ଓକାକ ମୁଖ୍ୟଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ଠକେଇ ମାମଲା, ନାଇଜେରିଆ ଲିଙ୍କ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ୱର: ଓକାକ ମୁଖ୍ୟଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ଠକେଇ ମାମଲା । ନାଇଜେରିଆ ଲିଙ୍କ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ବେଙ୍ଗାଲୁରରେ ରହି ହ୍ୟାକର ଅପରେଟ କରୁଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ଚେମେଲିୟନ ଇମାନୁଏଲ ଆନିବେତାଳୁକୁ ନଭେମ୍ବର ୧ରେ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି। ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୁଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମରିସ ଦିଲ୍ଲୀ […]

ଭୁବନେଶ୍ୱର: ଓକାକ ମୁଖ୍ୟଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ଠକେଇ ମାମଲା । ନାଇଜେରିଆ ଲିଙ୍କ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ବେଙ୍ଗାଲୁରରେ ରହି ହ୍ୟାକର ଅପରେଟ କରୁଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ଚେମେଲିୟନ ଇମାନୁଏଲ ଆନିବେତାଳୁକୁ ନଭେମ୍ବର ୧ରେ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ଦିଲ୍ଲୀ ପୁଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି। ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୁଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମରିସ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଛି। ମରିସର ସହଯୋଗୀ ଓକାକ ଠକେଇରେ ସାମିଲ ଅଛି। ମରିସର ସହଯୋଗୀ ମଧ୍ୟ ଦିଲ୍ଲୀ ପୁଲିସର ଓ୍ୱାଣ୍ଟେଡ ତାଲିକାରେ ରହିିଛି । ଦିଲ୍ଲୀର ସାଇବର ୟୁନିଟ ଏବେ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସାଇବର ୟୁନିଟ ସହ ଯୋଗାଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଟିମ ବେଙ୍ଗାଳୁରୁ ଯିବ । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା।

ସୂଚନା ଯୋଗ୍ୟ, ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ୭ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ସାଇବର ଠକ । ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି। ହ୍ୟାକର ହ୍ୱାଟସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌ । ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ । ଏବେ ଘଟଣାର ଖୋଳତାଡ଼ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର