ପୁଲିସକୁ ଆକ୍ରମଣ କରି ଓଡ଼ିଆ ସିନେ-ଅଭିନେତା ଗିରଫ

The Sakala Picture
Published On

ଭୁବନେଶ୍ୱର: ରାତ୍ରୀକାଳୀନ ବ୍ଲକିଂ ସମୟରେ ପୁଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିଥିବା ଅଭିଯୋଗରେ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତାଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିବା କାକଟପୁର ଥାନା କୋଠାମୂଳ ଗାଁର ବିରଞ୍ଚି ନାରାୟଣ ନାୟକ (୩୭)। ପୁଲିସ ସୂଚନା ମୁତାବକ, ସୋମବାର ଭୋର ସମୟରେ ଭରତପୁର ଥାନାର ପାଟ୍ରୋଲିଂ ଟିମ୍ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳିଙ୍ଗ ଷ୍ଟୁଡ଼ିଓ ଛକ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି […]

ଭୁବନେଶ୍ୱର: ରାତ୍ରୀକାଳୀନ ବ୍ଲକିଂ ସମୟରେ ପୁଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିଥିବା ଅଭିଯୋଗରେ ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତାଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ନୂଆପଲ୍ଲୀ ଭିଆଇପି କଲୋନୀରେ ରହୁଥିବା କାକଟପୁର ଥାନା କୋଠାମୂଳ ଗାଁର ବିରଞ୍ଚି ନାରାୟଣ ନାୟକ (୩୭)।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପୁଲିସ ସୂଚନା ମୁତାବକ, ସୋମବାର ଭୋର ସମୟରେ ଭରତପୁର ଥାନାର ପାଟ୍ରୋଲିଂ ଟିମ୍ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳିଙ୍ଗ ଷ୍ଟୁଡ଼ିଓ ଛକ ନିକଟରେ ରାତ୍ରିକାଳୀନ ଅବରୋଧ ଓ ଗାଡି ଯାଞ୍ଚ କରୁଥିଲେ। ରାତି ପ୍ରାୟ ୧ଟା ୧୫ ସମୟରେ ବିରଞ୍ଚି ଗୋଟିଏ କାର ଚଳାଇ ରେଣ୍ଟାଲ ଛକ ପଟରୁ କଳିଙ୍ଗ ଷ୍ଟୁଡ଼ିଓ ଛକ ପଟକୁ ଆସୁଥିଲେ। ସେହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ତାଙ୍କୁ ଯାଞ୍ଚ ପାଇଁ କାରଟିକୁ ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କ ବାରମ୍ବାର କହିବା ପରେ  ବିରଞ୍ଚି କାରରୁ ବାହାରକୁ ବାହାରିଥିଲେ। ହଠାତ୍ ପୁଲିସ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ ମଧ୍ୟ କରିଥିଲେ। ପୁଲିସ କର୍ମଚାରୀମାନେ ବିରଞ୍ଚିଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ଏ ସଂକ୍ରାନ୍ତରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର