ପୁଳାପୁଳା ଟଙ୍କାର ଜବତ ହେଉଛି ବ୍ରାଉନସୁଗର: ଜଳେଶ୍ବରରୁ ପୁଣି ୬୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ

The Sakala Picture
Published On

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ହୋଇଛି। ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ ବେଳେ ବିପୁଳ ପରିମାଣରେ ବ୍ରାଉନସୁଗର ସହିତ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ। ଗିରଫ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା। […]

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ ହୋଇଛି। ରାଜପୁର ବସ୍ତି ଉପରେ ପୋଲିସର ଚଢ଼ାଉ ବେଳେ ବିପୁଳ ପରିମାଣରେ ବ୍ରାଉନସୁଗର ସହିତ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ। ଗିରଫ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୋଲିସ ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ରାଜପୁର ବସ୍ତି ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ପାଖାପାଖି ୬୦୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ସହିତ ବ୍ରାଉନ ସୁଗାର ପ୍ଯାକିଙ୍ଗ ପାଇଁ ବ୍ଯବହୃତ ହେଉଥିବା ରଙ୍ଗୀନ କାଗଜ ଜବତ କରିବା ସହିତ ସେକ ସରିଫଙ୍କର ସ୍ତ୍ରୀ ଜୟୀଗୁନ ବିବିକୁ ଗିରଫ କରି ଜଳେଶ୍ୱର ଥାନାକୁ ଆଣିଛି। ଜବତ ବ୍ରାଉନସୁଗରର ବଜାରର ମୂଲ୍ୟ ୬୦ ଲକ୍ଷ ଟଙ୍କାରରୁ ଉର୍ଦ୍ଧ ହେବ ବୋଲି ଜଣା ପଡ଼ିଛି। ଏହି ଚଢ଼ାଉ ବେଳେ ଜଳେଶ୍ୱର ଏସଡିପି ଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଆଇଆଇସି ପ୍ରେମ ପ୍ରଜ୍ଞା ମହାନ୍ତି ସମେତ ୨୦ ଜଣିଆ ଟିମ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର