ରାଜଧାନୀରେ ଦିନ ଦ୍ୱିପ୍ରହରରେ ଆତଙ୍କରାଜ: ଘରେ ପଶି ହାଣିଲେ ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ପଛପଟ ତାରିଣୀ ବସ୍ତିରେ ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡ଼ିଛି। ଆଶା କର୍ମୀଙ୍କ ନାଁ ରଞ୍ଜୁ ନାୟକ ହୋଇଥିବା ବେଳେ ତାଙ୍କ ଭାଇଙ୍କ ନାଁ ମନୋ ରଞ୍ଜନ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତମାନ ମାନଙ୍କ ନାଁ ସାହିଲ, ମଣ୍ଟୁ ଓ ସୂର୍ଯ୍ଯ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସାହିଲ, ମଣ୍ଟୁ ଓ ସୂର୍ଯ୍ଯ […]

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ପଛପଟ ତାରିଣୀ ବସ୍ତିରେ ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡ଼ିଛି। ଆଶା କର୍ମୀଙ୍କ ନାଁ ରଞ୍ଜୁ ନାୟକ ହୋଇଥିବା ବେଳେ ତାଙ୍କ ଭାଇଙ୍କ ନାଁ ମନୋ ରଞ୍ଜନ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତମାନ ମାନଙ୍କ ନାଁ ସାହିଲ, ମଣ୍ଟୁ ଓ ସୂର୍ଯ୍ଯ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା: ପ୍ରେମିକ ସହ ମିଶି ସ୍ତ୍ରୀ ରଚିଲା ଭୟାନକ ଷଡ଼ଯନ୍ତ୍ର

ସୂଚନା ଅନୁଯାୟୀ, ସାହିଲ, ମଣ୍ଟୁ ଓ ସୂର୍ଯ୍ଯ କ୍ୟାପିଟାଲ ମେଡିକାଲରୁ ଲୁହା ରଡ଼ ଚୋରି କରୁଥିଲେ । ଏନେଇ ମନୋରଞ୍ଜନ ବାରଣ କରିଥିଲେ । ରାଗ ରଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ମା’ । ଘଟଣାରେ ସମୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତିନି ଜଣ ଫେରାର ରହିଛନ୍ତି । ସେପଟେ ଭାଇ ଓ ଭଉଣୀ ଦୁହିଁଙ୍କୁଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର