କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ ; ୩ମୃତ, ୨ ଗୁରୁତର

The Sakala Picture
Published On

କଟକ: କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନମ୍ୱର ଜାତୀୟ ରାଜପଥରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ଏକ ଆମ୍ବୁଲାନ୍ସ  ପଟିହୋଇ ଯାଇଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ  ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ […]

କଟକ: କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନମ୍ୱର ଜାତୀୟ ରାଜପଥରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ଏକ ଆମ୍ବୁଲାନ୍ସ  ପଟିହୋଇ ଯାଇଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ  ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜଣେ ବୃଦ୍ଧ, ଜଣେ ମହିଳା, ଜଣେ ଯୁବକ ଏବଂ ୩ ବର୍ଷର ଶିଶୁ ଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ଯୁବକ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାରେ ସ୍ଥଳରେ ସ୍ଥାନୀୟଲକେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ୨ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ ।

ଆହୁରି ପଢ଼ନ୍ତୁ: ଆଉ ପାଦେ ଆଗକୁ ବଢ଼ିଲା ପୁରୀ ବିମାନବନ୍ଦର ‌ପ୍ରକଳ୍ପ: ମିଳିଲା ସିଆର୍‌ଜେଡ୍‌ ଅନୁମତି

ଖବର ପାଇଁ ଟାଙ୍ଗୀ ଦୁର୍ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ , ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର