ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

Suryakanta Picture
Published On

ଦିଲ୍ଲୀ (Delhi) ର ଏକ ପଶ୍ ଅଞ୍ଚଳରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା। ଅମର କଲୋନୀ (Amar Colony) ସ୍ଥିତ କୈଳାସ ହିଲ୍ସ (Kailash Hills) ଠାରେ ଜଣେ ବରିଷ୍ଠ ଆଇଆରଏସ୍ ଅଫିସର (IRS Officer) ଙ୍କ ୨୨ ବର୍ଷୀୟା ଝିଅଙ୍କୁ ଦୁଷ୍କର୍ମ ପରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ପରିବାରର ପୂର୍ବତନ ଚାକର ରାହୁଲ ମୀନା (Rahul Meena) କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଘଟଣାର ବିବରଣୀ

ମୃତ ଯୁବତୀ ଜଣକ ଜଣେ ଆଇଆଇଟି ଗ୍ରାଜୁଏଟ୍ (IIT Graduate) ଏବଂ ସେ ୟୁପିଏସସି (UPSC) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ସକାଳେ ଯୁବତୀଙ୍କ ବାପାମାଆ ଜିମ୍ ଯାଇଥିବା ସମୟରେ ଘରେ ସେ ଏକୁଟିଆ ଥିଲେ। ଏହି ସମୟରେ ପୂର୍ବତନ ଘରୋଇ ସହାୟକ ରାହୁଲ ମୀନା ଘରେ ପଶିଥିଲା। ଯୁବତୀ ଜଣକ ନିଜ ଷ୍ଟଡି ରୁମରେ ପଢୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଉପରେ ଆକ୍ରମଣ କରିଥିଲା। ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଏକ ମୋବାଇଲ୍ ଚାର୍ଜର କେବୁଲ୍ (Mobile Charger Cable) ସାହାଯ୍ୟରେ ତଣ୍ଟି ଚିପି ତାଙ୍କୁ ହତ୍ୟା କରାଯାଇଛି। ସକାଳ ପ୍ରାୟ ୮ଟା ସମୟରେ ବାପାମାଆ ଘରକୁ ଫେରିବା ପରେ ଝିଅର ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଆଲୱାରରେ ମଧ୍ୟ କରିଥିଲା ଦୁଷ୍କର୍ମ

ଦିଲ୍ଲୀର ଏହି ହତ୍ୟାକାଣ୍ଡର ମାତ୍ର ୧୨ ଘଣ୍ଟା ପୂର୍ବରୁ ଅଭିଯୁକ୍ତ ରାହୁଲ ନିଜ ଗାଁ ରାଜସ୍ଥାନର ଆଲୱାର (Alwar) ଠାରେ ମଧ୍ୟ ଅନ୍ୟ ଏକ ଘୃଣ୍ୟ ଅପରାଧ ଘଟାଇଥିଲା। ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ସେ ଜଣେ ବିବାହିତା ପଡ଼ୋଶୀଙ୍କ ଘରେ ପଶି ତାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା। ସେଠାରୁ ଫେରାର ହୋଇ ସେ ସିଧା ଦିଲ୍ଲୀ ଆସି ନିଜ ପୂର୍ବତନ ମାଲିକଙ୍କ ଝିଅକୁ ଟାର୍ଗେଟ୍ କରିଥିଲା। ପୋଲିସ ଏବେ ତାର ମାନସିକ ସ୍ଥିତିର ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସିସିଟିଭି ଫୁଟେଜ୍ ଏବଂ ଗିରଫଦାରୀ

ସିସିଟିଭି ଫୁଟେଜ୍ (CCTV Footage) ରୁ ଜଣାପଡିଛି ଯେ ରାହୁଲ ସକାଳ ପ୍ରାୟ ୬.୩୯ ମିନିଟରେ ଘରେ ପ୍ରବେଶ କରିଥିଲା ଏବଂ ୭.୩୦ ସମୟରେ ସେଠାରୁ ବାହାରିଥିଲା। ଅଭିଯୁକ୍ତ ଜଣକ ଘରୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଘଟଣା ପରେ ସେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ (OYO Hotel) ରେ ଲୁଚିଥିବା ବେଳେ ପୋଲିସ ତାକୁ ଗିରଫ କରିଥିଲା। ସୂଚନାଯୋଗ୍ୟ ଯେ, ଖରାପ ଆଚରଣ ଯୋଗୁଁ ଆଇଆରଏସ୍ ଅଫିସର ଦିନେଶ ଗୁପ୍ତା (Dinesh Gupta) ପ୍ରାୟ ଏକ ମାସ ପୂର୍ବରୁ ରାହୁଲକୁ ଚାକିରିରୁ ବାହାର କରିଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର