ଛାଇଗଲେଣି ବାଂଲାଦେଶୀ: ଡକାୟତି, ସେକ୍ସ ରାକେଟ୍‌ ଆଦିରେ ହେଉଛନ୍ତି ସାମିଲ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଛାଇଗଲେଣି ବାଂଲାଦେଶୀ। ସେମାନେ ସହରର ବିଭିନ୍ନ ବସ୍ତିରେ ଘର କରି ରହୁଛନ୍ତି। ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ ଏଠାରେ ନିଜର ପରିଚୟପତ୍ର ମଧ୍ୟ ବାହାର କରିଦେଲେଣି। ଏହି ପରିଚୟ ଆଧାରରେ ବିଭିନ୍ନ ପ୍ରକାର ଅପରାଧରେ ସାମିଲ ରହୁଛନ୍ତି। ବ୍ରାଉନ୍‍ସୁଗର ବ୍ୟବସାୟ, ସେକ୍ସ ରାକେଟ୍‍, ନକଲି ନୋଟ୍‍ କାରବାର, ଡକାୟତି ଭଳି ସାଂଘାତିକ ଅପରାଧରେ ସାମିଲ ରହୁଛନ୍ତି। ଯାହା ଏବେ କମିସନ୍‍ରେଟ୍‍ ପୁଲିସ ଏବଂ ଏସ୍‍ଟିଏଫ ପାଇଁ ଚିନ୍ତାର କାରଣ ପାଲଟିଛି। ପୁଲିସ ନିକଟରେ ଏହି […]

ଭୁବନେଶ୍ୱର: ରାଜଧାନୀରେ ଛାଇଗଲେଣି ବାଂଲାଦେଶୀ। ସେମାନେ ସହରର ବିଭିନ୍ନ ବସ୍ତିରେ ଘର କରି ରହୁଛନ୍ତି। ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ ଏଠାରେ ନିଜର ପରିଚୟପତ୍ର ମଧ୍ୟ ବାହାର କରିଦେଲେଣି। ଏହି ପରିଚୟ ଆଧାରରେ ବିଭିନ୍ନ ପ୍ରକାର ଅପରାଧରେ ସାମିଲ ରହୁଛନ୍ତି। ବ୍ରାଉନ୍‍ସୁଗର ବ୍ୟବସାୟ, ସେକ୍ସ ରାକେଟ୍‍, ନକଲି ନୋଟ୍‍ କାରବାର, ଡକାୟତି ଭଳି ସାଂଘାତିକ ଅପରାଧରେ ସାମିଲ ରହୁଛନ୍ତି। ଯାହା ଏବେ କମିସନ୍‍ରେଟ୍‍ ପୁଲିସ ଏବଂ ଏସ୍‍ଟିଏଫ ପାଇଁ ଚିନ୍ତାର କାରଣ ପାଲଟିଛି। ପୁଲିସ ନିକଟରେ ଏହି ବାଂଲାଦେଶୀଙ୍କ ତଥ୍ୟ ନ ଥିବାରୁ ସେମାନଙ୍କୁ ଗିରଫ କରିବା ପୁଲିସ ପାଇଁ କାଠକର ହେଉଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ମିଳିଥିବା ତଥ୍ୟ ଅନୁସରାରେ ଗତ ୧୦ ବର୍ଷରେ ରାଜଧାନୀରେ ୧୫୦ରୁ ଊର୍ଦ୍ଧ୍ବ ବାଂଲାଦେଶୀ ଅପରାଧରେ ଗିରଫ ହେଲେଣି। ଖାରବେଳନଗର ଥାନା ଅଞ୍ଚଳରୁ ଏକାଧିକ ବାଂଲାଦେଶୀ ଗିରଫ ହୋଇଛନ୍ତି। ୨୦୧୯ରେ ଜାନୁଆରୀ ଏବଂ ଫେବୃୟାରୀରେ ଇନ୍‍ଫୋସିଟି ଥାନା ଅଧିକ ଲକ୍ଷ୍ମୀବିହାର ଓ ଚନ୍ଦ୍ରଶେଖରପୁଣ ଥାନା ଅଧୀନ କାନନବିହାର ଫେଜ୍‍-୨ରେ ଦୁଇଟି ବଡ଼ ଧରଣର ଡକାୟତି ହୋଇଥିଲା। ସେମାନେ ଦୁଇ ଜଣ ଅପସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଲୁଟପାଟ କରିଥିଲେ। ଏକ ସିସିଟିଭି ଫୁଟେଜ୍‍କୁ ଛତିଶଗଡ଼଼, ବିହାର,ଝାଡ଼ଖଣ୍ଡ ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶ ପୁଲିସକୁ ପଠାଯାଇଥିଲା। ସେମାନେ ଏହି ଫୁଟେଜ ଆଧାରେ ବାଂଲାଦେଶୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଚନ୍ଦ୍ରଶେଖରପୁର ପୁଲିସ ଦୁଇ ଅଭିଯୁୁକ୍ତି ଦିଲ୍ଲୀରୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ସେମାନେ କୋଲକାତା ଦେଇ ଟ୍ରେନରେ ଭୁବନେଶ୍ୱର ଆସୁଛନ୍ତି। ଏଠାରେ ଅପରାଧ ଘଟାଇ ପୁଣି ଟ୍ରେନରେ ଫେରାର ହୋଇଯାଉଛନ୍ତି। ଯାହାଫଳରେ ଏହି ବାଂଲାଦେଶୀଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ସେକ୍ସ ରାକେଟ୍‍ରେ ବାଂଲା ଯୁବତୀ

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ରାଜଧାନୀରେ ରାଲୁଥିବା ଦେହ ବ୍ୟବସାୟରେ ଏକାଧିକ ବାଂଲାଦେଶୀ ଯୁବତୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଦଲାଲ ଖୁବ୍‍ କମ୍‍ ଟଙ୍କାରେ ରାଜଧାନୀକୁ ଆଣି କାରବାର କରୁଛନ୍ତି। ସେମାନଙ୍କ ପାଇଁ ନକଲି ପରିଚୟପତ୍ର ପ୍ରସ୍ତୁତ କରି ଦଲାଲ ହୋଟେଲରେ ରଖୁଛନ୍ତି। କଲ୍‍ ଆସିବା ପରେ ସେମାନଙ୍କୁ ଗ୍ରାହକଙ୍କ ନିକଟକୁ ପଠାଯାଉଛି। ଏସ୍‍ଟିଏଫ ରାଜଧାନୀରୁ ୨୦ ଜଣ ବାଂଲାଦେଶୀ ଯୁବତୀଙ୍କ ଉଦ୍ଧାର କରିବା ପରେ ସେକ୍ସ ରାକେଟ୍‍ରେ ଏକାଧିକ ବାଂଲାଦେଶୀ ଯୁବତୀ ଥିବା ସ୍ପଷ୍ଟ ହୋଇଥିଲା। ବିଶେଷକରି କଟକରୋଡରେ ଥିବା ଏକ ହୋଟେଲ ବାଂଲାଦେଶୀ ଯୁବତୀ ରହୁଥିଲେ। କିନ୍ତୁ ଉକ୍ତ ହୋଟେଲର ଜଣେ କର୍ମଚାରୀ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଯୁବତୀଙ୍କୁ ଅଭିଯୋଗ ଆଧାରରେ ତାଙ୍କର ପରିଚୟପତ୍ର ଯାଞ୍ଚ କରିବା ପରେ ତାହା ନକଲି ଥିବା ସ୍ପଷ୍ଟ ହେବା ପରେ ପୁଲିସ ଯୁବତୀଙ୍କୁ ଗିରଫ କରିଥିଲ। ପୁଲିସ ଯୁବତୀଙ୍କୁ ପଚରାଉଚରା କରିବା ପରେ ବାଂଲାଦେଶୀରୁ ଏକାଧିକ ଯୁବତୀକୁ ଏଠାକୁ ଦଲାଲ ଆଣିଥିବା ସ୍ପଷ୍ଟ ହୋଇଥିଲା। ଏସ୍‍ଟିଏଫ ଏକାଧିକ ବାଂଲାଦେଶୀ ଯୁବତୀଙ୍କୁ ସ୍ୱଳ୍ପରହଣୀ କେନ୍ଦ୍ରରେ ଛାଡ଼ିଥିଲେ ମଧ୍ୟ ସେଠାରୁ ଏକାଧିକ ବାଂଲାଦେଶୀ ଯୁବତୀ ଫେରାର ହୋଇଯାଇଥିଲେ।

ନକଲି ପାସପୋର୍ଟ ଦେଖାଇ ଆସୁଛନ୍ତି

ବାଂଲାଦେଶ ସୀମାରେ ସୁରକ୍ଷା ଢିଲା ଯୋଗୁଁ ଅନେକ ବାଂଲାଦେଶୀ ଅବାଧରେ ପଶ୍ଚିମବଙ୍ଗକୁ ପଶୁଛନ୍ତି। ଅନେକ ଜଳପଥ ଦେଇ ପ୍ରବେଶ କରୁଥିବା ବେଳେ ଆଉ କେତେକ ନକଲି ପାସପୋର୍ଟ ମାଧ୍ୟମରେ ପଶ୍ଚିମବଙ୍ଗକୁ ପଶୁଛନ୍ତି। ସେଠାରେ ସେମାନେ ଭୁବନେଶ୍ୱରକୁ ଆସି ରହୁଛନ୍ତି। ଏହି ନକଲି ପାସ୍‍ପୋର୍ଟ କରିବା ପାଇଁ ମଧ୍ୟ ଏକ ରାକେଟ୍‍ କାମ କରୁଛନ୍ତି। ଅନେକ ବାଂଲାଦେଶୀ ମାଟି ତଳେ ସୁଡ଼ଙ୍ଗ କରି ପ୍ରବେଶ କରିବା ଭଳି ଅଭିଯୋଗ ହେଉଛି।

ବ୍ରାଉନ୍‍ସୁଗର୍‍ କାରବାରରେ ବାଂଲାଦେଶୀ

ସେକ୍ସରାକେଟ୍‍ ପରେ ବ୍ରାଉନ୍‍ସୁଗର କାରବାରରେ ବାଂଲାଦେଶୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଛି। ନିଶା ବେପାରୀମାନେ ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱରକୁ ବ୍ରାଉନ୍‍ସୁଗର ଆଣୁଛନ୍ତି। ଏସ୍‍ଟିଏଫ ଗତ ୫ବର୍ଷରେ ଯେତିକି ନିଶା ମାଫିଆଙ୍କୁ ଗିରଫ କରିଛି, ସେଥିରେ ଅଧିକାଂଶ ବାଂଲାଦେଶୀ ରହିଛନ୍ତି।

27 Dec 2021 By The Sakala

ଛାଇଗଲେଣି ବାଂଲାଦେଶୀ: ଡକାୟତି, ସେକ୍ସ ରାକେଟ୍‌ ଆଦିରେ ହେଉଛନ୍ତି ସାମିଲ

ଭୁବନେଶ୍ୱର: ରାଜଧାନୀରେ ଛାଇଗଲେଣି ବାଂଲାଦେଶୀ। ସେମାନେ ସହରର ବିଭିନ୍ନ ବସ୍ତିରେ ଘର କରି ରହୁଛନ୍ତି। ଗୋଟିଏ ସ୍ଥାନରେ ରହୁଥିବାରୁ ସେମାନେ ଏଠାରେ ନିଜର ପରିଚୟପତ୍ର ମଧ୍ୟ ବାହାର କରିଦେଲେଣି। ଏହି ପରିଚୟ ଆଧାରରେ ବିଭିନ୍ନ ପ୍ରକାର ଅପରାଧରେ ସାମିଲ ରହୁଛନ୍ତି। ବ୍ରାଉନ୍‍ସୁଗର ବ୍ୟବସାୟ, ସେକ୍ସ ରାକେଟ୍‍, ନକଲି ନୋଟ୍‍ କାରବାର, ଡକାୟତି ଭଳି ସାଂଘାତିକ ଅପରାଧରେ ସାମିଲ ରହୁଛନ୍ତି। ଯାହା ଏବେ କମିସନ୍‍ରେଟ୍‍ ପୁଲିସ ଏବଂ ଏସ୍‍ଟିଏଫ ପାଇଁ ଚିନ୍ତାର କାରଣ ପାଲଟିଛି। ପୁଲିସ ନିକଟରେ ଏହି ବାଂଲାଦେଶୀଙ୍କ ତଥ୍ୟ ନ ଥିବାରୁ ସେମାନଙ୍କୁ ଗିରଫ କରିବା ପୁଲିସ ପାଇଁ କାଠକର ହେଉଛି।

ମିଳିଥିବା ତଥ୍ୟ ଅନୁସରାରେ ଗତ ୧୦ ବର୍ଷରେ ରାଜଧାନୀରେ ୧୫୦ରୁ ଊର୍ଦ୍ଧ୍ବ ବାଂଲାଦେଶୀ ଅପରାଧରେ ଗିରଫ ହେଲେଣି। ଖାରବେଳନଗର ଥାନା ଅଞ୍ଚଳରୁ ଏକାଧିକ ବାଂଲାଦେଶୀ ଗିରଫ ହୋଇଛନ୍ତି। ୨୦୧୯ରେ ଜାନୁଆରୀ ଏବଂ ଫେବୃୟାରୀରେ ଇନ୍‍ଫୋସିଟି ଥାନା ଅଧିକ ଲକ୍ଷ୍ମୀବିହାର ଓ ଚନ୍ଦ୍ରଶେଖରପୁଣ ଥାନା ଅଧୀନ କାନନବିହାର ଫେଜ୍‍-୨ରେ ଦୁଇଟି ବଡ଼ ଧରଣର ଡକାୟତି ହୋଇଥିଲା। ସେମାନେ ଦୁଇ ଜଣ ଅପସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ଲୁଟପାଟ କରିଥିଲେ। ଏକ ସିସିଟିଭି ଫୁଟେଜ୍‍କୁ ଛତିଶଗଡ଼଼, ବିହାର,ଝାଡ଼ଖଣ୍ଡ ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶ ପୁଲିସକୁ ପଠାଯାଇଥିଲା। ସେମାନେ ଏହି ଫୁଟେଜ ଆଧାରେ ବାଂଲାଦେଶୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଚନ୍ଦ୍ରଶେଖରପୁର ପୁଲିସ ଦୁଇ ଅଭିଯୁୁକ୍ତି ଦିଲ୍ଲୀରୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ସେମାନେ କୋଲକାତା ଦେଇ ଟ୍ରେନରେ ଭୁବନେଶ୍ୱର ଆସୁଛନ୍ତି। ଏଠାରେ ଅପରାଧ ଘଟାଇ ପୁଣି ଟ୍ରେନରେ ଫେରାର ହୋଇଯାଉଛନ୍ତି। ଯାହାଫଳରେ ଏହି ବାଂଲାଦେଶୀଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହେଉଛି।

ସେକ୍ସ ରାକେଟ୍‍ରେ ବାଂଲା ଯୁବତୀ

ରାଜଧାନୀରେ ରାଲୁଥିବା ଦେହ ବ୍ୟବସାୟରେ ଏକାଧିକ ବାଂଲାଦେଶୀ ଯୁବତୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଦଲାଲ ଖୁବ୍‍ କମ୍‍ ଟଙ୍କାରେ ରାଜଧାନୀକୁ ଆଣି କାରବାର କରୁଛନ୍ତି। ସେମାନଙ୍କ ପାଇଁ ନକଲି ପରିଚୟପତ୍ର ପ୍ରସ୍ତୁତ କରି ଦଲାଲ ହୋଟେଲରେ ରଖୁଛନ୍ତି। କଲ୍‍ ଆସିବା ପରେ ସେମାନଙ୍କୁ ଗ୍ରାହକଙ୍କ ନିକଟକୁ ପଠାଯାଉଛି। ଏସ୍‍ଟିଏଫ ରାଜଧାନୀରୁ ୨୦ ଜଣ ବାଂଲାଦେଶୀ ଯୁବତୀଙ୍କ ଉଦ୍ଧାର କରିବା ପରେ ସେକ୍ସ ରାକେଟ୍‍ରେ ଏକାଧିକ ବାଂଲାଦେଶୀ ଯୁବତୀ ଥିବା ସ୍ପଷ୍ଟ ହୋଇଥିଲା। ବିଶେଷକରି କଟକରୋଡରେ ଥିବା ଏକ ହୋଟେଲ ବାଂଲାଦେଶୀ ଯୁବତୀ ରହୁଥିଲେ। କିନ୍ତୁ ଉକ୍ତ ହୋଟେଲର ଜଣେ କର୍ମଚାରୀ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣଙ୍କ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଯୁବତୀଙ୍କୁ ଅଭିଯୋଗ ଆଧାରରେ ତାଙ୍କର ପରିଚୟପତ୍ର ଯାଞ୍ଚ କରିବା ପରେ ତାହା ନକଲି ଥିବା ସ୍ପଷ୍ଟ ହେବା ପରେ ପୁଲିସ ଯୁବତୀଙ୍କୁ ଗିରଫ କରିଥିଲ। ପୁଲିସ ଯୁବତୀଙ୍କୁ ପଚରାଉଚରା କରିବା ପରେ ବାଂଲାଦେଶୀରୁ ଏକାଧିକ ଯୁବତୀକୁ ଏଠାକୁ ଦଲାଲ ଆଣିଥିବା ସ୍ପଷ୍ଟ ହୋଇଥିଲା। ଏସ୍‍ଟିଏଫ ଏକାଧିକ ବାଂଲାଦେଶୀ ଯୁବତୀଙ୍କୁ ସ୍ୱଳ୍ପରହଣୀ କେନ୍ଦ୍ରରେ ଛାଡ଼ିଥିଲେ ମଧ୍ୟ ସେଠାରୁ ଏକାଧିକ ବାଂଲାଦେଶୀ ଯୁବତୀ ଫେରାର ହୋଇଯାଇଥିଲେ।

ନକଲି ପାସପୋର୍ଟ ଦେଖାଇ ଆସୁଛନ୍ତି

ବାଂଲାଦେଶ ସୀମାରେ ସୁରକ୍ଷା ଢିଲା ଯୋଗୁଁ ଅନେକ ବାଂଲାଦେଶୀ ଅବାଧରେ ପଶ୍ଚିମବଙ୍ଗକୁ ପଶୁଛନ୍ତି। ଅନେକ ଜଳପଥ ଦେଇ ପ୍ରବେଶ କରୁଥିବା ବେଳେ ଆଉ କେତେକ ନକଲି ପାସପୋର୍ଟ ମାଧ୍ୟମରେ ପଶ୍ଚିମବଙ୍ଗକୁ ପଶୁଛନ୍ତି। ସେଠାରେ ସେମାନେ ଭୁବନେଶ୍ୱରକୁ ଆସି ରହୁଛନ୍ତି। ଏହି ନକଲି ପାସ୍‍ପୋର୍ଟ କରିବା ପାଇଁ ମଧ୍ୟ ଏକ ରାକେଟ୍‍ କାମ କରୁଛନ୍ତି। ଅନେକ ବାଂଲାଦେଶୀ ମାଟି ତଳେ ସୁଡ଼ଙ୍ଗ କରି ପ୍ରବେଶ କରିବା ଭଳି ଅଭିଯୋଗ ହେଉଛି।

ବ୍ରାଉନ୍‍ସୁଗର୍‍ କାରବାରରେ ବାଂଲାଦେଶୀ

ସେକ୍ସରାକେଟ୍‍ ପରେ ବ୍ରାଉନ୍‍ସୁଗର କାରବାରରେ ବାଂଲାଦେଶୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଛି। ନିଶା ବେପାରୀମାନେ ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱରକୁ ବ୍ରାଉନ୍‍ସୁଗର ଆଣୁଛନ୍ତି। ଏସ୍‍ଟିଏଫ ଗତ ୫ବର୍ଷରେ ଯେତିକି ନିଶା ମାଫିଆଙ୍କୁ ଗିରଫ କରିଛି, ସେଥିରେ ଅଧିକାଂଶ ବାଂଲାଦେଶୀ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର