ତାଳଚେର ପୋଲିସ କୁ ବଡ ସଫଳତା : ୧୧ ମୋଟରସାଇକେଲ ଜବତ-୪ଗିରଫ

The Sakala Picture
Published On

ତାଳଚେର : ତାଳଚେର ପୁଲିସ ଦ୍ଵାରା ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିଲା ମଧ୍ୟ ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନଥିଲା । ଏଥିପାଇଁ ତାଳଚେର ଆଇଆଇସି ଶ୍ରୀନିବାସ ସେଠି ଏକ ସ୍ୱତନ୍ତ୍ର ଟିମ […]

ତାଳଚେର : ତାଳଚେର ପୁଲିସ ଦ୍ଵାରା ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିଲା ମଧ୍ୟ ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନଥିଲା । ଏଥିପାଇଁ ତାଳଚେର ଆଇଆଇସି ଶ୍ରୀନିବାସ ସେଠି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।ଏହି ପୋଲିସ ଟିମ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା। ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୁମାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ତେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

01 Aug 2022 By The Sakala

ତାଳଚେର ପୋଲିସ କୁ ବଡ ସଫଳତା : ୧୧ ମୋଟରସାଇକେଲ ଜବତ-୪ଗିରଫ

ତାଳଚେର : ତାଳଚେର ପୁଲିସ ଦ୍ଵାରା ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିଲା ମଧ୍ୟ ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନଥିଲା । ଏଥିପାଇଁ ତାଳଚେର ଆଇଆଇସି ଶ୍ରୀନିବାସ ସେଠି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।ଏହି ପୋଲିସ ଟିମ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।

ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା। ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୁମାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ତେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର