ବଡମେଡିକାଲରେ ମଉଜ କରୁଥିଲା ହାଇଦର, ଭେଟିବାକୁ ଆସିଥିଲେ ୩ ଯୁବତୀ

The Sakala Picture
Published On

କଟକ : ମେଡିକାଲରେ ମଉଜ କରୁଥିଲା ଗ୍ୟାଙ୍ଗଷ୍ଟର ହାଇଦର। ଭେଟିବାକୁ ଆସୁଥିଲେ ଯୁବତୀ। ସୁରକ୍ଷା କର୍ମଚାରୀଙ୍କୁ କ୍ୟାବିନ୍‍ରୁ ପଦାକୁ ବାହରକରି ଏକୁଟିଆ ସମୟ ବିତାଉଥିଲା ସେମାନଙ୍କ ସହ। ହାଇଦର ଫେରାର ହେବା ପଛରେ କେତେକ ଯୁବତୀଙ୍କ ଲିଙ୍କ୍‍ ସାମ୍ନାକୁ ଆସିଛି। ଆଜି ମଙ୍ଗଳାବାଗ ପୁଲିସ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନ୍ୟ ଦୁଇ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ଭୋଗରେଇ ଥାନା ଅନ୍ତର୍ଗତ ଗେହ୍ଲି ଓରଫ ଅର୍ଚ୍ଚନା ପରିଡ଼ା(୧୯), ମାଲଗୋଦାମ ଥାନା […]

କଟକ : ମେଡିକାଲରେ ମଉଜ କରୁଥିଲା ଗ୍ୟାଙ୍ଗଷ୍ଟର ହାଇଦର। ଭେଟିବାକୁ ଆସୁଥିଲେ ଯୁବତୀ। ସୁରକ୍ଷା କର୍ମଚାରୀଙ୍କୁ କ୍ୟାବିନ୍‍ରୁ ପଦାକୁ ବାହରକରି ଏକୁଟିଆ ସମୟ ବିତାଉଥିଲା ସେମାନଙ୍କ ସହ। ହାଇଦର ଫେରାର ହେବା ପଛରେ କେତେକ ଯୁବତୀଙ୍କ ଲିଙ୍କ୍‍ ସାମ୍ନାକୁ ଆସିଛି। ଆଜି ମଙ୍ଗଳାବାଗ ପୁଲିସ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନ୍ୟ ଦୁଇ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ଭୋଗରେଇ ଥାନା ଅନ୍ତର୍ଗତ ଗେହ୍ଲି ଓରଫ ଅର୍ଚ୍ଚନା ପରିଡ଼ା(୧୯), ମାଲଗୋଦାମ ଥାନା ଟିଣପଟ୍ଟା ସାହିର ସେକ୍‍ ଇମ୍‍ରାନ୍‍ (୧୯) ଓ କେନ୍ଦ୍ରାପଡ଼ା ଜିଲା ଜାତପୁରାର ସେଖ ରଇସ୍‍ଉଦ୍ଦିନ(୨୬)। ପୁଲିସ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲଣ କରିଛି।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ବାଲେଶ୍ୱରର ଅର୍ଚ୍ଚନା ସହ ହାଇଦରର ଘନିଷ୍ଠ ସମ୍ପର୍କ ରହିଥିଲା। ହାଇଦର ଅର୍ଚ୍ଚନାକୁ ଅନେକ ସମୟରେ ଆର୍ଥିକ ସହାୟତା ଯୋଗାଇଥାଏ। ହାଇଦର ମେଡିକାଲରେ ରହିବା ଦିନୁ ଅର୍ଚ୍ଚନା ନିୟମିତ ଭାବେ ହାଇଦରକୁ ଭେଟିବାକୁ ଆସୁଥିଲା। ଏପରିକି ଫେରାର ଦିନ ମଧ୍ୟ ହାଇଦରକୁ ଭେଟିଥିଲା। ହାଇଦର ଫେରାର ହେବାରେ ଅର୍ଚ୍ଚନା ମଧ୍ୟ ସହଯୋଗ କରିଥିଲା। ଭେଗରାଇର ଏକ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପଢୁଥିବା ଗେହ୍ଲି ପରୀକ୍ଷାରେ ଅକୃତକାର୍ୟ୍ୟ ହେବା ପରେ ପୁଣି ଥରେ ପରୀକ୍ଷା ଦେବା ପାଇଁ ପସ୍ତୁତ ହେଉଥିଲା ବୋଲି ଜଣାପଡ଼ିଛି । ତେବେ କାହିଁକି ଓ କେଉଁ ସ୍ବାର୍ଥରେ ସେ ହାଇଦର ସହିତ ସମ୍ପର୍କ ରଖିଥିଲା ତାହା ପୋଲିସ ଏ ପର୍ୟ୍ୟନ୍ତ ସ୍ପଷ୍ଟ କରିନାହିଁ । ହାଇଦରର ପ୍ରତି ପ୍ଲାନ୍ ବାବଦରେ ଗେହ୍ଲି ପାଖରେ କାହିଁକି ସୂଚନା ରହୁଥିଲା ସେ ନେଇ ବି ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।ହାଇଦରକୁ ଫେରାର କରାଇବାରେ ସହଯୋଗ କରିଥିବା ଅଭିଯୋଗରେ ଗେହ୍ଲି ସହିତ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ୍ ଜୟପୁରା ବାସିନ୍ଦା ୨୬-ବର୍ଷୀୟ ଶେଖ୍ ରଇସୁଦ୍ଦିନ୍ ଓ କଟକ ଯୋବ୍ରା ବାସିନ୍ଦା ୧୯-ବର୍ଷୀୟ ଇମରାନ୍ ଖାନ୍ ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

କେବଳ ଅର୍ଚ୍ଚନା ନୁହଁନ୍ତି ତା ପରି ଆଉ କେତେକ ଝିଅ ମଧ୍ୟ ହାଇଦରକୁ ମେଡିକାଲରେ ଭେଟିଥିଲେ। ତନ୍ମଧ୍ୟରୁ ଜଣେ ସାଲେପୁର ଓ ଅନ୍ୟ ଜଣେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ମାତ୍ର ଉକ୍ତ ଦୁଇ ଯୁବତୀଙ୍କୁ ଛାଡି ଦେଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ଥରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ହାଇଦର ଆଉ ୩ଜଣ ସହଯୋଗୀଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛି ପୁଲିସ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ସେମାନେ ବିଗତ ଦିନରେ ହାଇଦର ଗ୍ୟାଙ୍ଗରେ କାମ କରିଥିବା ଜଣାପଡ଼ିଛି। ହାଇଦରର ସହଯୋଗୀ ଆକ୍ୟୁବ୍‍ ଓ ଧରମପୁଅ ଇସ୍ତିଆକ୍‍ ତଥ୍ୟକୁ ଆଧାର କରି ପୁଲିସ ଉକ୍ତ ସହଯୋଗୀଙ୍କୁ ଉଠାଇ ଆଣିଛି। ତେବେ ସେମାନେ ହାଇଦର ଫେରାର ହେବା ପଛରେ ସହଯୋଗ କରିଥିଲେ କି ନାହିଁ ଏ ନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଗତ ଦୁଇ ମାସ ମଧ୍ୟରେ ହାଇଦର ଗ୍ୟାଙ୍ଗ୍‍ ବହୁ ବ୍ୟବସାୟୀ ଓ ଶିଳ୍ପପତିଙ୍କଠାରୁ ୨୦ଲକ୍ଷରୁ ଅଧିକ ଟଙ୍କା ଦାଦାବଟି ମାଗିଥିବା ଜଣାପଡ଼ିଛି। ଏପରିକି ବହୁ ବ୍ୟବସାୟୀଙ୍କଠାରୁ ତାର ସହଯୋଗୀମାନେ ଭୟଭୀତ କରି ଟଙ୍କା ଆଦାୟ କରିଥିବା ପୁଲିସ ଜାଣିବାକୁ ପାଇଛି। ଏପରିକି କେନ୍ଦ୍ରପଡ଼ାର କେତେକ ପ୍ରମୁଖ ସହଯୋଗୀଙ୍କ ନାଁ ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ କରିବା ଲାଗି ପୁଲିସ ଯୋଜନା ପ୍ରସ୍ତୁତ କରିଛି। ଏଥିସହ ପୁଲିସ ସମ୍ବଲପୁର ଜେଲକୁ ଯାଇ ତାର ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତ ସମସ୍ତ ତଥ୍ୟ ହାସଲ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

18 Apr 2021 By The Sakala

ବଡମେଡିକାଲରେ ମଉଜ କରୁଥିଲା ହାଇଦର, ଭେଟିବାକୁ ଆସିଥିଲେ ୩ ଯୁବତୀ

କଟକ : ମେଡିକାଲରେ ମଉଜ କରୁଥିଲା ଗ୍ୟାଙ୍ଗଷ୍ଟର ହାଇଦର। ଭେଟିବାକୁ ଆସୁଥିଲେ ଯୁବତୀ। ସୁରକ୍ଷା କର୍ମଚାରୀଙ୍କୁ କ୍ୟାବିନ୍‍ରୁ ପଦାକୁ ବାହରକରି ଏକୁଟିଆ ସମୟ ବିତାଉଥିଲା ସେମାନଙ୍କ ସହ। ହାଇଦର ଫେରାର ହେବା ପଛରେ କେତେକ ଯୁବତୀଙ୍କ ଲିଙ୍କ୍‍ ସାମ୍ନାକୁ ଆସିଛି। ଆଜି ମଙ୍ଗଳାବାଗ ପୁଲିସ ବାଲେଶ୍ୱର ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅନ୍ୟ ଦୁଇ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲା ଭୋଗରେଇ ଥାନା ଅନ୍ତର୍ଗତ ଗେହ୍ଲି ଓରଫ ଅର୍ଚ୍ଚନା ପରିଡ଼ା(୧୯), ମାଲଗୋଦାମ ଥାନା ଟିଣପଟ୍ଟା ସାହିର ସେକ୍‍ ଇମ୍‍ରାନ୍‍ (୧୯) ଓ କେନ୍ଦ୍ରାପଡ଼ା ଜିଲା ଜାତପୁରାର ସେଖ ରଇସ୍‍ଉଦ୍ଦିନ(୨୬)। ପୁଲିସ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲଣ କରିଛି।

ବାଲେଶ୍ୱରର ଅର୍ଚ୍ଚନା ସହ ହାଇଦରର ଘନିଷ୍ଠ ସମ୍ପର୍କ ରହିଥିଲା। ହାଇଦର ଅର୍ଚ୍ଚନାକୁ ଅନେକ ସମୟରେ ଆର୍ଥିକ ସହାୟତା ଯୋଗାଇଥାଏ। ହାଇଦର ମେଡିକାଲରେ ରହିବା ଦିନୁ ଅର୍ଚ୍ଚନା ନିୟମିତ ଭାବେ ହାଇଦରକୁ ଭେଟିବାକୁ ଆସୁଥିଲା। ଏପରିକି ଫେରାର ଦିନ ମଧ୍ୟ ହାଇଦରକୁ ଭେଟିଥିଲା। ହାଇଦର ଫେରାର ହେବାରେ ଅର୍ଚ୍ଚନା ମଧ୍ୟ ସହଯୋଗ କରିଥିଲା। ଭେଗରାଇର ଏକ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପଢୁଥିବା ଗେହ୍ଲି ପରୀକ୍ଷାରେ ଅକୃତକାର୍ୟ୍ୟ ହେବା ପରେ ପୁଣି ଥରେ ପରୀକ୍ଷା ଦେବା ପାଇଁ ପସ୍ତୁତ ହେଉଥିଲା ବୋଲି ଜଣାପଡ଼ିଛି । ତେବେ କାହିଁକି ଓ କେଉଁ ସ୍ବାର୍ଥରେ ସେ ହାଇଦର ସହିତ ସମ୍ପର୍କ ରଖିଥିଲା ତାହା ପୋଲିସ ଏ ପର୍ୟ୍ୟନ୍ତ ସ୍ପଷ୍ଟ କରିନାହିଁ । ହାଇଦରର ପ୍ରତି ପ୍ଲାନ୍ ବାବଦରେ ଗେହ୍ଲି ପାଖରେ କାହିଁକି ସୂଚନା ରହୁଥିଲା ସେ ନେଇ ବି ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।ହାଇଦରକୁ ଫେରାର କରାଇବାରେ ସହଯୋଗ କରିଥିବା ଅଭିଯୋଗରେ ଗେହ୍ଲି ସହିତ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ୍ ଜୟପୁରା ବାସିନ୍ଦା ୨୬-ବର୍ଷୀୟ ଶେଖ୍ ରଇସୁଦ୍ଦିନ୍ ଓ କଟକ ଯୋବ୍ରା ବାସିନ୍ଦା ୧୯-ବର୍ଷୀୟ ଇମରାନ୍ ଖାନ୍ ।

କେବଳ ଅର୍ଚ୍ଚନା ନୁହଁନ୍ତି ତା ପରି ଆଉ କେତେକ ଝିଅ ମଧ୍ୟ ହାଇଦରକୁ ମେଡିକାଲରେ ଭେଟିଥିଲେ। ତନ୍ମଧ୍ୟରୁ ଜଣେ ସାଲେପୁର ଓ ଅନ୍ୟ ଜଣେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ମାତ୍ର ଉକ୍ତ ଦୁଇ ଯୁବତୀଙ୍କୁ ଛାଡି ଦେଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ଥରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ହାଇଦର ଆଉ ୩ଜଣ ସହଯୋଗୀଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛି ପୁଲିସ।

ସେମାନେ ବିଗତ ଦିନରେ ହାଇଦର ଗ୍ୟାଙ୍ଗରେ କାମ କରିଥିବା ଜଣାପଡ଼ିଛି। ହାଇଦରର ସହଯୋଗୀ ଆକ୍ୟୁବ୍‍ ଓ ଧରମପୁଅ ଇସ୍ତିଆକ୍‍ ତଥ୍ୟକୁ ଆଧାର କରି ପୁଲିସ ଉକ୍ତ ସହଯୋଗୀଙ୍କୁ ଉଠାଇ ଆଣିଛି। ତେବେ ସେମାନେ ହାଇଦର ଫେରାର ହେବା ପଛରେ ସହଯୋଗ କରିଥିଲେ କି ନାହିଁ ଏ ନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଗତ ଦୁଇ ମାସ ମଧ୍ୟରେ ହାଇଦର ଗ୍ୟାଙ୍ଗ୍‍ ବହୁ ବ୍ୟବସାୟୀ ଓ ଶିଳ୍ପପତିଙ୍କଠାରୁ ୨୦ଲକ୍ଷରୁ ଅଧିକ ଟଙ୍କା ଦାଦାବଟି ମାଗିଥିବା ଜଣାପଡ଼ିଛି। ଏପରିକି ବହୁ ବ୍ୟବସାୟୀଙ୍କଠାରୁ ତାର ସହଯୋଗୀମାନେ ଭୟଭୀତ କରି ଟଙ୍କା ଆଦାୟ କରିଥିବା ପୁଲିସ ଜାଣିବାକୁ ପାଇଛି। ଏପରିକି କେନ୍ଦ୍ରପଡ଼ାର କେତେକ ପ୍ରମୁଖ ସହଯୋଗୀଙ୍କ ନାଁ ପୁଲିସ ଜାଣିବାକୁ ପାଇଛି। ସେମାନଙ୍କୁ ଗିରଫ କରିବା ଲାଗି ପୁଲିସ ଯୋଜନା ପ୍ରସ୍ତୁତ କରିଛି। ଏଥିସହ ପୁଲିସ ସମ୍ବଲପୁର ଜେଲକୁ ଯାଇ ତାର ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତ ସମସ୍ତ ତଥ୍ୟ ହାସଲ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର