ଖୋଲିଲା ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ : ୩୦ ହଜାର ଟଙ୍କା ପାଇଁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ

The Sakala Picture
Published On

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ  ରସହ୍ୟ ଖୋଲିଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଯାଜପୁର ଝରାଫୁଲ ମୃତ୍ୟୁ ରହସ୍ୟର ସତ୍ୟ ଉନ୍ମୋଚନ କରିଛି। ଯାଜପୁର ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କୁ ତାଙ୍କ ପୁରୁଷ ବନ୍ଧୁ ରାକେଶ ଟଙ୍କା ନେଣଦେଣକୁ ନେଇ ଶ୍ବାସରୁଦ୍ଧ କରି ହତ୍ୟା କରିଛି। ଯାଜପୁର ଏସପି କହିଛନ୍ତି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ […]

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ  ରସହ୍ୟ ଖୋଲିଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଯାଜପୁର ଝରାଫୁଲ ମୃତ୍ୟୁ ରହସ୍ୟର ସତ୍ୟ ଉନ୍ମୋଚନ କରିଛି। ଯାଜପୁର ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କୁ ତାଙ୍କ ପୁରୁଷ ବନ୍ଧୁ ରାକେଶ ଟଙ୍କା ନେଣଦେଣକୁ ନେଇ ଶ୍ବାସରୁଦ୍ଧ କରି ହତ୍ୟା କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

ଯାଜପୁର ଏସପି କହିଛନ୍ତି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଝରାଫୁଲଙ୍କ ପାଖରୁ ୩୦ ହଜାର ଟଙ୍କା ନେଇଥିଲେ। ବହୁଦିନ ଧରି ଟଙ୍କା ଫେରାଇ ନଥିବାରୁ ଝରାଫୁଲ ବାରମ୍ବାର ଟଙ୍କା ମାଗିଥିଲେ। କିନ୍ତୁ ରାକେଶ ଟଙ୍କା ଫେରାଉ ନଥିଲେ। ଟଙ୍କା ଜଲଦି ନଫେରାଇଲେ ଝରାଫୁଲ ଘରେ ଏକଥା କହିବେ ବୋଲି ରାକେଶଙ୍କୁ ଧମକ ଦେଇଥିଲେ। ଏହାପରେ ପୁରୁଷ ବନ୍ଧୁ ରାକେଶ ଝରାଫୁଲଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଚରିଥିଲା।

ଝରାଫୁଲ ଭୁବନେଶ୍ବର ଆସିଥିବା ବେଳେ ରାକେଶ ତାର ଷଡଯନ୍ତ୍ରକୁ ଆଗେଇ ନେଇ ଥିଲା। ଝରାଫୁଲକୁ ନେଇ ହୋଟେଲରେ ରଖିବା ସହ ରାତିରେ ମଦ ପିଇବାକୁ ଦେଇଥିଲା। ଝରାଫୁଲ ମଦ ପିଇବା ପରେ ରାକେଶ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଭୁବନେଶ୍ବରରୁ ମୃତଦେହ ନେଇ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟ ରାସ୍ତାପାର୍ଶ୍ଵରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ରାସ୍ତା କଡରୁ ଉଦ୍ଧାର କରାଯାଇଥିଲା । ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ପହଞ୍ଚି  ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଜିବା ପରେ ତାଙ୍କ ମୋବାଇଲ୍‌ ମିଳିଥିଲା । ଆଉ ସେଥିରୁ ହିଁ ପୁଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରି ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଝରାଫୁଲ ଶବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ଯୋଗେ ବୋହି ନେବାରେ ସହଯୋଗ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜିଯାଏଁ ଫେରାର ରହିଥିବା ବେଳେ ଗୁରୁବାର ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଧରାପଡିବା ପରେ ଝରାଫୁଲ ହତ୍ୟା ଘଟଣା ଉପରୁ ପରଦା ଉଠିଛି ।

22 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର