ବିଜେପିର ହିଂସା ରାଜନୀତି , ବଳିପଡ଼ିଲେ ପାଣ୍ଡବ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ଆରମ୍ଭ କରିଛି ଭୟ ଓ ହିଂସା ରାଜନୀତି। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି କର୍ମୀ ଦିଲେଶ୍ୱରଙ୍କୁ ହତ୍ୟା ଘଟଣା ପାଶୋର ନ ହେଉଣୁ ପିପିଲି ଉପନିର୍ବାଚନରେ ବି ଅନୁରୂପ ଘଟଣା ଘଟିଛି। ବିଜେପି କର୍ମୀଙ୍କ ମାଡ଼ରେ ଗୁରୁତର ଆହତ ପାଣ୍ଡବ ବେହେରା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପ୍ରାଣ ହରାଇଛନ୍ତି। ତାଙ୍କର ଅପରାଧ ଥିଲା ଭୋଟ ଦେବା ପାଇଁ ବିଜେପି କର୍ମୀମାନଙ୍କ ପ୍ରଲୋଭନକୁ ସେ ବେଖାତିର କରିଥିଲେ। ସେମାନେ ତାଙ୍କୁ ଦେଇଥିବା ୫ […]

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ଆରମ୍ଭ କରିଛି ଭୟ ଓ ହିଂସା ରାଜନୀତି। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି କର୍ମୀ ଦିଲେଶ୍ୱରଙ୍କୁ ହତ୍ୟା ଘଟଣା ପାଶୋର ନ ହେଉଣୁ ପିପିଲି ଉପନିର୍ବାଚନରେ ବି ଅନୁରୂପ ଘଟଣା ଘଟିଛି। ବିଜେପି କର୍ମୀଙ୍କ ମାଡ଼ରେ ଗୁରୁତର ଆହତ ପାଣ୍ଡବ ବେହେରା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପ୍ରାଣ ହରାଇଛନ୍ତି। ତାଙ୍କର ଅପରାଧ ଥିଲା ଭୋଟ ଦେବା ପାଇଁ ବିଜେପି କର୍ମୀମାନଙ୍କ ପ୍ରଲୋଭନକୁ ସେ ବେଖାତିର କରିଥିଲେ। ସେମାନେ ତାଙ୍କୁ ଦେଇଥିବା ୫ ହଜାର ଟଙ୍କା ଫେରାଇ ଦେଇଥିଲେ ପାଣ୍ଡବ। ଫଳରେ ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ମାଡ଼ରେ ଗୁରୁତର ଆହତ ପାଣ୍ଡବଙ୍କୁ କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଅଭିଯୋଗ ଅନୁସାରେ, ପିପିଲି ଉପନିର୍ବାଚନରେ ବିଜେପିକୁ ଭୋଟ ଦେବା ନିମନ୍ତେ କିଛି ବିଜେପି କର୍ମୀ ପାଣ୍ଡବଙ୍କୁ ପ୍ରଲୋଭିତ କରିଥିଲେ। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଦେଇଥିଲେ; ମାତ୍ର ପାଣ୍ଡବ ନିଜ ପରିବାର ଓ ଅନ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।
ଟଙ୍କା ନେଇ ବିଜେପିକୁ ଭୋଟ ଦେବାକୁ ପାଣ୍ଡବଙ୍କ ପରିବାର ମନା କରି ଦେଇଥିଲେ। ତାଙ୍କ ସାହିଭାଇ ମଧ୍ୟ ଏଥିରେ ଅମଙ୍ଗ ହୋଇଥିଲେ। ସମସ୍ତଙ୍କ ମତାମତ ନେବା ପରେ ପାଣ୍ଡବ ତାଙ୍କୁ ଦିଆଯାଇଥିବା ଟଙ୍କା ବିଜେପି କର୍ମୀଙ୍କୁ ଫେରାଇ ଦେଦଇଥିଲେ।

ଟଙ୍କା ଫେରାଇେଦବା ଘଟଣା ବିଜେପି କର୍ମୀମାନଙ୍କୁ ଉତ୍‍କ୍ଷିପ୍ତ କରିଥିଲା। ଗତ ୧୧ ତାରିଖ ଅପରାହ୍ନରେ ଦେଓପୁର ଶାସନର ୩ ଜଣ ବିଜେପି କର୍ମୀ ପାଣ୍ଡବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏତିକିବେଳେ ତାଙ୍କ ସାନ ଝିଅ ସେଠାରେ ପହଞ୍ଚି ବାପାକୁ ନ ପିଟିବାକୁ କାକୁତିମିନତି ହୋଇଥିଲେ। କାନ୍ଦିକାନ୍ଦି ବାପାକୁ ଛାଡ଼ି ଦେବାକୁ ଗୁହାରି କରିଥିଲେ। ମାତ୍ର ସାନ ଝିଅଟିର କାକୁତିମିନତି ଏହି ନର ରାକ୍ଷସମାନଙ୍କ ମନକୁ ତରଳାଇ ପାରି ନ ଥିଲା। ବାପା ସହ ଝିଅକୁ ମଧ୍ୟ ସେମାନେ ନିସ୍ତୁକ ପିଟିଥିଲେ। ପାଣ୍ଡବର ପରିବାର ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ। ଗୁରୁତର ପାଣ୍ଡବକୁ ବଞ୍ଚାଇବା ଲାଗି ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ୱେ ଆଜି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ପରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପାଣ୍ଡବଙ୍କ ପରିବାର ଏ ସମ୍ପର୍କରେ
ଡ଼େଲାଙ୍ଗ ଥାନାରେ ୩ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୀର୍ଘ ୩ ଦଶନ୍ଧି ପରେ ପୁଣିଥରେ ଅଶାନ୍ତ ହୋଇଛି ପିପିଲି ଡ଼େଲାଙ୍ଗ ଅଞ୍ଚଳ। ନିର୍ବାଚନରେ ପରାଜୟର ଭୟ ବିଜେପିକୁ ଏପରି ଗ୍ରାସ କରିଛି ଯେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି। କଂଗ୍ରେସ ପ୍ରାର୍ଥର୍ୀ ଅଜିତ୍‍ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ପିପିଲିରେ ଉପ ନିର୍ବାଚନ ବନ୍ଦ ହୋଇଥିଲେ ହେଁ ପାଣ୍ଡବଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବିଜେପି କର୍ମୀମାନେ ଏହି ଘଟଣା ଘଟାଇଥିବା ପାଣ୍ଡବଙ୍କ ପରିବାର ଅଭିଯୋଗ କରିଛନ୍ତି।

ପିପିଲି ପରି ବିଜେପୁର ଉପନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ବିଜେପୁର ଉପାନ୍ତବର୍ତୀ ଏକ ଆଶ୍ରମ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସାନଭାଇ ସୁବ୍ରତ ସିଂହଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି କର୍ମୀ ଦିଲେଶ୍ୱର ଓରଫ ମାଗି ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ଅଣାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ସମେତ ବହୁ ବ୍ୟକ୍ତିଙ୍କ ନାଁରେ ସେତେବେଳେ ଅଭିଯୋଗ ହୋଇଥିଲା। ଏପରିକି ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜୟନାରାୟଣ ସେତେବେଳେ ଜେଲ ମଧ୍ୟ ଯାଇଥିଲେ।
ପ୍ରାଣ ହରାଇଲେ…

15 Apr 2021 By The Sakala

https://www.thesakala.in/crime/bjp-workers-attackd-in-pipili-one-dead/article-1536
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର