ଉଜ୍ଜୈନ ଆବାସିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅମାନବୀୟ କାଣ୍ଡ: ଛାତ୍ରଙ୍କୁ ବେତରେ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍ ପରେ ମାମଲା ରୁଜୁ

Tapas Ranjan Nanda Picture
Published On

ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଛାତ୍ରଙ୍କୁ ବେତରେ ନିର୍ଦ୍ଦୟ ଭାବେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ଏକ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଏହି ଘଟଣାଟି ମହର୍ଷି ସାନ୍ଦୀପନି ବେଦ ବିଦ୍ୟା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଏକ ଆବାସିକ ସ୍କୁଲରେ ଘଟିଛି। ୫୧ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନ୍ୟ ଜଣେ ଛାତ୍ରଙ୍କ ବିଛଣାରେ ଶୋଇବା କାରଣରୁ ଶିକ୍ଷକ ଜଣକ ପିଲାଟିକୁ ଅଫିସ୍ ରୁମ୍‌ରେ ପଚରାଉଚରା କରୁଛନ୍ତି ଏବଂ ତାଙ୍କୁ ବେତରେ ଅତି ନିର୍ମମ ଭାବେ ପିଟୁଛନ୍ତି। ପିଲାଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ବୟସ୍କ ବ୍ୟକ୍ତିମାନେ କୌଣସି ବିରୋଧ ନକରି କେବଳ ଦେଖଣାହାରୀ ସାଜିଥିଲେ। ଅଭିଯୁକ୍ତ ଶିକ୍ଷକଙ୍କ ନାମ ଦତ୍ତଦାସ ଶେୱଡେ (ସାମବେଦ ଶିକ୍ଷକ) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏହି ଘଟଣା ଗତ ମାର୍ଚ୍ଚ ୧୫ ତାରିଖ ରାତିରେ ଘଟିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶିକ୍ଷକ ଦତ୍ତଦାସ ଶେୱଡେଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୧୫, ୨୯୬ ଏବଂ କିଶୋର ନ୍ୟାୟ ଅଧିନିୟମ (Juvenile Justice Act) ର ଧାରା ୭୫ ଅନୁଯାୟୀ ଏକ ମାମଲା (FIR) ରୁଜୁ କରିଛି। ଚିନ୍ତାମଣି ଥାନା ଅଧିକାରୀ ହେମରାଜ ଯାଦବ କହିଛନ୍ତି ଯେ, ସୋସିଆଲ ମିଡିଆରେ ଭିଡିଓଟି ଦେଖିବା ପରେ ପୋଲିସ ତଥ୍ୟ ସଂଗ୍ରହ କରୁଛି। ଶିକ୍ଷକ ଏବଂ ଛାତ୍ରଙ୍କ ବିଷୟରେ ଅଧିକ ତଥ୍ୟ ଯାଞ୍ଚ କରାଯିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମହର୍ଷି ସାନ୍ଦୀପନି ବେଦ ବିଦ୍ୟା ପ୍ରତିଷ୍ଠାନର ସମ୍ପାଦକ ବିରୂପାକ୍ଷ ଜାଡ୍ଡିପାଲଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏପରିକି ଗଣମାଧ୍ୟମରୁ କଲ୍ ଆସିଥିବା ଜାଣି ସେ ଫୋନ୍ କାଟି ଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଶିକ୍ଷକଙ୍କ ସହ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର