ଧାର ଟଙ୍କା ନଦେବାରୁ : ବନ୍ଧୁକୁ ଛୁରି ଭୁସି ହତ୍ୟା

The Sakala Picture
Published On

ଖୋର୍ଦ୍ଧା : ପରସ୍ପରଙ୍କ ମଧ୍ୟରେ ଥିଲା ନିବିଡ଼ ବନ୍ଧୁତା । ଜଣେ ଅନ୍ୟଜଣଙ୍କର ସମୟ ଅସମୟରେ ଛିଡ଼ା ହେଉଥିଲେ । ମାତ୍ର ସମ୍ପର୍କ ଭାଙ୍ଗିଦେଲା ଟଙ୍କା। ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ବନ୍ଧୁ ସାଜିଲା ବଇରୀ। ଉଧାର ନେଇଥିବା ଟଙ୍କା ମାଗିବାରୁ ବନ୍ଧୁର ଛାତିରେ ଛୁରି ଭୁସି ମାରିଲା ବନ୍ଧୁ । ଏଥ୍‌ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କୁ ପୁଲିସ ଗିରଫ କରିଛି। ମୃତକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସିମିଂ ମିଲ୍ ଲେବର କଲୋନୀର […]

ଖୋର୍ଦ୍ଧା : ପରସ୍ପରଙ୍କ ମଧ୍ୟରେ ଥିଲା ନିବିଡ଼ ବନ୍ଧୁତା । ଜଣେ ଅନ୍ୟଜଣଙ୍କର ସମୟ ଅସମୟରେ ଛିଡ଼ା ହେଉଥିଲେ । ମାତ୍ର ସମ୍ପର୍କ ଭାଙ୍ଗିଦେଲା ଟଙ୍କା। ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ବନ୍ଧୁ ସାଜିଲା ବଇରୀ। ଉଧାର ନେଇଥିବା ଟଙ୍କା ମାଗିବାରୁ ବନ୍ଧୁର ଛାତିରେ ଛୁରି ଭୁସି ମାରିଲା ବନ୍ଧୁ । ଏଥ୍‌ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କୁ ପୁଲିସ ଗିରଫ କରିଛି। ମୃତକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସିମିଂ ମିଲ୍ ଲେବର କଲୋନୀର ସନ୍ତୋଷ ପାଟ୍ଟଯୋଶୀଙ୍କ ପୁଅ ରଶ୍ମିରଞ୍ଜନ ପାଟ୍ଟଯୋଶୀ ଓରଫ ଚନ୍ଦନ(୧୯) । ଗିରଫ ଅଭିଯୁକ୍ତ ହେଲେ ମୁକୁନ୍ଦପ୍ରସାଦ ଚାଚେରା ସାହିର ମହେଶ୍ଵର ଦାସ ଓରଫ ମୁନା (୨୯) । ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଏକ କୋରିଅର କମ୍ପାନୀରେ ବର୍ଷେ ପୂର୍ବରୁ ମୁନା ଗାଡ଼ି ଚଳାଉଥିଲା।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ସେଠାରେ ଚନ୍ଦନ ମଧ୍ୟ ପୂର୍ବରୁ ଗାଡ଼ି ଚଳାଉଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିବାବେଳେ କ୍ରମେ ଏହା ନିବିଡ଼ ହୋଇଥିଲା । ମୁନାର କୌଣସି ଅସୁବିଧା ପଡ଼ିଥିବାରୁ ସେ ଚନ୍ଦନ ନିକଟରୁ ଟଙ୍କା ଧାର୍ ନେଇଥିଲା। ମାତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ଫେରାଇ ନଥିଲା । ଚନ୍ଦନ ବାରମ୍ବାର ଟଙ୍କା ମାଗୁଥିବାରୁ ଦୁଇବନ୍ଧୁ ବଇରୀ ହୋଇଥିଲେ। ମଝିରେ ମଝିରେ ସେମାନଙ୍କ ମଧ୍ୟରେ ବଚସା ହେଉଥିଲା। ମଙ୍ଗଳବାର ଚନ୍ଦନ ସାଢ଼େ ୫ଟାରେ ଘରୁ ବାହାରି ଭୁବନେଶ୍ବର ଯାଇଥିଲା ବୋଲି ଭଉଣୀ ସସ୍ମିତା ପାଟ୍ଟଯୋଶୀ କହିଛନ୍ତି। ମାତ୍ର ଫେରିବା ଡେରି ହେବାରୁ ସାଢ଼େ ୭ଟା ସମୟରେ ତାଙ୍କ ମାଆ ଚନ୍ଦନକୁ ଫୋନ୍ କରିଥିଲେ। ବର୍ଷା ଯୋଗୁଁ ସେ ଯାଁଳାଠାରେ ରହିଥିବା କହିଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ମାତ୍ର ରାତି ୧୧ଟାରେ ଚାଚେରା ସାହିଠାରେ ଥିବା ଏକ ଅଟୋ ସୋରୁମ ସମ୍ମୁଖରେ ଚନ୍ଦନକୁ ମୁନା ଛୁରି ମାରିଥିବା ଜଣେ ଦୋକାନୀ ତାଙ୍କ ଘରକୁ ଫୋନ କରିଥିଲେ। ଫୋନପାଇ ଚନ୍ଦନଙ୍କ ବାପା ଓ ମାଆ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଚନ୍ଦନ ପଡ଼ିଥିବା ଦେଖିଥିଲେ। ପାଖରେ ଛୁରି ଧରି ଠିଆ ହୋଇଥିବା ମୁନା ସେମାନଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚନ୍ଦନକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ସୁଶିଲ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଆଦର୍ଶଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ବରେ ୨ଟି ଟିମ୍ ଗଠନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ଏହି ଟିମ୍ ମୁନାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ତେବେ ମୁନା ଗହୀର ରାସ୍ତାଦେଇ ଚାଲିକରି ଯାଇ ୧୬ନଂ ଜାତୀୟ ରାଜପଥର ଗଙ୍ଗପଡ଼ା ଛକଠୁ ଏକ ଅଟୋରେ ଯାଆଁଳାସ୍ଥିତ ମାମୁଁ ଘରକୁ ଯାଉଥିବା ପୁଲିସ ଖବର ପାଇ ସେଠାରେ ଗୋଟିଏ ଟିମ୍ ଡେରା ପକାଇଥିଲା। ରାତିପ୍ରାୟ ସାଢେ ୪ଟାରେ ମୁନାକୁ ପୁଲିସ ଗିରଫ କରିଥିଲା । ଚନ୍ଦନ ତାକୁ ଟଙ୍କା ମାଗିବାରୁ ଉଭୟଙ୍କର ମଧ୍ୟ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଚନ୍ଦନକୁ ଛୁରି ଭୁସି ଦେଇଥିବା ପୁଲିସ ଆଗରେ ସ୍ବୀକାର କରିଥିବା ଏସ୍‌ପି ରାଜକିଶୋର ଦୋରା କହିଛନ୍ତି। ନଂ ୪୧୯/୨୧ରେ ଏକ ମାମଲା ରୁଜୁ କରି ମୁନାକୁ ଗିରଫ କରାଯାଇଛି ।

21 Oct 2021 By The Sakala

ଧାର ଟଙ୍କା ନଦେବାରୁ : ବନ୍ଧୁକୁ ଛୁରି ଭୁସି ହତ୍ୟା

ଖୋର୍ଦ୍ଧା : ପରସ୍ପରଙ୍କ ମଧ୍ୟରେ ଥିଲା ନିବିଡ଼ ବନ୍ଧୁତା । ଜଣେ ଅନ୍ୟଜଣଙ୍କର ସମୟ ଅସମୟରେ ଛିଡ଼ା ହେଉଥିଲେ । ମାତ୍ର ସମ୍ପର୍କ ଭାଙ୍ଗିଦେଲା ଟଙ୍କା। ସାମାନ୍ୟ ଟଙ୍କା ନେଣଦେଣକୁ ନେଇ ବନ୍ଧୁ ସାଜିଲା ବଇରୀ। ଉଧାର ନେଇଥିବା ଟଙ୍କା ମାଗିବାରୁ ବନ୍ଧୁର ଛାତିରେ ଛୁରି ଭୁସି ମାରିଲା ବନ୍ଧୁ । ଏଥ୍‌ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କୁ ପୁଲିସ ଗିରଫ କରିଛି। ମୃତକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସିମିଂ ମିଲ୍ ଲେବର କଲୋନୀର ସନ୍ତୋଷ ପାଟ୍ଟଯୋଶୀଙ୍କ ପୁଅ ରଶ୍ମିରଞ୍ଜନ ପାଟ୍ଟଯୋଶୀ ଓରଫ ଚନ୍ଦନ(୧୯) । ଗିରଫ ଅଭିଯୁକ୍ତ ହେଲେ ମୁକୁନ୍ଦପ୍ରସାଦ ଚାଚେରା ସାହିର ମହେଶ୍ଵର ଦାସ ଓରଫ ମୁନା (୨୯) । ପୁଲିସ ସୂଚନା ଅନୁସାରେ, ସ୍ଥାନୀୟ ଶିଳ୍ପାଞ୍ଚଳରେ ଥିବା ଏକ କୋରିଅର କମ୍ପାନୀରେ ବର୍ଷେ ପୂର୍ବରୁ ମୁନା ଗାଡ଼ି ଚଳାଉଥିଲା।

ସେଠାରେ ଚନ୍ଦନ ମଧ୍ୟ ପୂର୍ବରୁ ଗାଡ଼ି ଚଳାଉଥିଲା। ସେଠାରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିବାବେଳେ କ୍ରମେ ଏହା ନିବିଡ଼ ହୋଇଥିଲା । ମୁନାର କୌଣସି ଅସୁବିଧା ପଡ଼ିଥିବାରୁ ସେ ଚନ୍ଦନ ନିକଟରୁ ଟଙ୍କା ଧାର୍ ନେଇଥିଲା। ମାତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ଫେରାଇ ନଥିଲା । ଚନ୍ଦନ ବାରମ୍ବାର ଟଙ୍କା ମାଗୁଥିବାରୁ ଦୁଇବନ୍ଧୁ ବଇରୀ ହୋଇଥିଲେ। ମଝିରେ ମଝିରେ ସେମାନଙ୍କ ମଧ୍ୟରେ ବଚସା ହେଉଥିଲା। ମଙ୍ଗଳବାର ଚନ୍ଦନ ସାଢ଼େ ୫ଟାରେ ଘରୁ ବାହାରି ଭୁବନେଶ୍ବର ଯାଇଥିଲା ବୋଲି ଭଉଣୀ ସସ୍ମିତା ପାଟ୍ଟଯୋଶୀ କହିଛନ୍ତି। ମାତ୍ର ଫେରିବା ଡେରି ହେବାରୁ ସାଢ଼େ ୭ଟା ସମୟରେ ତାଙ୍କ ମାଆ ଚନ୍ଦନକୁ ଫୋନ୍ କରିଥିଲେ। ବର୍ଷା ଯୋଗୁଁ ସେ ଯାଁଳାଠାରେ ରହିଥିବା କହିଥିଲା।

ମାତ୍ର ରାତି ୧୧ଟାରେ ଚାଚେରା ସାହିଠାରେ ଥିବା ଏକ ଅଟୋ ସୋରୁମ ସମ୍ମୁଖରେ ଚନ୍ଦନକୁ ମୁନା ଛୁରି ମାରିଥିବା ଜଣେ ଦୋକାନୀ ତାଙ୍କ ଘରକୁ ଫୋନ କରିଥିଲେ। ଫୋନପାଇ ଚନ୍ଦନଙ୍କ ବାପା ଓ ମାଆ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଚନ୍ଦନ ପଡ଼ିଥିବା ଦେଖିଥିଲେ। ପାଖରେ ଛୁରି ଧରି ଠିଆ ହୋଇଥିବା ମୁନା ସେମାନଙ୍କୁ ଦେଖି ସେଠାରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଚନ୍ଦନକୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏସ୍‌ଡିପିଓ ସୁଶିଲ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଆଦର୍ଶଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ବରେ ୨ଟି ଟିମ୍ ଗଠନ କରାଯାଇଥିଲା।

ଏହି ଟିମ୍ ମୁନାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ତେବେ ମୁନା ଗହୀର ରାସ୍ତାଦେଇ ଚାଲିକରି ଯାଇ ୧୬ନଂ ଜାତୀୟ ରାଜପଥର ଗଙ୍ଗପଡ଼ା ଛକଠୁ ଏକ ଅଟୋରେ ଯାଆଁଳାସ୍ଥିତ ମାମୁଁ ଘରକୁ ଯାଉଥିବା ପୁଲିସ ଖବର ପାଇ ସେଠାରେ ଗୋଟିଏ ଟିମ୍ ଡେରା ପକାଇଥିଲା। ରାତିପ୍ରାୟ ସାଢେ ୪ଟାରେ ମୁନାକୁ ପୁଲିସ ଗିରଫ କରିଥିଲା । ଚନ୍ଦନ ତାକୁ ଟଙ୍କା ମାଗିବାରୁ ଉଭୟଙ୍କର ମଧ୍ୟ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ଚନ୍ଦନକୁ ଛୁରି ଭୁସି ଦେଇଥିବା ପୁଲିସ ଆଗରେ ସ୍ବୀକାର କରିଥିବା ଏସ୍‌ପି ରାଜକିଶୋର ଦୋରା କହିଛନ୍ତି। ନଂ ୪୧୯/୨୧ରେ ଏକ ମାମଲା ରୁଜୁ କରି ମୁନାକୁ ଗିରଫ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର