ଏସିଏଫ ମୃତ୍ୟୁ ଘଟଣା: ତଦନ୍ତରେ ଶିଥିଳତା, ୨୫ଙ୍କୁ ପଚରା ଉଚରା ୫ଙ୍କୁ ଜେରା ପରେ ମଧ୍ୟ ଗିରଫ ଶୂନ

The Sakala Picture
Published On

ବ୍ରହ୍ମପୁର/ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଘଟଣାକୁ ନେଇ ତିନି ସପ୍ତାହ ପୁରିବାକୁ ଯାଉଛି। ପୁଲିସ ବର୍ତ୍ତମାନ ଯାଏଁ ଜେରା ଏବଂ ପଚରା ଉଚରାରେ ଅଟକି ଯାଇଛି। ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ ଜେରା କରିଛି। ତେବେ କାହାଠାରୁ କଣ ତଥ୍ୟ ହାସଲ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ସମସ୍ତଙ୍କର ତଥ୍ୟକୁ […]

ବ୍ରହ୍ମପୁର/ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଘଟଣାକୁ ନେଇ ତିନି ସପ୍ତାହ ପୁରିବାକୁ ଯାଉଛି। ପୁଲିସ ବର୍ତ୍ତମାନ ଯାଏଁ ଜେରା ଏବଂ ପଚରା ଉଚରାରେ ଅଟକି ଯାଇଛି। ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ଏବଂ କ୍ରାଇମ୍ବ୍ରାଞ୍ଚ ୨୫ଜଣଙ୍କୁ ପଚରା ଉଚରା କରିଥିବା ବେଳେ ୫ଜଣଙ୍କୁ ଜେରା କରିଛି। ତେବେ କାହାଠାରୁ କଣ ତଥ୍ୟ ହାସଲ କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ସମସ୍ତଙ୍କର ତଥ୍ୟକୁ ନେଇ ଏବେ ଫାଇଲ ଚାଷ ଚାଲିଛି। ଜବତ ଲାପ୍ଟପ୍ ଏବଂ ମୋବାଇଲ୍ର ମଧ୍ୟ ଖୋଳତାଡ ଚାଲିଛି। ବର୍ତ୍ତମାନ ସୁଦ୍ଧା ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ କିମ୍ବା କାହାକୁ ମଧ୍ୟ ଗିରଫ କରିପାରି ନାହିଁ। ଘଟଣାକୁ ନେଇ ହାଇକୋର୍ଟରେ ପିଆଇଏଲ୍ ଫାଇଲ୍ ହୋଇସାରିଛି। ସୌମ୍ୟଙ୍କ ମୃତ୍ୟୁକାଳିନ ଜମାନବନ୍ଦି ଏବଂ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ ରହୁଛି। ଘଟଣାର ମୁଖ୍ୟ ଦୁଇ ସନ୍ଦେହକାରୀ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଲିସ ଜେରା କରିଥିଲେ ମଧ୍ୟ ସେପରି କିଛି ତଥ୍ୟ ହାସଲ କରିପାରିନାହିଁ।

ଧିରେ ଧିରେ ଦିନ ଏବଂ ସମୟ ବିତିଯାଉଥିବା ବେଳେ ଘଟଣା ଶିଥିଳ ହୋଇଯାଉଛି। ଯାହାକି ସନ୍ଦେହରେ ଥିବା ଅଭିଯୁକ୍ତମାନଙ୍କ ପାଇଁ ସୁଯୋଗ ମିଳୁଛି। ଘଟଣା ଦିନଠାରୁ ବର୍ତ୍ତମାନ ଯାଏଁ ପୁଲିସ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାର ତଥ୍ୟ ହାସଲ କରିଥିଲେ ମଧ୍ୟ ଘଟଣା କିପରି ଘଟିଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ସୌମ୍ୟଙ୍କ ମୃତ୍ୟୁ କଣ ସତରେ ଏକ ମିଷ୍ଟ୍ରି ହୋଇଯିବ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ପାରଳା ମହାରାଜାଙ୍କ ସମ୍ପତିକୁ ନେଇ ହୋଇଥିବା ବିବାଦରେ ଗଣ ଆତ୍ମହତ୍ୟା ହୋଇଥିଲା। ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ରାଇମ୍ବ୍ରାଞ୍ଚ ହାତରେ ଘଟଣାର ତଦନ୍ତ ଭାର ଦିଆଯାଇଥିଲା। ଉକ୍ତ ଘଟଣାର ମଧ୍ୟ ପ୍ରକୃତ ତଥ୍ୟ ପାରଳା ସହରବାସୀ ଜାଣି ପାରିନଥିବା ବେଳେ ବର୍ତ୍ତମାନ ଏସିଏଫ ସୌମ୍ୟଙ୍କ ଘଟଣା ମଧ୍ୟ ସେହିପରି ରଙ୍ଗ ଫିତା ତଳେ ବାନ୍ଧି ହୋଇ ରହିଯିବକି ବୋଲି ପ୍ରଶ୍ନ ଉଠିଛି।

ପୁଲିସ ପୁଣି ବିଦ୍ୟାଙ୍କୁ ଡାକି ପଚରା ଉଚରା କରିବାର ସମ୍ଭାବନା ପୁଣି ଜୋର ଧରିଛି। ଏନେଇ କୌଣସି ସ୍ପଷ୍ଟ ସୂଚନା ପୁଲିସ ପକ୍ଷରୁ ମିଳିନାହିଁ। ସୌମ୍ୟଙ୍କ ମୃତ୍ୟୁକୁ ନେଇ ପୁଲିସ ଘଟଣାର ପରେ ପରେ ଯେଉଁ ଭଳି ତତ୍ପରତା ଦେଖାଉଥିଲା ତାହା ଧିରେ ଧିରେ ଧିମା ପଡ଼ିଯାଉଥିବା ଦେଖିବାକୁ ମିଳିଛି। ଘଟଣାକୁ ନେଇ ସହରରେ ଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ସୌମ୍ୟଙ୍କ ଘଟଣା ଆତ୍ମହତ୍ୟା ନା ହତ୍ୟା ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଯାଇଛି। ପୁଲିସ ଜେରା ବେଳେ ସମସ୍ତ ସନ୍ଦେହକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ମୁଖ୍ୟ ସନ୍ଦେହକାରୀଙ୍କୁ କିନ୍ତୁ ସେହିଭଳି କିଛି ଖାସ୍ ପଚରା ଉଚରା କରାଯାଇନଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କହୁଥିବା ବେଳେ ଅନ୍ୟ ପଟେ ବର୍ତ୍ତମାନ ଯାଏ ବିଦ୍ୟାଙ୍କୁ ପୁଲିସ ଜେରା କରି ଛାଡି ଦେଇଛି। ବେଚଲର ପାର୍ଟି ଠାରୁ ଆରମ୍ଭ କରି ବିଦ୍ୟାଙ୍କ ଚିଠିକୁ ନେଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଦିନ ଗଡ଼ି ଗଡ଼ି ଯିବା ପରେ ଏହି ଚର୍ଚ୍ଚିତ ଘଟଣା ମଧ୍ୟ ଜିଲ୍ଲାର ଅନ୍ୟ ବଡ ବଡ ଘଟଣା ଭଳି ଶିଥିଳ ହୋଇଯିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର