଖୁଚୁରା ହେବନି ବୋଲି ରାକେଶ ନିଜର ଅସହାୟତା ପ୍ରକାଶ କରିଥିଲେ। ଏହାପରେ ଅଭିଯୁକ୍ତମାନେ ନିଜର ଦବ୍‍ଦବା ଓ ଭାଇଗିରି ଦେଖାଇ ମଦ ନେଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ରାକେଶ ଏହାକୁ ବିରୋଧ କରିଥିଲେ। ଏହାପରେ ଅଭିଯୁକ୍ତମାନେ ଜିରୋ ପଏଣ୍ଟରେ ରାକେଶଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁଳିମାଡ଼ର ଦୃଶ୍ୟ ସିସିଟିଭିରେ କଏଦ୍‍ ହେବା ସହ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ। ତେବେ ଘଟଣା ଭିଆଇ ମନୋଜ ଓ ସନ୍ଥ ଫେରାର୍‍ ହୋଇଯାଇଥିଲେ। ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଚକ୍‍ମା ଦେଇ ଖସିଯାଇଥିଲେ। ଗୋଟିଏ ବର୍ଷ ପରେ ମନୋଜ କୋର୍ଟରେ ଆତ୍ମସମର୍ପଣ କରିଥିଲା। କିନ୍ତୁ ସନ୍ଥ ଖସି ଯାଇ ଅନ୍ୟ ରାଜ୍ୟକୁ ଫେରାର୍‍ ହୋଇଯାଇଥିଲା। ସେପଟେ ଜାମିନ୍‍ର କାଗଜପତ୍ର ଥାନାରେ ଦାଖଲ କରାଯାଇନଥିବାରୁ ଅଭିଯୁକ୍ତକୁ ଧରୁଥିଲୁ। ଜାମିନ୍‍ର ପେପର ଦେଖିବା ପରେ ଅଭିଯୁକ୍ତକୁ ଛାଡି ଦିଆଯାଇଥିବା ପୁଲିସ ସଫେଇ ଦେଇଛି।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

20 Aug 2021 By The Sakala

ସେଲ୍ସମ୍ୟାନ୍‍ ରାକେଶ ସାହୁଙ୍କୁ ଗୁଳିକରି ହତ୍ୟା ଘଟଣା: ୭ବର୍ଷ ପରେ ଧରାପଡ଼ି ମୁକୁଳିଗଲା ହତ୍ଯାକାରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଖଣ୍ଡଗିରି ପାତ୍ରପଡ଼ା ମଦ ଦୋକାନର ସେଲ୍ସମ୍ୟାନ୍‍ ରାକେଶ ସାହୁଙ୍କୁ ଗୁଳିକରି ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ଜାଗମରାର ସନ୍ଥ ବିଶ୍ୱାଳକୁ ଦୀର୍ଘ ୭ବର୍ଷ ପରେ କମିସନରେଟ୍‍ ପୁଲିସ ଗିରଫ କରିଥିଲା। ତେବେ ସନ୍ଥକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାର ମାତ୍ର କେଇ ଘଣ୍ଟାରେ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍‍ ବଳରେ ସେ ଜେଲରୁ ମୁକୁଳି ଯାଇଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଜଣେ ହତ୍ୟା ଅଭିଯୁକ୍ତ ଜେଲ୍‌ ନ ଯାଇ ଥାନାରୁ ଖସିଯିବା ପ୍ରଥମ ଘଟଣା। ତେବେ ଅଭିଯୁକ୍ତକୁ ଧରିବା ଲାଗି ୭ବର୍ଷ ସମୟ ଲାଗିଯାଇଥିଲା କମିସନରେଟ ପୁଲିସ। ଏହାପରେ ବି ହତ୍ୟାକରୀ ତଳ କୋର୍ଟରେ ଆତ୍ମସମର୍ପଣ କରି ହାଇକୋର୍ଟରୁ ଜାମିନ୍‍ ପାଇଯାଇଛି। ଏହାର କିଛି ବି ସୁରାକ୍‍ କମିସନରେଟ୍‍ ପୁଲିସ କିଭଳି ପାଇଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଜଣେ ଇଞ୍ଜନିୟରିଂ ଛାତ୍ରର ସମ୍ପୃକ୍ତି ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।

ଖବର ନେବାରୁ ଜଣାପଡ଼ିଛି ରାକେଶ ପାତ୍ରପଡ଼ାର ଏକ ମଦ ଦୋକାନରେ ସେଲ୍ସମ୍ୟାନ୍‍ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ ମସିହାର ଜୁନ୍‍ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ରାକେଶ ମଦ ଦୋକାନ ବନ୍ଦ କରି ସେଠାରେ ଛିଡ଼ା ହୋଇଥିବା ବେଳେ ସନ୍ଥ ଓ ମନୋଜ ଦଳାଇ ଏକ କାର୍‍ରେ ସେଠାରେ ପହଞ୍ଚିଥିଲେ। ଏହାପରେ ୩ ଅଭିଯୁକ୍ତ ମଦ ଦେବା ଲାଗି ରାକେଶକୁ କହିଥିଲେ। ତେବେ ସେତେବେଳକୁ ଦୋକାନ ବନ୍ଦ ହୋଇଯାଇଥିବାରୁ ମଦ ଦେଇ ହେବନି ବୋଲି ରାକେଶ ଉତ୍ତର ଦେଇଥିଲା। ଏହାପରେ ଅଭିଯୁକ୍ତମାନେ ଏଭ ରିଭଲଭର ବାହାର କରି ରାକେଶର ମୁଣ୍ଡରେ ଲଗାଇ ଧମକ ଦେଇଥିଲେ। ସେ ଭୟଭୀତ ଅବସ୍ଥାରେ ମଦ ଦୋକାନ ଖୋଲି ମଦ ଦେଇଥିଲେ। ମଦର ଦାମ୍‍ ୧୬୦ ଟଙ୍କା ହୋଇଥିବା ବେଳେ ଅଭିଯୁକ୍ତମାନେ ୧ହଜାର ଟଙ୍କା ଦେଇଥିଲେ। ଦୋକାନ ବନ୍ଦ ହୋଇଯାଇଥିବାରୁ ଟଙ୍କା ଆଉ ଖୁଚୁରା ହେବନି ବୋଲି ରାକେଶ ନିଜର ଅସହାୟତା ପ୍ରକାଶ କରିଥିଲେ। ଏହାପରେ ଅଭିଯୁକ୍ତମାନେ ନିଜର ଦବ୍‍ଦବା ଓ ଭାଇଗିରି ଦେଖାଇ ମଦ ନେଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ରାକେଶ ଏହାକୁ ବିରୋଧ କରିଥିଲେ। ଏହାପରେ ଅଭିଯୁକ୍ତମାନେ ଜିରୋ ପଏଣ୍ଟରେ ରାକେଶଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁଳିମାଡ଼ର ଦୃଶ୍ୟ ସିସିଟିଭିରେ କଏଦ୍‍ ହେବା ସହ ଅଭିଯୁକ୍ତ ଚିହ୍ନଟ ହୋଇଥିଲେ। ତେବେ ଘଟଣା ଭିଆଇ ମନୋଜ ଓ ସନ୍ଥ ଫେରାର୍‍ ହୋଇଯାଇଥିଲେ। ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଚକ୍‍ମା ଦେଇ ଖସିଯାଇଥିଲେ। ଗୋଟିଏ ବର୍ଷ ପରେ ମନୋଜ କୋର୍ଟରେ ଆତ୍ମସମର୍ପଣ କରିଥିଲା। କିନ୍ତୁ ସନ୍ଥ ଖସି ଯାଇ ଅନ୍ୟ ରାଜ୍ୟକୁ ଫେରାର୍‍ ହୋଇଯାଇଥିଲା। ସେପଟେ ଜାମିନ୍‍ର କାଗଜପତ୍ର ଥାନାରେ ଦାଖଲ କରାଯାଇନଥିବାରୁ ଅଭିଯୁକ୍ତକୁ ଧରୁଥିଲୁ। ଜାମିନ୍‍ର ପେପର ଦେଖିବା ପରେ ଅଭିଯୁକ୍ତକୁ ଛାଡି ଦିଆଯାଇଥିବା ପୁଲିସ ସଫେଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର