OLXରେ ଶସ୍ତା ଘର ଭଡ଼ାର ପ୍ରଲୋଭନ ଦେଖାଇ ଠକେଇ, ମାଆ ଓ ପୁଅ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଓଏଲ୍‌ଏକ୍ସରେ ଘର ଭଡ଼ା ଦେବାକୁ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ମାଆ ଓ ପୁଅ ଯୋଡ଼ିକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ମହିଳା ହେଲେ ପାଇକ ନଗରର ଡି. ସୂର୍ଯ୍ୟକୁମାରୀ (୫୬) ଓ ତାଙ୍କ ପୁଅ ସିଦ୍ଧାର୍ଥ ସାମଲ (୩୩)। ସେମାନେ ଶସ୍ତାରେ ଘର ଭଡ଼ା ଦେବାର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କଠାରୁ ଆଗୁଆ ଟଙ୍କା ନେଇ ଠକୁଥିବା ତଦନ୍ତରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦୀପାବଳି ପାଇଁ OSPCB ର ମାର୍ଗଦର୍ଶିକା ଜାରି: ବ୍ୟାନ୍ ହେଲା ବାରିୟମ୍ ବାଣ, ଜାଣନ୍ତୁ କେବେ ଓ କିଭଳି ଫୁଟାଇବେ ବାଣ...

ପୁଲିସ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳର ଅରୁଣ କୁମାର ପ୍ରଧାନ ଭୁବନେଶ୍ୱରରେ ପରିବାର ସହ ରହୁଥିବାବେଳେ ଏକ ଭଡ଼ାଘର ଖୋଜୁଥିଲେ। ଏହି ସମୟରେ ଅନ୍ଧାରୁଆର ରଞ୍ଜିତ ନାୟକ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ରଞ୍ଜିତ ଜଣକ ତାଙ୍କୁ ବରମୁଣ୍ଡା ଡେଲ୍‌ଟା ଛକ ନିକଟସ୍ଥ ପାଇକନଗରରେ ଏକ ଘର ଦେଖାଇଥିଲେ। ଏହା ଡି. ସୂର୍ଯ୍ୟକୁମାରୀଙ୍କ ଘର ବୋଲି ଜଣାପଡ଼ିଥିଲା। ଅରୁଣ ଘର ଦେଖି ପସନ୍ଦ କରିବା ପରେ ଷ୍ଟାମ୍ପ ପେପରରେ ଡି ସୂର୍ଯ୍ୟ କୁମାରୀ ଓ ସିଦ୍ଧାର୍ଥ ସହ ଭଡ଼ା ଚୁକ୍ତିନାମା ହୋଇଥିଲା। ଏହାପରେ ଡି ସୂର୍ଯ୍ୟ କୁମାରୀ ପ୍ରଥମେ ୨୪ ହଜାର ଟଙ୍କା ନେଇଥିଲେ। ପରେ ପୁଅର ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ବୋଲି କହି ଆଉ ୫୨ ହଜାର ଟଙ୍କା ନେଇଥିଲେ। ଏହିପରି ମୋଟ ୭୬ ହଜାର ଟଙ୍କା ନେବା ପରେ ମଧ୍ୟ ଅରୁଣଙ୍କୁ ଘର ଭଡ଼ାରେ ଦେଇ ନ ଥିଲେ କି ଟଙ୍କା ଫେରସ୍ତ କରି ନ ଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଅରୁଣ ନୂଆପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମାଆ ଓ ପୁଅ ମିଶି ଓଏଲ୍‌ଏକ୍ସରେ ମିଥ୍ୟା ବିଜ୍ଞାପନ ଦେଇ ଏଭଳି ଠକେଇ କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ସେମାନେ ପୂର୍ବରୁ ଅନ୍ୟ ଲୋକଙ୍କୁ ଭଡ଼ାରେ ଦେଇଥିବା ଘରକୁ ପୁଣି ଖାଲି ଥିବା ଦର୍ଶାଇ ବଜାର ଦରଠାରୁ କମ୍‌ ଭଡ଼ାରେ ଦେବାକୁ ବିଜ୍ଞାପନ ଦେଉଥିଲେ। ଏହା ଦେଖି ଆଗ୍ରହୀ ଲୋକଙ୍କୁ ଘର ଦେଖାଇ ଭଡ଼ା ଚୁକ୍ତିନାମା କରୁଥିଲେ। ପରେ ଆଗୁଆ ଭଡ଼ା ଓ ସିକ୍ୟୁରିଟି ଡିପୋଜିଟ୍‌ ନେଉଥିଲେ। ଏପରିକି ଚିକିତ୍ସା ଖର୍ଚ୍ଚ ଭଳି ବିଭିନ୍ନ ଆଳ ଦେଖାଇ ଅତିରିକ୍ତ ଟଙ୍କା ମଧ୍ୟ ଆଦାୟ କରୁଥିଲେ। ଟଙ୍କା ନେବା ପରେ ଘର ଦେଉ ନ ଥିଲେ କି ଫେରସ୍ତ କରୁ ନ ଥିଲେ। ଏହି ଉପାୟରେ ମାଆ ଓ ପୁଅ ପ୍ରାୟ ୧୫ ଜଣଙ୍କୁ ଠକିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କ ବିରୋଧରେ ନୂଆପଲ୍ଲୀ ଥାନାରେ ଏଯାଏଁ ୬ଟି ମାମଲା ରୁଜୁ ହୋଇସାରିଲାଣି। ପୁଲିସ ଅଭିଯୁକ୍ତଙ୍କଠାରୁ ଅରୁଣଙ୍କ ସହ ହୋଇଥିବା ଘରଭଡ଼ା ଚୁକ୍ତିନାମା ଜବତ କରିଛି। ଏହି ଠକେଇ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ୭୦ କୋଟି ଟଙ୍କା ଠକେଇ ଅଭିଯୋଗ: ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବନ୍ଧାଣୀଙ୍କ ବାସଭବନରେ ଇଡି ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର