୭କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

The Sakala Picture
Published On

ତରଭା: ଭୁବନେଶ୍ୱରରୁ ଆସିଥିବା ସିଆଇଡି କ୍ରାଇମବ୍ରାଞ୍ଚ ସ୍ପେସିଆଲ ଟାସ୍କଫୋର୍ସ ତରଭା ପୋଲିସର ସହଯୋଗରେ ୬ କୁଇଣ୍ଟାଲ ୯୩କେଜି ୪୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ଗିରଫ କରିଛି।ଏ ସମ୍ବନ୍ଧେ ଥାନା କେଶ ନମ୍ବର-୧୫୯ରେ ଏକ ମାମଲା ରୁଜ୍ଜୁକରି ଏସଆଇ ଆରତୀ କହଁର ତଦନ୍ତ ଦାୟିତ୍ବ ତୁଲାଉଛନ୍ତି।ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯିବ। ହସ୍ତଗତ ସୂଚନାରୁ ପ୍ରକାଶ ଯେ, ତରଭା ଥାନା ଅଞ୍ଚଳରେ ବଡ଼ଧରଣର ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର […]

ତରଭା: ଭୁବନେଶ୍ୱରରୁ ଆସିଥିବା ସିଆଇଡି କ୍ରାଇମବ୍ରାଞ୍ଚ ସ୍ପେସିଆଲ ଟାସ୍କଫୋର୍ସ ତରଭା ପୋଲିସର ସହଯୋଗରେ ୬ କୁଇଣ୍ଟାଲ ୯୩କେଜି ୪୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣ ଯୁବକଙ୍କୁ ଗିରଫ କରିଛି।ଏ ସମ୍ବନ୍ଧେ ଥାନା କେଶ ନମ୍ବର-୧୫୯ରେ ଏକ ମାମଲା ରୁଜ୍ଜୁକରି ଏସଆଇ ଆରତୀ କହଁର ତଦନ୍ତ ଦାୟିତ୍ବ ତୁଲାଉଛନ୍ତି।ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯିବ।

ଆହୁରି ପଢ଼ନ୍ତୁ: ବ୍ଲୁ ଡ୍ରମ୍ ହତ୍ୟା ମାମଲା: ସୌରଭଙ୍କ ହତ୍ୟାକାରୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡ

ହସ୍ତଗତ ସୂଚନାରୁ ପ୍ରକାଶ ଯେ, ତରଭା ଥାନା ଅଞ୍ଚଳରେ ବଡ଼ଧରଣର ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ଏସଟିଏଫକୁ ମିଳିଥିଲା। ଏସଟିଏଫ ଡିଏସପି ଇଫ୍ରେମ କିରୋ ସଦଳବଳେ ଏଠାକୁ ଆସି ତରଭା ପୋଲିସ ସହାୟତାରେ ବ୍ରାହ୍ମଣୀ ଗୁହିରିଆଘାଟ ତେଲନଦୀର ଏକ ନିଛାଟିଆ ସ୍ଥାନରେ ୨୬ଟି ପ୍ୟାକେଟରେ ଭର୍ତି ହୋଇଥିବା ଉପୋରକ୍ତ ପରିମାଣର ଗଞ୍ଜେଇ ଉଦ୍ଧାର କରିଥିଲେ। ଏଥିରେ ସମ୍ପୃକ୍ତ ବିରମହାରାଜପୁର ମୁଣ୍ଡୋଘାଟ ନିବାସୀ ପୂର୍ଣ୍ଣଚନ୍ଦ୍ର ମେଣ୍ଡଳୀ-୨୬ ଓ ମନମୁଣ୍ଡା ଥାନା ମହତପୁର ନିବାସୀ ବିଶ୍ୱନାଥ କର୍ଣ୍ଣ-୩୨କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ମରୁତି କାର ନମ୍ବର ଓଡ଼ି ୦୨ ଏଏନ ୭୩୩୯କୁ ପୋଲିସ ଜବତ କରିଛି। ଏଭଳି ଏକ ବଡ଼ ଧରଣର ଗଞ୍ଜେଇ କାରବାରକୁ ଧରିବାରେ ଡିଏସପି ଶ୍ରୀ କିରୋ, ଏସଟିଏଫ କନଷ୍ଟେବଳ ମନୋଜ ଓରାମ, ପୁରନ୍ଦର ନାୟକ, ଅଜିତ ସେଠୀ, ହାବିଲଦାର ସଚ୍ଚିଦାନନ୍ଦ ଖୁଣ୍ଟିଆ, କମସରା ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ, ଏଏସଆଇ ବିପିନ ବିହାରୀ ଜାନୀ, ହାବିଲଦାର ବୃନ୍ଦାବନ ପଞ୍ଚବିହାର, କନଷ୍ଟେବଳ ଯୁବରାଜ ଦୋରା ପ୍ରମୁଖ ସାମିଲଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର