ବେଙ୍ଗାଲୁରୁରେ ରକ୍ତର ସମ୍ପର୍କରେ ଲାଗିଲା ଦାଗ: ବାପା-ମା’ଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସଫ୍ଟୱେୟାର ଇଞ୍ଜିନିୟର ପୁଅ

Tapas Ranjan Nanda Picture
Published On

ବେଙ୍ଗାଲୁରୁ: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ବାପା ମା’ ପିଲାଟି ଦିନରୁ କଷ୍ଟ କରି ପାଠ ପଢ଼ାଇ ମଣିଷ କଲେ, ଶେଷରେ ସେହି ପୁଅ ହାତରେ ସେମାନଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପୁଅ ନିଜର ବାପା ଏବଂ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଦାନ୍ତ ଡାକ୍ତର ଶ୍ୟାମଳା ଭଟ୍ଟ (୫୫)।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ପାରିବାରିକ କଳହର କରୁଣ ପରିଣତି

ପୁଲିସ ସୂଚନା ଅନୁଯାୟୀ, ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୁଅ ରୋହନ ଚନ୍ଦ୍ର ଭଟ୍ଟ (୩୩) ପାରିବାରିକ ବିବାଦକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଘର ଭିତରେ ବାପା-ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପୁଅର ଛୁରାମାଡ଼ରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସକାଳ ୮.୧୫ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ହୋଲି ରାତିରେ ଅମ୍ବିକାପୁରରେ ଲୋମହର୍ଷଣକାରୀ ଘଟଣା: ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ, ପାଣି ଟାଙ୍କିରେ ଲୁଚାଇଲା ଶବ

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ସେହି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରୋହନକୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ପାରିବାରିକ କଳହର ପରିଣାମ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

ଆମେରିକାରୁ ଝିଅ ଆସିବା ପରେ ହେବ ଶବ ବ୍ୟବଚ୍ଛେଦ

ମୃତ ଦମ୍ପତିଙ୍କ ଝିଅ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଝିଅ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏବଂ ତାଙ୍କ ଅନୁମତି ମିଳିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

12 Feb 2026 By Tapas Ranjan Nanda

ବେଙ୍ଗାଲୁରୁରେ ରକ୍ତର ସମ୍ପର୍କରେ ଲାଗିଲା ଦାଗ: ବାପା-ମା’ଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସଫ୍ଟୱେୟାର ଇଞ୍ଜିନିୟର ପୁଅ

ବେଙ୍ଗାଲୁରୁ: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ବାପା ମା’ ପିଲାଟି ଦିନରୁ କଷ୍ଟ କରି ପାଠ ପଢ଼ାଇ ମଣିଷ କଲେ, ଶେଷରେ ସେହି ପୁଅ ହାତରେ ସେମାନଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପୁଅ ନିଜର ବାପା ଏବଂ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଦାନ୍ତ ଡାକ୍ତର ଶ୍ୟାମଳା ଭଟ୍ଟ (୫୫)।

ପାରିବାରିକ କଳହର କରୁଣ ପରିଣତି

ପୁଲିସ ସୂଚନା ଅନୁଯାୟୀ, ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୁଅ ରୋହନ ଚନ୍ଦ୍ର ଭଟ୍ଟ (୩୩) ପାରିବାରିକ ବିବାଦକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଘର ଭିତରେ ବାପା-ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପୁଅର ଛୁରାମାଡ଼ରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସକାଳ ୮.୧୫ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ସେହି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରୋହନକୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ପାରିବାରିକ କଳହର ପରିଣାମ ବୋଲି ଅନୁମାନ କରାଯାଉଛି।

ଆମେରିକାରୁ ଝିଅ ଆସିବା ପରେ ହେବ ଶବ ବ୍ୟବଚ୍ଛେଦ

ମୃତ ଦମ୍ପତିଙ୍କ ଝିଅ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଝିଅ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏବଂ ତାଙ୍କ ଅନୁମତି ମିଳିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

https://www.thesakala.in/crime/bengaluru-techie-kills-parents-retired-navy-officer-dentist-murder-news/article-44629
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର