ଓଡ଼ିଶା ପୁଲିସର ‘ଅପରେସନ୍‌ ହାଇଦର’ : ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୁଲିସ ଡିଜି

The Sakala Picture
Published On

ଭୁବନେଶ୍ୱର : କୁଆଡେ ଗଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ? ସମସ୍ତଙ୍କୁ ଚକମା ଦେଇ କିପରି ମେଡିକାଲରୁ ଚମ୍ପଟ ମାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ପୁଲିସର ନିଦ ମଧ୍ୟ ହଜିଯାଇଛି। ହାଇଦରକୁ ଯଥାଶିଘ୍ର ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ହାଇଦରକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି […]

ଭୁବନେଶ୍ୱର : କୁଆଡେ ଗଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ? ସମସ୍ତଙ୍କୁ ଚକମା ଦେଇ କିପରି ମେଡିକାଲରୁ ଚମ୍ପଟ ମାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ପୁଲିସର ନିଦ ମଧ୍ୟ ହଜିଯାଇଛି। ହାଇଦରକୁ ଯଥାଶିଘ୍ର ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ହାଇଦରକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ । ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅପରେସନ୍ ହାଇଦର ସେନେଇ ଆଲୋଚନା ଚାଲିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗତକାଲି କଟକ ଏସସିବିର ସର୍ଜରୀ ଓ୍ୱାର୍ଡରୁ ଫେରାର୍ ମାରିଛି ହାଇଦର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେହିପରି ପଡ଼ୋଶୀ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପୁଲିସକୁ ଆଲର୍ଟ କରାଯାଇଛି । ଏଥିସହିତ ରାଜ୍ୟରେ ବିଭିନ୍ନ  ରେଳ ଷ୍ଟେସନରେ ଯାଞ୍ଚ କରାଯିବା ସହ ରାଜ୍ୟର ବର୍ଡରେ ମଧ୍ୟ ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି। ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ତନତନ କରି ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

11 Apr 2021 By The Sakala

ଓଡ଼ିଶା ପୁଲିସର ‘ଅପରେସନ୍‌ ହାଇଦର’ : ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ପୁଲିସ ଡିଜି

ଭୁବନେଶ୍ୱର : କୁଆଡେ ଗଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ? ସମସ୍ତଙ୍କୁ ଚକମା ଦେଇ କିପରି ମେଡିକାଲରୁ ଚମ୍ପଟ ମାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ପୁଲିସର ନିଦ ମଧ୍ୟ ହଜିଯାଇଛି। ହାଇଦରକୁ ଯଥାଶିଘ୍ର ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ହାଇଦରକୁ ଧରିବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଜୟ ନାରାୟଣ ପଙ୍କଜ । ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଅପରେସନ୍ ହାଇଦର ସେନେଇ ଆଲୋଚନା ଚାଲିଛି ।

ଗତକାଲି କଟକ ଏସସିବିର ସର୍ଜରୀ ଓ୍ୱାର୍ଡରୁ ଫେରାର୍ ମାରିଛି ହାଇଦର । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା । ତାକୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ସେହିପରି ପଡ଼ୋଶୀ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପୁଲିସକୁ ଆଲର୍ଟ କରାଯାଇଛି । ଏଥିସହିତ ରାଜ୍ୟରେ ବିଭିନ୍ନ  ରେଳ ଷ୍ଟେସନରେ ଯାଞ୍ଚ କରାଯିବା ସହ ରାଜ୍ୟର ବର୍ଡରେ ମଧ୍ୟ ସମସ୍ତ ଯାନବାହାନକୁ ଯାଞ୍ଚ କରାଯାଉଛି। ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ତନତନ କରି ଯାଞ୍ଚ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର